ନାଲି ଟମାଟୋ ନା ସବୁଜ ଟମାଟୋ? କେଉଁଟି ହୋଇଥାଏ ଅଧିକ ଉପକାରୀ


ଅଧିକାଂଶ ଲୋକେ ରୋଷେଇ କରିବା ସମୟରେ ବା ସାଲାଡ଼ରେ ଲାଲ୍ ଟମାଟୋ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ । ତେବେ ଖୁବ କମ୍ ଲୋକଙ୍କୁ ସବୁଜ ଟମାଟୋର ଉପକାରିତା ବିଷୟରେ ଜଣାଥିବ । ଆଜି ଆମେ ଆପଣଙ୍କୁ କହିବୁ ଏହି ଦୁଇଟି ଟମାଟୋ ମଧ୍ୟରୁ କେଉଁଟି ଆପଣଙ୍କ ଶରୀର ପାଇଁ ଅଧିକ ଲାଭଦାୟକ ଅଟେ । ସବୁଜ ଓ ନାଲି ଟମୋଟୋକୁ ଅନେକ ସୁସ୍ବାଦ ଖାଦ୍ୟ ତିଆରେ ସମୟରେ ବ୍ୟବହାର କରାଯାଇଥାଏ । ଉଭୟ ଟମାଟୋରେ ଭରପୂର ମାତ୍ରାରେ ଭିଟାମିନ୍ ସି ମହଜୁଦ ରହିଥାଏ ଯାହା ଶରୀର ପାଇଁ ଉପଯୋଗୀ । କିନ୍ତୁ ସବୁଜ ଟମାଟୋରେ ଭିଟାମିନ୍ (ସି) (vitamin c) ଅଧିକ ପରିମାଣରେ ରହିଥାଏ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍ (ସି) (vitamin c) ର ଅଭାବ ରହିଥାଏ ତେବେ ଆପଣ ସବୁଜ ଟମାଟୋ (Green tomato) ଖାଇବା ଆରମ୍ଭ କରନ୍ତୁ । ଲାଲ୍ ଟମାଟୋରେ ସବୁଜ ଟମାଟୋ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ଥାଏ।

ନାଲି ଟମାଟୋରେ ଭିଟାମିନ୍ ଏ (vitamin A), ଭିଟାମିନ୍ ଇ, ଫାଇବର (Fiber), ପୋଟାସିୟମ୍, ଜିଙ୍କ, ମ୍ୟାଗ୍ନେସିୟମ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ । ଲାଇକୋପିନ୍ (lycopene) ହେଉଛି ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ (Antioxidant) । ଯାହା ଲାଲ ଫଳ ଓ ପନିପରିବାରେ ମହଜୁଦ ଥାଏ । ଯେପରିକି ଗାଜର, ତରଭୁଜ ଇତ୍ୟାଦି । ଲାଲ୍ ଟମାଟୋରେ (Red tomato) ପ୍ରଚୁର ପରିମାଣର ଲାଇକୋପିନ୍ (lycopene ) ରହିଥାଏ । ତେବେ ଲାଇକୋପିନ୍ କାରଣରୁ ଟମାଟୋର ରଙ୍ଗ ଲାଲ ଦେଖାଯାଏ । ଶରୀରରେ ଅନେକ ରୋଗ ଭଲ କରିବାରେ ଲାଇକୋପିନ୍ (lycopene) ସହାୟକ ହୋଇଥାଏ । ତେବେ ଏହି ଆଣ୍ଟିଅକ୍ସିଡାଣ୍ଟ (Antioxidant) ସବୁଜ ଟମାଟୋରେ ମିଳିନଥାଏ । ସବୁଜ ଟମାଟୋ ହୃଦ ରୋଗୀଙ୍କ ପାଇଁ ବେଳ ଲାଭଦାୟୀ ହୋଇଥାଏ । ଏଥିରେ ଭିଟାମିନ୍ (ସି) (vitamin c) ର ପ୍ରଚୁର ପରିମାଣରେ ମହଜୁଦ ରହିଥାଏ । ସବୁଜ ଟମାଟୋ ଶରୀରରେ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିଥାଏ । କେବଳ ଏତିକି ନୁହେଁ, ମଧୁମେହ ରୋଗୀଙ୍କ ପାଇଁ ସବୁଜ ଟମାଟୋ ବେଶ ଉପକାରୀ ହୋଇଥାଏ । ଏଥିରେ ଆଇରନ୍ (iron), ପୋଟାସିୟମ୍ (Potassium) ଓ ଫସଫରସ୍ ଭରପୂର ମାତ୍ରାରେ ରହିଥାଏ । ଯାହା ରକ୍ତରେ ଶର୍କରା ସ୍ତରକୁ (Blood sugar Level) ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।

ସବୁଜ ଟମାଟୋ କର୍କଟ ରୋଗ ଦୂର କରିବାରେ ସହାୟକ ହୋଇଥାଏ । କର୍କଟ (Cancer) ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ପ୍ରତିଦିନ ସବୁଜ ଟମାଟୋ ଖାଇବା ଦ୍ୱାରା କର୍କଟ (cancer) ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ । ତେବେ ସବୁଜ ଟମାଟୋ କଞ୍ଚା ଖାଇବା ପରିବର୍ତ୍ତେ ଏହାକୁ ରାନ୍ଧି କରି ଖାଇବା ଦ୍ବାରା ଶରୀରକୁ ଅଧିକ ଲାଭଦାୟକ ମିଳିଥାଏ । ଟମାଟୋ ଲାଲ କିମ୍ବା ସବୁଜ, ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ । ପୁଷ୍ଟିକର ଖାଦ୍ୟ ପାଇବା ପାଇଁ ନିଜ ଖାଦ୍ୟରେ ଉଭୟ ଟମାଟୋ ଅନ୍ତର୍ଭୁକ୍ତ କରିପାରିବେ । ପୁଷ୍ଟିକର ଦୃଷ୍ଟିରୁ ଉଭୟ ଟମାଟୋ ସ୍ବସ୍ଥ୍ୟା ପକ୍ଷେ ଭଲ ଅଟେ ।

(Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।?


Share It

Comments are closed.