ଆଜି ‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ଆଜି ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ କରିବା ଏହି ଅଭିଯାନର ଉଦ୍ଦେଶ୍ୟ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟା, ରାଷ୍ଟ୍ରମନ୍ତ୍ରୀ ଭାରତ ପ୍ରବୀଣ ପାୱାର, ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଗଣ, ରାଜ୍ୟପାଳ, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଉପସ୍ଥିତିରେ ମହାମହିମ ରାଷ୍ଟ୍ରପତି ଏହାର ଶୁଭାରମ୍ଭ କରିବେ । ଏହି ଅଭିଯାନ ଅନ୍ତର୍ଗତ ଆଜି ନି-କ୍ଷୟ ୨.୦ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହେବ ।
ନି-କ୍ଷୟ ପୋର୍ଟାଲ ଏକ ଡିଜିଟାଲ ପ୍ଲାଟଫର୍ମ ଅଟେ । ଯାହାକି ଯକ୍ଷ୍ମା(ଟିବି) ରୋଗୀଙ୍କ ସହୟତା ପାଇଁ ଉଦ୍ଦିଷ୍ଟ । ଯକ୍ଷ୍ମା ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଗୋଷ୍ଠୀର ହିତାଧିକାରୀଙ୍କୁ ଏକାଠି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ପରିକଳ୍ପନା କରାଯାଇଛି । ନି-କ୍ଷୟ ପୋର୍ଟ ଏହି ଅଭିଯାନର ଗୁରୁତ୍ବପୂର୍ଣ୍ଣ ଉପାଦନ ଅଟେ । ଯକ୍ଷ୍ମା ଚିକିତ୍ସା କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ଲାଗି ନି-କ୍ଷୟ ପୋର୍ଟାଲ ଦାତାମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଆଜି ରାଷ୍ଟ୍ରପତି ଏହାକୁ ଶୁଭାରମ୍ଭ କରିବେ । କୋପରେଟିଭ ସୋସାଇଟି, କର୍ପୋରେଟ, ନିର୍ବାଚିତ ଜନପ୍ରତିନିଧି, ଅନୁଷ୍ଠାନ, ଏନଜିଓ, ରାଜନୈତିକ ଦଳ ଏବଂ ବ୍ୟକ୍ତିବିଶେଷମାନେ ଯକ୍ଷ୍ମା ରୋଗୀମାନଙ୍କ ଚିକିତ୍ସାରେ ସହଯୋଗ କରି ନି-କ୍ଷୟ ମିତ୍ର ହୋଇପାରିବେ ।
ନି-କ୍ଷୟ ମିତ୍ରମାନେ ପୁଷ୍ଟିକର ଖାଦ୍ୟ, ଅତିରିକ୍ତ ପରୀକ୍ଷା ନିରୀକ୍ଷା ଏବଂ ଧନ୍ଦାମୂଳକ ଆଦି ତିନୋଟି ସହାୟତା ପ୍ରଦାନ କରିପାରିବେ । ଯଦି କୌଣସି ବ୍ୟକ୍ତିବିଶେଷ ନି-କ୍ଷୟ ମିତ୍ର ହେବାକୁ ଇଚ୍ଛା କରନ୍ତି ତେବେ ସେ communitysupport.nikshay.in ୱେବସାଇଟ ଯୋଗେ ଏହା କରିପାରିବେ । ଯକ୍ଷ୍ମା ରୋଗୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ପୁଷ୍ଟକର ଖାଦ୍ୟ ଯୋଗାଇବା ନି-କ୍ଷୟ ମିତ୍ରର ଉଦ୍ଦେଶ୍ୟ । ଉତ୍ତପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏହି ଅଭିଯାନର ପରିକଳ୍ପନା କରିଥିଲେ । ୨୦୧୮ ମାର୍ଚ୍ଚରେ ଦିଲ୍ଲୀରେ ଏଣ୍ଡ ଟିବି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସଡ଼ିଜି ଲକ୍ଷ୍ୟ ୨୦୩୦ର ପାଞ୍ଚ ପୂର୍ବ ପୂର୍ବରୁ ଦେଶରୁ ଯକ୍ଷ୍ମା ବିଲୋପ ପାଇ ଆହ୍ବାନ ଦେଇଥିଲେ ।


Share It

Comments are closed.