ସାମସଙ୍ଗ ଏଆର-ଭିଆର ଇନୋଭେସନ ଲ୍ୟାବ ସ୍ଥାପନ ପାଇଁ ଆଇଆଇଟି ଯୋଧପୁର ସହିତ ସାମସଙ୍ଗର ସହବନ୍ଧିତା


ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆ, ଆଇଆଇଟି ଯୋଧପୁର ଠାରେ ଏହାର ସାମସଙ୍ଗ ଏଆର-ଭିଆର ଇନୋଭେସନ ଲ୍ୟାବ୍‌ର ଉଦଘାଟନ କରିଛି । ଆଇଆଇଟି-ଯୋଧପୁରଠାରେ ଏହି ସାମସଙ୍ଗ ଏଆର-ଭିଆର ଇନୋଭେସନ ଲ୍ୟାବ୍ ଛାତ୍ରଛାତ୍ରୀମାନଙ୍କୁ ନୂତନ ବୈଷୟିକ ଜ୍ଞାନ ଯଥା ଅଗମେଂଟେଡ ରିଆଲିଟି ଓ ଭର୍ଚୁଆଲ ରିଆଲିଟି (ଏଆର/ଭିଆର) ଉପରେ ତାଲିମ ପ୍ରଦାନ କରିବ, ଯାହା ସେମାନଙ୍କୁ ଉଦ୍ୟୋଗୀ ଉପଯୋଗୀ ଦକ୍ଷତା ଆହରଣ କରିବାରେ ଏବଂ ନିଜକୁ ନିଯୁକ୍ତି ନିମନ୍ତେ ପ୍ରସ୍ତୁତ ରଖିବାରେ ସାହାଯ୍ୟ କରିବ । ଆଇଆଇଟି ଯୋଧପୁରର ଫାକଲ୍ଟିମାନଙ୍କ ସହଯୋଗରେ ସାମସଙ୍ଗର ଇଞ୍ଜିନିୟରମାନଙ୍କ ଦ୍ୱାରା ଲ୍ୟାବରେ ଏହି ପାଠ୍ୟକ୍ରମଗୁଡ଼ିକ ପରିଚାଳିତ ହେବ ଏବଂ ଏହା ଆଇଆଇଟି ଯୋଧପୁର ଠାରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ବି.ଟେକ୍‌, ଏମ.ଟେକ୍ ଏବଂ ପିଏଚ.ଡି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । ଏହାର ପାଠ୍ୟକ୍ରମରେ ଅଗମେଂଟେଡ ରିଆଲିଟି, ର୍ଭଚୁଆଲ ରିଆଲିଟି ଏବଂ ମିକ୍ସଡ ରିଆଲିଟି ସମେତ ଟଚ୍‌, ହାପଟିକ୍ସ,ସ୍ୱାଦ, ଗନ୍ଧ, ରୋବୋଟିକ ଇଂଟରଫେସ, ଟେଲିପ୍ରେଜେନ୍ସ ଏବଂ ବ୍ରେନ-ମେସିନ ଇଂଟରଫେସ୍ ଅର୍ନ୍ତଭୁକ୍ତ । ପ୍ରତିବର୍ଷ ୩୦-୩୫ ସ୍ନାତକ ଛାତ୍ରଛାତ୍ରୀଙ୍କ ଏକ ବ୍ୟାଚ୍‌କୁ ତାଲିମ ପ୍ରଦାନ କରାଯିବ ଏବଂ ଏହି ଲ୍ୟାବର ଏକ ଅଂଶକୁ ଗବେଷଣା କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ।
ଆଇଆଇଟି-ଯୋଧପୁରଠାରେ ଏହି ସାମସଙ୍ଗ ଏଆର-ଭିଆର ଇନୋଭେସନ ଲ୍ୟାବ୍‌କୁ ଭର୍ଚୁଆଲ ଭାବରେ ଶ୍ରୀ ଅଜୟ ପ୍ରକାଶ ସାହାନୀ, ସେକ୍ରେଟାରୀ, ଇଲେକ୍ଟ୍ରୋନ୍ସ ଓ ଇନଫରମେସନ ଟେକ୍ନୋଲୋଜି, ଭାରତ ସରକାର ଓ ଡା ମୁଗ୍ଧା ସିହ୍ନା, ସରକାରଙ୍କ ସଚିବ, କଳା, ସାହିତ୍ୟ, ସଂସ୍କୃତି ଓ ପ୍ରତ୍ନତତ୍ୱ ଓ ଡାଇରେକ୍ଟର ଜେନେରାଲ, ଜୱାହର କଳା କେନ୍ଦ୍ର, ରାଜସ୍ଥାନ- ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା ।
‘ଏହି ସହବନ୍ଧନ ଜରିଆରେ ଉଦ୍ୟୋଗ ପାଇଁ ପ୍ର୍‌ସୁତ ମାନବ ସମ୍ବଳ ସୃଷ୍ଟି ହୋଇପାରିବେ ଏବଂ ଦେଶରେ ଇଲେକ୍ଟ୍ରାନ୍‌ିକ୍ସ ଓ ଆଇଟି ଉଦ୍ୟୋଗରେ ନୂତନତା ସୃଷ୍ଟି କରାଯାଇପାରିବ’ ବୋଲି ଶ୍ରୀ ଅଜୟ ପ୍ରକାଶ ସାହାନୀ କହିଛନ୍ତି । ସାମସଙ୍ଗ ଆର ଆଣ୍ଡ ଡି ଇନଷ୍ଟିଚ୍ୟୁଟ ଇଣ୍ଡିଆ, ଦିଲ୍ଲୀ ଭାରତର ଅଗ୍ରଣୀ ଇଞ୍ଜିନିୟରଂ ଅନୁଷ୍ଠାନ ସହିତ କାର୍ଯ୍ୟ କରୁଛି ଓ ଏହାର ଲକ୍ଷ ହେଉଛି ଶିକ୍ଷା, ଦିଗଦର୍ଶନ, ଗବେଷଣାକୁ ନୂତନ ବୈଷୟିକତାରେ ପ୍ରସାରିତ କରିବା’ ବୋଲି ଦେଓଖା କିମ, ପରିଚାଳନା ନିର୍ଦ୍ଦେଶକ, ସାମସଙ୍ଗ ରିସର୍ଚ ଆଣ୍ଡ ଡେଭଲପମେଂଟ ଇନଷ୍ଟିଚ୍ୟୁଟ, ଦିଲ୍ଲୀ କହିଛନ୍ତି ।


Share It

Comments are closed.