ଘରେ ଶାନ୍ତି ଫେରାଇବା ପାଇଁ ହଟାଇ ଦିଅନ୍ତୁ ଏହି ସବୁ ଜିନିଷ


ବେଳେ ବେଳେ ଆପଣ ଦେଖିଥିବେ ସବୁ କିଛି ଠିକ୍ ଥିବ ହେଲେ ଆପଣଙ୍କ ଘରେ ଅଶାନ୍ତି ଲାଗି ରହିଥିବ । ଯେତେ ଅର୍ଥ ଉପାର୍ଜନ କରିବା ସତ୍ତେ୍ୱ ଆପଣଙ୍କ ଘରେ ଅର୍ଥର ଅଭାବ ରହୁଥିବ । ପରିବାରରେ ସବୁବେଳେ ରୋଗ ଲାଗି ରହୁଥିବ । ଆପଣଙ୍କ ହସଖୁସିରେ ଚାଲିଥିବା ସଂସାର ଯଦି ହଠାତ୍ ଅସୁବିଧାର ସମ୍ମୁଖିନ ହୁଏ ତେବେ ଆପଣ ଜାଣିବେ ଯେ ଆପଣଙ୍କ ଘରର ବାତାବରଣରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି ଅର୍ଥାତ ଘରେ ସୃଷ୍ଟି ହେଉଥିବା ନକାରାତ୍ମକ ଉର୍ଜା ତଥା କିଛି ଛୋଟ ଛୋଟ କାରଣ ଯୋଗୁଁ ଏପରି ହୋଇପାରେ ବୋଲି ଭାବିବାକୁ ହେବ । ଏପରି ଅନେକ ଜିନିଷ ରହିଛି ଯାହାକୁ ଆମେ ସାଧାରଣତଃ ଘରେ ରଖିଥାଉ ଏବଂ ଜାଣିନଥାଉ ଯେ ଏହାହିଁ ଆମ ଦୁଃଖର କାରଣ ହୋଇପାରେ । ଜାଣନ୍ତୁ ଭାରତୀୟ ବାସ୍ତୁଶାସ୍ତ୍ର ଅନୁଯାୟୀ କେଉଁ ଜିନିଷ ଘରେ ରଖିବା ଅନୁଚିତ୍ :-

୧. ସାଧାରଣତଃ ପ୍ରତ୍ୟେକ କୌଣସି ପଦାର୍ଥ ଭାଙ୍ଗିଗଲେ ତାକୁ ବହୁ ଦିନ ପର୍ଯ୍ୟନ୍ତ ବି ସାଇତି ରଖିଥାନ୍ତି ଯେପରିକି ଛିଣ୍ଡା ଝାଡୁ, ଭଙ୍ଗା ପାତ୍ର, ଭଙ୍ଗା କପ, ମଗ, ଚଷମା, ଇଲେକଟ୍ରୋନିକ ସାମଗ୍ରୀ ଇତ୍ୟାଦି । ଏହିପରି ସବୁ ସାମଗ୍ରୀ ଯଦି ଆପଣଙ୍କ ଘରେ ରହିଥାଏ ତେବେ ତୁରନ୍ତ ବାହାର କରିଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ସୃଷ୍ଟି ହେବା ସହ ମା ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ ।

୨. ଘରେ ଶିବଙ୍କର ନଟରାଜମୂର୍ତ୍ତି/ଫଟୋ, ତାଜମହଲ ଚିତ୍ର/ପ୍ରତୀମା, ରାମାୟଣ କିମ୍ବା ମହାଭାରତର ଯୁଦ୍ଧ ଚିତ୍ର, ହିଂସ୍ର ଜୀବଜନ୍ତୁଙ୍କ ଚିତ୍ର ଇତ୍ୟାଦି ରଖନ୍ତୁ ନାହିଁ । ଏହି ସବୁ ଚିତ୍ର ବାରମ୍ବାର ଦେଖିଲେ ଆମ ଭିତରେ ନକାରାତ୍ମକ ଉର୍ଜା ଜାଗ୍ରତ ହୁଏ ।

୩. କଣ୍ଟା ଜାତୀୟ ଗଛର ଚିତ୍ର କିମ୍ବା ଗଛ , କ୍ୟାକ୍ଟସ, ସପ୍ତଫେଣୀ ବୃକ୍ଷ, ଅମୃତଭଣ୍ଡା ଗଛ ଇତ୍ୟାଦି ଘରେ ରଖନ୍ତୁ ନାହିଁ ।

୪. ବୁଡୁଥିବା ଜାହାଜର ସୋପିସର ଚିତ୍ର ଆଦୌ ରଖନ୍ତୁ ନାହିଁ ଏହା ଆପଣଙ୍କ ଜୀବନରେ ଦୁର୍ଦ୍ଦଶା ଡାକି ଆଣିଥାଏ ।

୫. ପୁରୁଣା କପଡା ପୁଟଳୀ, ଭଙ୍ଗାମୂର୍ତ୍ତୀ, ଏକାଧିକ ଦେବାଦେବୀଙ୍କ ଫଟୋ କିମ୍ବା ପ୍ରତୀମା, ଅଳନ୍ଧୁ ଇତ୍ୟାଦି ଘରେ ରଖନ୍ତୁ ନାହିଁ । ଏହି ସବୁ ଦ୍ୱାରା ଉତ୍ପନ୍ନ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନକୁ ଅଧୋଗତି ଆଡକୁ ଟାଣିନେବ ।

୬. ଫଟା ପର୍ସ ଏବଂ ପର୍ସ ଭିତରେ କୌଣସି ଅଦରକାରୀ କାଗଜ ଯେପରି ବିଲ, ଉଧାର କାଗଜ ଇତ୍ୟାଦି ନ ରଖି ନିଜ ଇଷ୍ଟ ଦେବା ଦେବୀଙ୍କ ଚିତ୍ରକିମ୍ବା ନିଜ ପ୍ରିୟଜନଙ୍କ ଚିତ୍ର ରଖିପାରିବେ ।


Share It

Comments are closed.