ସାମ୍‌ସଙ୍ଗ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ କାର୍ଯ୍ୟକ୍ରମର ଘୋଷଣା


ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ, ସାମ୍‌ସଙ୍ଗ ପକ୍ଷରୁ ସାମ୍‌ସଙ୍ଗ ସ୍ମାର୍ଟ କ୍ୟାଫେ ଓ ସାମ୍‌ସଙ୍ଗ ସ୍ମାର୍ଟ ପ୍ଲାଜା ସମେତ ସାମ୍‌ସଙ୍ଗ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ଗୁଡିକରୁ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣୁଥିବା ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ଏହି ନୂତନ କାର୍ଯ୍ୟକ୍ରମରେ ଭାରତରେ ସାମ୍‌ସଙ୍ଗ ଏକ୍ସକ୍ଲୁସିଭ୍ ଷ୍ଟୋରଗୁଡିକରୁ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣୁଥିବା ଗ୍ରାହକମାନେ ଏବେ ଅନେକ ଲାଭ ପାଇପାରିବେ ।
ଏହି ପ୍ରୋଗ୍ରାମର ବ୍ୟବହାର କରି ଗ୍ରାହକମାନେ ସାମ୍‌ସଙ୍ଗ ସ୍ମାର୍ଟ କ୍ୟାଫେ କିମ୍ବା ସାମ୍‌ସଙ୍ଗ ସ୍ମାର୍ଟ ପ୍ଲାଜାରୁ ପ୍ରଥମ ଥର ପାଇଁ ସର୍ବନିମ୍ନ ୧୫୦୦୦ ଟଙ୍କା ମୂଲ୍ୟର ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିଲେ ରିୱାର୍ଡ ପଏଂଟ୍‌, ସର୍ଭିସ୍ କୁପନ ଓ ଅନ୍ୟାନ୍ୟ ଆକର୍ଷଣୀୟ ଲାଭ ପାଇପାରିବେ । ଏହି ରିୱାର୍ଡ ପଏଂଟ୍‌ଗୁଡିକୁ ସାମ୍‌ସଙ୍ଗ ଏକ୍ସକ୍ଲୁସିଭ୍ ଷ୍ଟୋରଗୁଡିକରେ ପରବର୍ତୀ କ୍ରୟ ସମୟରେ ରିଡିମ୍ କରାଯାଇପାରିବ । ଏଥିସହିତ ଗ୍ରାହକମାନେ ନିଜର ସ୍ମାର୍ଟ କ୍ଲବ୍ ମେମ୍ବରସିପ୍ (ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୈଧ) ସହିତ ୬୦୦୦ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ୩ଟି ଭାଉଚର ପାଇପାରିବେ ଏବଂ ଗ୍ୟାଲାକ୍ସି ଜେଡ୍ ଫୋଲ୍ଡ୨ ଓ ଗ୍ୟାଲାକ୍ସି ଟ୍ୟାବ୍ ଏସ୍‌୭ ଭଳି ଉତ୍ପାଦ ଉପରେ ଫାଷ୍ଟ ଟ୍ରାକ୍ ଅପ୍‌ଗ୍ରେଡ୍ ପାଇପାରିବେ । ସାମ୍‌ସଙ୍ଗ ରେଫେରାଲ ପ୍ରୋଗ୍ରାମର ବ୍ୟବହାର କରି ଗ୍ରାହକମାନେ ନିଜ ବନ୍ଧୁ ଓ ପରିବାର ଲୋକଙ୍କୁ ସାମ୍‌ସଙ୍ଗ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ରୁ ଗ୍ୟାଲାକ୍ସି ସ୍ମାର୍ଟଫୋନ୍‌ଗୁଡିକୁ କିଣିବା ପାଇଁ ରେଫର୍ କରି ୭୫୦୦ ଟଙ୍କା ପର୍ଯ୍ୟନ୍ତ ରିୱାର୍ଡ ସହିତ ଆହୁରି ଅନେକ ଆକର୍ଷଣୀୟ ଅଫର ପାଇପାରିବେ ।
ସାମ୍‌ସଙ୍ଗ ପକ୍ଷରୁ ହ୍ୱାଟ୍‌ସଆପ୍ ଚାଟ୍‌ବଟ୍ ଲଂଚ୍ କରାଯାଇଛି ଯାହାକି ଗ୍ରାହକଙ୍କୁ ସେମାନଙ୍କର ନିକଟସ୍ଥ ସାମ୍‌ସଙ୍ଗ ସ୍ମାର୍ଟ କ୍ୟାଫେ ସହିତ କେବଳ କିଛି କ୍ଲିକ୍ ସହିତ କନେକ୍ଟ କରିବାରେ ସାହାଯ୍ୟ କରିବ । ସାମ୍‌ସଙ୍ଗ ସ୍ମାର୍ଟ କ୍ୟାଫେ ହ୍ୱାଟ୍‌ସଆପ୍ ନମ୍ବର ୯୮୭୦-୪୯୪୯୪୯ରେ ‘ହାଏ’ ମେସେଜ୍ ପଠାଇ ଗ୍ରାହକମାନେ ନିଜ ନିକଟସ୍ଥ ସାମ୍‌ସଙ୍ଗ ସ୍ମାର୍ଟ କ୍ୟାଫେକୁ ଚିହ୍ନଟ କରିପାରିବେ ଏବଂ ଉତ୍ପାସ ସମ୍ବନ୍ଧିତ ଅନେକ ତଥ୍ୟ ପାଇପାରିବେ । ସାମ୍‌ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍‌ନେସ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ମୋହନଦୀପ ସିଂହ କହିଛନ୍ତି, ଆମେ ସାମ୍‌ସଙ୍ଗ ରେଫେରାଲ ପ୍ରୋଗ୍ରାମ, ରିହାତି କୁପନ ପ୍ରୋଗ୍ରାମର ଶୁଭାରମ୍ଭ କରି ଏବଂ ଆମର ଏକ୍ସକ୍ଲୁସିଭ୍ ଷ୍ଟୋରଗୁଡିକରୁ ଗ୍ୟାଲାକ୍ସି ଡିଭାଇସ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ସ୍ମାର୍ଟ କ୍ଲବ୍ ଲୟାଲ୍‌ଟି ପ୍ରୋଗ୍ରାମକୁ ଉନ୍ନତ କରି ସପର୍‌ଙ୍କ ଯାତ୍ରା ପାଇଁ ନୂତନ ଉଦ୍ଭାବନ ଆଣିବା ଲାଗି ଉତ୍ସାହିତ ରହିଛୁ ।


Share It

Comments are closed.