ବୈଦିକ ଶାସ୍ତ୍ର ଅନୁଯାୟୀ ସଫଳତା ପାଇବା ପାଇଁ ଜପ କରନ୍ତୁ ଏହି ସମସ୍ତ ମନ୍ତ୍ର . . . . . .


ବର୍ତ୍ତମାନର ବସ୍ତୁବାଦୀ ସମାଜରେ ଲୋକେ ଚିନ୍ତା ଏବଂ ବିଷାଦଗ୍ରସ୍ତ । କେବଳ ପରିଶ୍ରମ ହିଁ ସଫଳତାର ମନ୍ତ୍ର । ସମସ୍ତେ ପରିଶ୍ରମ କରିବାରେ ବ୍ୟସ୍ତ ରହିଥାନ୍ତି କିନ୍ତୁ ମାତ୍ର ୧୦ ପ୍ରତିଶତ ଲୋକେ ସଫଳତା ପାଇଥାନ୍ତି ତେଣୁ ଅସଫଳତାର ଶିକାର ହେଉଥିବା ବ୍ୟକ୍ତି ଚିନ୍ତା ଗ୍ରସ୍ତ ହୋଇଯାନ୍ତି ଏବଂ ବହୁ ରୋଗର ଗନ୍ତାଘର ପାଲଟିଯାଇଥାନ୍ତି । ତେଣୁ ପରିଶ୍ରମ ସହିତ ସଫଳତା ପାଇବା ପାଇଁ ଆପଣ ଭଗବାନଙ୍କ ମନ୍ତ୍ର ଜପ କରିପାରିବେ । ଏହା ଦ୍ୱାରା ମନ ଶାନ୍ତ ରହିଥାଏ ଏବଂ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥାଏ । ବୈଦିକ ଶାସ୍ତ୍ର ଅନୁଯାୟୀ ଭଗବାନ ସମସ୍ତ କର୍ମର ମୂଳ ଏବଂ ଅନ୍ତ । ତେଣୁ ସମସ୍ତ କାର୍ଯ୍ୟ କରିବା ସମୟରେ ସଫଳତା ପାଇଁ ଆପଣ ଭଗବାନଙ୍କ ମନ୍ତ୍ର ଜପ କରିପାରିବେ ।
୧. ସଫଳତା ପାଇଁ ଶିବ ମନ୍ତ୍ର – ସଫଳତା ପାଇଁ ଶିବ ମନ୍ତ୍ରର ଏକ ପ୍ରାଧାନ୍ୟ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ଶିବ ସମସ୍ତ କାର୍ଯ୍ୟର ମୂଳ ଅଟନ୍ତି । ଆପଣ ପ୍ରତ୍ୟେକ ସୋମବାର ୧୦୮ଥର ରୁଦ୍ରାକ୍ଷ ମାଳାରେ ଶିବ ମନ୍ତ୍ର ଓଁ ନମଃ ଶିବାୟ ମନ୍ତ୍ର ଜପ କରିପାରିବେ ।
୨. ସଫଳତା ପାଇଁ ଲକ୍ଷ୍ମୀ ମନ୍ତ୍ର – ଲକ୍ଷ୍ମୀ ମା ସୌଭାଗ୍ୟ, ସୁଖ ଏବଂ ସମୃଦ୍ଧି ପାଇଁ ପରିଚିତ । ତେଣୁ ମା ଲକ୍ଷ୍ମୀଙ୍କ ମନ୍ତ୍ର ଆଧାରନା ଦ୍ୱାରା ଘରେ ସୌଭାଗ୍ୟ, ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଲକ୍ଷ୍ମୀଙ୍କ ଆରାଧନାରେ ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
୩. ସଫଳତା ପାଇଁ ଶ୍ରୀକୃଷ୍ଣ ମନ୍ତ୍ର – ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶ୍ରୀ କୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଅଟନ୍ତି । ପ୍ରତିଦିନ ୧୦୮ ଥର ଜୟ ଶ୍ରୀ କୃଷ୍ଣ ମନ୍ତ୍ର ଜପ କରିବା ଦ୍ୱାରା ଘରୁ ନକରାତ୍ମକ ଭାବନା ଦୂର ହୋଇଥାଏ ଏବଂ ଅସୁବିଧା ଦୂର ହୋଇ ସୁଖମୟ ହୋଇଥାଏ ।
୪. ସଫଳତା ପାଇଁ ହନୁମାନ ମନ୍ତ୍ର – ହନୁମାନ ସମସ୍ତ ପ୍ରକାରର ଅସୁବିଧା ଏବଂ ବିପଦରୁ ରକ୍ଷା କରିଥାନ୍ତି । ହନୁମାନ ମନ୍ତ୍ର ଜପ କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ଏବଂ ବିପଦ ଏବଂ ସଂକଟରୁ ମୁକ୍ତି ମିଳିଥାଏ ।
୫. ସଫଳତା ପାଇଁ ଗଣେଶ ମନ୍ତ୍ର – ଭଗବାନ ଗଣେଶ ବିଘ୍ନ ହର୍ତା ଅଟନ୍ତି । ଭଗବାନ ଗଣେଶଙ୍କ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ପ୍ରକାର ବାଧାବିଘ୍ନ ଏବଂ ସମସ୍ୟା ଦୂର ହୋଇଥାଏ । ଗଣେଶ ବନ୍ଦନା ଜପ କରିବା ଦ୍ୱାରା ସଫଳତା, ଶାନ୍ତି, ସୌଭାଗ୍ୟ ଏବଂ ସୁଖ ପ୍ରାପ୍ତି ହୋଇଥାଏ ।


Share It

Comments are closed.