‘ଓଏଏ’ର ସମ୍ପାଦକ ଭାବେ ପୁଣିଥରେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ଆଶୀର୍ବାଦ ବେହେରା


ଓଡ଼ିଶା ଆଥ୍‌ଲେଟିକ ଆସୋସିଏସନ(ଓଏଏ) ର ସମ୍ପାଦକ ଭାବେ ପୁଣି ଥରେ ଆଶୀର୍ବାଦ ବେହେରା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଓଏଏର ନିର୍ବାଚନ ନିମନ୍ତେ ସମ୍ପାଦକ ପଦବୀରେ ଆଶୀର୍ବାଦଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ୍‌ ଶେଷ ହୋଇଥିବା ବେଳେ ଆଶୀର୍ବାଦ ଅପ୍ରତିଦ୍ୱନ୍ଦୀ ରହିଛନ୍ତି । ଫଳରେ ଆଶୀର୍ବାଦଙ୍କ ବିଜୟ ନିଶ୍ଚିତ, କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ।

ରାଜ୍ୟର ଏହି ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଜଣକ ୧୯୮୮ ମସିହାରୁ ଓଏଏର ସମ୍ପାଦକ ପଦବୀରେ ରହି ଆସୁଛନ୍ତି । ଏବେ ଆସନ୍ତା ୪ବର୍ଷ ନିମନ୍ତେ ପୁଣି ସେ ଏହି ଆସନ୍ତ ଅକ୍ତିଆର କରିବା ସ୍ପଷ୍ଟ ହୋଇଛି । ଦୀର୍ଘ ୪ ଦଶନ୍ଧି ଧରି ସମ୍ପାଦକ ପଦବୀରେ ଅପରାଜେୟ ରହି ଆସୁଛନ୍ତି ଆଶୀର୍ବାଦ।

ଆସନ୍ତା ୧୧ ତାରିଖରେ ହେବ ନିର୍ବାଚନ । ଉପସଭାପତି ପଦବୀକୁ ଛାଡ଼ି ଅନ୍ୟ ସମସ୍ତ ପଦବୀ ନିଦ୍ୱର୍ନ୍ଦ୍ୱରେ ପୂରଣ ହୋଇଛି । ସଭାପତି ଭାବେ ଦ୍ୱିତୀୟ ଥର ଦାୟିତ୍ୱକୁ ଆସିଛନ୍ତି ଜି.ଶ୍ରୀନିବାସ ପଟ୍ଟନାୟକ । ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ରବି ନାୟକ, ସହକାରୀ ସମ୍ପାଦକ ଭାବେ ବିଭୂତି ଭୂଷଣ ପଣ୍ଡା, କୋଷାଧ୍ୟକ୍ଷ ଭାବେ ରବି ଶଙ୍କର ପ୍ରତିହାରୀ ନିର୍ବାଚିତ ହୋଇଛନ୍ତି ।


Share It

Comments are closed.