କେନ୍ଦୁଝରର ଡିଆରସିଏସ ଓ ଏଆରସିଏସ ନିଲମ୍ବିତ


ଭୁବନେଶ୍ୱର : ଖରିଫ ବିପଣନ ଋତୁ ୨୦୧୯-୨୦ରେ କେନ୍ଦୁଝର ଜିଲ୍ଲାର ସାହାରପଡା ଲ୍ୟାମ୍ପସରେ ଧାନକିଣାରେ ଅନିୟମିତତା ଅଭିଯୋଗରେ କେନ୍ଦୁଝରରେ ଡିଆରସିଏସ ପ୍ରମୋଦ କୁମାର ବରିହା ଏବଂ ଏଆରସିଏସ ପର୍ଶୁରାମ ପାତ୍ରଙ୍କୁ ନିଲମ୍ବନ କରାଯାଇଛି ।
ଗତ ଖରିଫ ବିପଣନ ଋତୁରେ ସାହାରପଡା ଲ୍ୟାମ୍ପସରେ ଧାନକିଣାରେ ଅନିୟମିତତା ଅଭିଯୋଗର ତଦନ୍ତ ରିପୋର୍ଟ କେନ୍ଦୁଝର ଜିଲ୍ଲାପାଳଙ୍କଠାରୁ ହସ୍ତଗତ ହେବା ପରେ ଡେପୁଟି ରେଜିଷ୍ଟାର କୋଅପରେଟିଭ ସୋସାଇଟି ଓ ଆସିଷ୍ଟାଣ୍ଟ ରେଜିଷ୍ଟାର କୋଅପରେଟିଭ ସୋସାଇଟିଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ସମବାୟ ବିଭାଗ ପକ୍ଷରୁ ଆଜି ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ଏଥି ସହିତ ନିଲମ୍ବିତ ଅଧିକାରୀ ଦ୍ୱୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।


Share It

Comments are closed.