ଅପରିବର୍ତିତ ରହିଲା ରେପୋ ରେଟ୍ : ଜିଡିପି ଅଭିବୃଦ୍ଧିକୁ ନେଇ ଭଲ ଖବର ଦେଲେ ଶକ୍ତିକାନ୍ତ


ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟିର ବୈଠକ ଆଜି ଶେଷ ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ଭାଇରସ ମହାମାରୀ ଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଘୋଷଣା ଗୁରୁତ୍ୱପୂର୍ଣ୍ଣ |

ସାଧାରଣ ବଜେଟ୍ ୨୦୨୧-୨୨ ର ଉପସ୍ଥାପନା ପରେ ଏହା ଏମପିସିର ର ପ୍ରଥମ ସମୀକ୍ଷା ବୈଠକ | ଗତ ତିନୋଟି ମୁଦ୍ରା ସମୀକ୍ଷା ବୈଠକରେ ଏମପିସି ସୁଧ ହାରରେ ପରିବର୍ତ୍ତନ କରିନାହିଁ | ରିଜର୍ଭ ବ୍ୟାଙ୍କ ଗତ ୨୨ ମେ ୨୦୨୦ ରେ ନୀତି ହାରରେ ସଂଶୋଧନ କରିଥିଲା।

ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ବୈଠକ ରେ ଆରବିଆଇ ରେପୋ ରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଏହାକୁ ନେଇ ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରାଯିବ । ୬ ସଦସ୍ୟ ବିଶିଷ୍ଟ କମିଟିର ବୈଠକ ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା ।

ରେପୋ ରେଟର ଅର୍ଥ ହେଉଛି ଆରବିଆଇ ବିଭିନ୍ନ ବ୍ୟାଙ୍କକୁ ଦେଉଥିବା ଲୋନ୍ ଉପରେ ସୁଦ୍ଧ ହାର । ତେବେ ଫେବ୍ରୁଆରୀ ୧ରେ ଆଗତ ବଜେଟ୍ ପରେ ଏହା ଆରବିଆଇର ପ୍ରଥମ ବୈଠକ ଅଟେ । ଆରବିଆଇ ଗତ ୨୦୨୦ ଫେବ୍ରୁଆରୀରୁ ଏବେସୁଦ୍ଧା ରେପୋ ରେଟରେ ୧୧୫ ବେସିସ୍ ପଏଣ୍ଟ ହ୍ରାସ କରିଛି ।

ଆରବିଆଇର କମିଟି ଗତ ୩ ଥର ବସିଥିବା ବୈଠକରେ ପ୍ରମୁଖ ନୀତିଗତ ଗରରେ କୌଣସି ପରିବର୍ତ୍ତନ କରିନଥିଲା । ଏବେ ରେପୋ ରେଟ ୪ ପ୍ରତିଶତ ରହିଛି । ଯାହା ୧୫ ବର୍ଷରେ ସର୍ବନିମ୍ନ ସ୍ତରରେ ରହିଛି । ସେହିପରି ଆରବିଆଇ ରିଭର୍ସ ରେପୋ ରେଟକୁ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଏହି ଦରରେ ବ୍ୟାଙ୍କ୍ ନିଜ ପାଖରେ ଜମା ରଖିଥିବା ଅର୍ଥକୁ ଆରବିଆଇରେ ଜମା ରଖିଥାଏ ।

ସେହିପରି ବ୍ୟାଙ୍କ୍ ରେଟ୍ ୪.୨୫ ପ୍ରତିଶତ ରହିଥିବା ବେଳେ ଏମଏସଏଫ ୪.୨୫ ପ୍ରତିଶତ ରହିଛି । ଏତତ୍ ବ୍ୟତୀତ ୨୦୨୧-୨୨ରେ ଜିଡିପି ୧୦.୫ ପ୍ରତିଶତ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି । ସେହିପରି ଆରବିଆଇ ଗଭର୍ଣ୍ଣର ଆହୁରି କହିଛନ୍ତି ଯେ, ୨୦୨୦-୨୧ର ଚତୁର୍ଥ ତ୍ରୈମାସିକରେ ମହଙ୍ଗା ଦର ୫.୨ ପ୍ରତିଶତ ହୋଇପାରେ । ଯାହା ଟଲରାନ୍ସ ଲେବୁଲ ତଳେ ରହିଛି । ଅର୍ବାନ ସହକାରୀ ବ୍ୟାଙ୍କକୁ ମଜବୁତ ପାଇଁ ଏକ୍ସପର୍ଟ ପ୍ୟାନେଲ୍ ଗଠନ କରାଯିବ ବୋଲି ସେ କହିଛନ୍ତି ।


Share It

Comments are closed.