ଜିକିତ୍ସା ହେଲଥ କେୟାର ଲିମିଟେଡ଼ ପକ୍ଷରୁ ସୁଡ଼କ ସୁରକ୍ଷା ମାସ ପାଳନ


ଭୁୂବନେଶ୍ୱର : ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବାବେଳେ, ରାଜ୍ୟରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାକୁ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ କେୟାର ଲିମିଟେଡ ପକ୍ଷରୁ ‘ଆମ ସୁରକ୍ଷା ଆମ ହାତରେ’ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଛି । ବିଭିନ୍ନ ସମୟରେ ଆମ୍ବୁଲାନ୍ସ ଗୁଡ଼ିକ ଦ୍ୱାରା ହେଉଥିବା ଦୁର୍ଘଟଣାକୁ କମାଇବା ଏବଂ ସୁରକ୍ଷିତ ଗାଡ଼ି ଚାଳନାକୁ ପ୍ରାଥମିକତାଦେଇ ଉକ୍ତ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିକଟବର୍ତି ଅଂଚଳରୁ ଆସିଥିବା ୧୦୮ ଆମ୍ବୁଲାନ୍ସର ଅନେକ ଡ୍ରାଇଭର ଯୋଗଦେବା ସହ ସାରା ଓଡ଼ିଶାରୁ ବିଭିନ୍ନ ଜିଲ୍ଲାର ଡ୍ରାଇଭରମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ । ଏହା ବ୍ୟତୀତ ଏହି ଅବସରରେ ସମସ୍ତ ଡ୍ରାଇଭରମାନେ ସୁରକ୍ଷିତ ଗାଡ଼ି ଚାଳନା ସମ୍ପର୍କରେ ଏକ ଶପଥ ପାଠ କରିଥିଲେ ।
ଏହି ଅବସରରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ର ଓଡ଼ିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତିଯେ, “ସୁରକ୍ଷିତ ଆମ୍ବୁଲାନ୍ସ ଚାଳନାର ବିଭିନ୍ନ ଦିଗ ଯେପରିକି, ଆସିଡ଼େଂଟାଲ ଟାଇମିଂ, ରେସପନ୍ସ ଟାଇମ୍ ଇତ୍ୟାଦି ଆଧାରରେ ଚାଳକ ମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି । ଉପରୋକ୍ତ ବିଭିନ୍ନ ପାରାମିଟର ପାଇଁ ଚାଳକ ମାନଙ୍କୁ ପଏଂଟ ପ୍ରଦାନ କରାଯିବ । ୧୨ ଘଂଟାର ଦୁର୍ଘଟଣାମୁକ୍ତ ଚାଳନାରେ ସେମାନଙ୍କୁ ପଏଂଟ ପ୍ରଦାନ କରାଯିବ ଏବଂ ଏଥିରୁ ବ୍ୟତିକ୍ରମହେଲେ ସେମାନଙ୍କ ପଏଂଟରେ ହ୍ରାସ କରାଯିବାର ବ୍ୟବସ୍ଥା ରହିଛି । ସର୍ବାଧିକ ପଏଂଟ ପାଇଥିବା ଚାଳକ ମାନଙ୍କୁ କ୍ୟାସ ଆୱାର୍ଡ଼ ସହିତ ସାର୍ଟିଫିକେଟରେ ସମ୍ମାନିତ କରାଯିବ । ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ୧୦୮ ଏବଂ ୧୦୨ ଆମ୍ବୁଲାନ୍ସକୁ ଦୁର୍ଘଟଣାରୁ ଏଡ଼ାଇ କିପରି ସୁରକ୍ଷିତଭାବେ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସଠିକ୍ ସମୟରେ ପହଂଚାଇ ପାରିବେ ତାହା ହେଉଛି ଉକ୍ତ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।”
ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ସମ୍ପ୍ରତି ଓଡିଶାର ୩୦ଟି ଜିଲ୍ଲାରେ ୫୯୬ ଟି ୧୦୮ ଆମ୍ବୁଲାନ୍ସ ଏବଂ ୫୦୦ ଟି ୧୦୨ ଆମ୍ବୁଲାନ୍ସ ମାଧ୍ୟମରେ ଜରୁରୀକାଳୀନ ସେବାର ପ୍ରଚଳନ କରାଯାଉଛି । ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ବିଗତ ୭ବର୍ଷ ମଧ୍ୟରେ ୩୨ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଏବଂ ୨୯ଲକ୍ଷରୁ ଉର୍ଦ୍ଧ ଗର୍ଭବତୀ ଏବଂ ଶିଶୁଙ୍କୁ ୧୦୨ ଆମ୍ବଲାନ୍ସ ସେବା ପ୍ରଦାନ କରିସାରିଲେଣି । ଏପରିକି ରାଜ୍ୟର ବିଭିନ୍ନ ବିଛିନ୍ନାଂଚଳରେ ୬ଟି ୧୦୮ ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇଦିଆଯାଇଛି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରସ୍ଥିତ ଷ୍ଟେଟ ଅଫ ଦି ଆର୍ଟ କେନ୍ଦ୍ରରୁ ପରିଚାଳିତ ହେଉଛି ।


Share It

Comments are closed.