ପାର୍ବଣ ସମୟରେ ଯେଭଳି ସୁସ୍ଥ ରହିବେ ତାହାକୁ ସୋହା ଅଲୀ ଖାନ୍ କିଭଳି ସୁନିଶ୍ଚିତ କରିଛନ୍ତି ତାହା ଜାଣନ୍ତୁ


ଭୁବନେଶ୍ୱର : ସୋହା ଅଲୀ ଖାନ୍‌ଙ୍କ ପାଇଁ ସଚେତନ ଖାଦ୍ୟ ଚୟନ କରିବା ଜୀବନର ଏକ ମାଧ୍ୟମ ଅଟେ । ସବୁବେଳେ ସୁସ୍ଥ ଜୀବନଯାପନ କରିବାକୁ ଏବଂ ସୁସ୍ଥ ଖାଦ୍ୟ ଖାଇବାକୁ ଚେଷ୍ଟା କରୁଥିବା ଏହି ଅଭିନେତ୍ରୀ ଅନେକ ସମୟରେ ସେ କିଭଳି ପିଲାଦିନରୁ ନିଜ ମଧ୍ୟରେ ଏହାକୁ ଅନ୍ତର୍ନିହିତ କରିଛନ୍ତି ସେସମ୍ପର୍କରେ କହୁଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଭିତରେ ସ୍ୱାସ୍ଥ୍ୟ ଓ ପୋଷଣ ପାଇଁ ଏହି ଅନୁରାଗକୁ ସାମିଲ କରିବା ପାଇଁ ନିଜ ମା’ ଶର୍ମିଲା ଜୀଙ୍କୁ ଶ୍ରେୟ ଦେଇଛନ୍ତି, ଯାହାକୁ ସମୟକ୍ରମେ ସୋହା ଅଧିକ ଶକ୍ତିଶାଳୀ କରିଛନ୍ତି ।
ଆମେ ପାର୍ବଣ ଋତୁର ନିକଟତର ହୋଇଥିବାରୁ, ଯେତେବେଳେ ମିଠା ଓ ସୁଗନ୍ଧିତ ଖାଦ୍ୟଗୁଡିକ ଆମ ଚାରିପାଖରେ ଘେରି ରହିବାକୁ ବାଧ୍ୟ ହୋଇଥାନ୍ତି, ସେତେବେଳେ ତାହାକୁ ଖାଇବାର ଉତ୍ସାହ ଅନେକଙ୍କୁ ଅନିୟନ୍ତ୍ରିତ କରିପାରିଥାଏ ।ଏକ କାର୍ଯ୍ୟ ଭାବରେ ସୋହା ସ୍ମାର୍ଟ ନ୍ୟୁଟ୍ରିସନ ଚଏସ୍ ସୁନିଶ୍ଚିତ କରିବା ଲାଗି ସେ ଯାହା ସବୁ କରନ୍ତି ସେସମ୍ପର୍କରେ କିଛି ଟିପ୍ସ ଆମ ସହ ବାଂଟିଛନ୍ତି, ଯାହାକି ତାଙ୍କୁ ପାର୍ବଣ ସମୟରେ ମଧ୍ୟ ଫିଟ୍ ଓ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଆଲମଣ୍ଡ ଆରମ୍ଭ କରିବାର ଏକ ଭଲ ଉପାୟ ହେଉଛି ସୂଚିତ ଖାଦ୍ୟ ଚୟନ କରିବା ଓ ସୁସ୍ଥ ସ୍ନାକ୍ସ ଖାଇବା । ମୋର ଯାତ୍ରା ସମୟର ସ୍ନାକ୍ ସବୁବେଳେ ଆଲ୍‌ମଣ୍ଡ ହିଁ ରହିଆସିଛି । ମୋର ଦିନକୁ ଆଲ୍‌ମଣ୍ଡ ସହ ଆରମ୍ଭ କରିବା ମୋ ପାଇଁ ଏକ ପ୍ରଥା ପାଲଟିଛି ଯାହାକୁ ମୁଁ ପିଲାଦିନରୁ ଅନୁସରଣ କରୁଛି । ମୁଁ ସବୁବେଳେ ମୋର ଖାଦ୍ୟ ଓ ସ୍ନାକ୍ ପସନ୍ଦକୁ ନେଇ ସଚେତନ ରହିଆସିଛି , ଏପରିକି ବର୍ତମାନର ମୋର କୁନି ଝିଅ ମଧ୍ୟ ମୋତେ ତାର ଆଦର୍ଶ ଭାବେ ଦେଖୁଛି ଓ ମୋର ଖାଦ୍ୟାଭ୍ୟାସକୁ ନିୟମିତ ଭାବେ ଗ୍ରହଣ କରୁଛି । ତେଣୁ ମୁଁ ଘରେ ରଖୁଥିବା ସ୍ନାକ୍ସକୁ ନେଇ ସବୁବେଳେ ଖୁବ୍ ନିଶ୍ଚ୍ଖଚ୍ଛ ଓ ସ୍ୱତନ୍ତ୍ର ଅଟେ । ମୁଁ ଆଲମଣ୍ଡକୁ ପସନ୍ଦ କରିଥାଏ କାରଣ ତାହା ପ୍ରୋଟିନର ଏକ ସମୃଦ୍ଧ ଉତ୍ସ, ଏକ ପୋଷକତତ୍ୱ ଯାହାକି କେବଳ ଶକ୍ତି ଉତ୍ପାଦନକାରୀ ହୋଇନଥାଏ ବରଂ ମାଂସପେଶୀର ବିକାଶ ଓ ରଣଣାବେକ୍ଷଣରେ ମଧ୍ୟ ସହାୟକ ହୋଇଥାଏ । ଏହାବ୍ୟତୀତ ଆଲ୍‌ମଣ୍ଡଗୁଡିକ ସ୍ୱାଦ ପାଇଁ ଖୁବ୍ ସହଜ ଓ ଶୀଘ୍ର ହୋଇଥିବା ବେଳେ ଯେକୌଣସି ଭାରତୀୟ ମସଲା ସହିତ ଭଲ ଭାବରେ ମିଶିଯାଇଥାଏ । ତେଣୁ ନିଜ ସ୍ୱାସ୍ଥ୍ୟ ଉପରେ କୌଣସି ସାଲିସ୍ ନକରି କ୍ଷୁଧା ମେଂଟାଇବା ପାଇଁ ନିଜ ପାଖରେ ସବୁବେଳେ ମୁଠାଏ ଆଲମଣ୍ଡ ରଖନ୍ତୁ ।


Share It

Comments are closed.