ଲୋକପ୍ରିୟ ଗାୟକ ଦିଲେର ମେହେନ୍ଦୀଙ୍କୁ ହ୍ୟୁମାନ ଟ୍ରାଫିକିଂ କେସରେ ୨ବର୍ଷ ଜେଲ . . . .


ବଲିଉଡ ତଥା ପଂଜାବର ଲୋକପ୍ରିୟ ଗାୟକ ଦିଲେର ମେହେନ୍ଦୀଙ୍କୁ ଗୁରୁବାର ଦିନ ପୋଲିସ ୧୫ ବର୍ଷର ପୁରୁଣା ହ୍ୟୁମାନ ଟ୍ରାଫିକିଂ କେସରେ ଆରେଷ୍ଟ କରିଥିବା ବେଳେ ପଟିଆଲା କୋର୍ଟ ତାଙ୍କୁ ୨ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି ।

୨୦୦୩ରେ ପ୍ରଥମେ ତାଙ୍କ ସମେତ ତାଙ୍କର ଭାଇ ସମସେର ସିଂ ଏବଂ ଅନ୍ୟ ଦୁଇ ଜଣଙ୍କ ଉପରେ ପଟିଆଲାର କୌଣସି ଏକ ପୋଲିସ ଷ୍ଟେସନରେ ହ୍ୟୁମାନ ଟ୍ରାଫିକିଂ କେସ ଦାୟର ହୋଇଥିଲା । ଅଭିଯୋଗ ଅନୁଯାୟୀ ଦିଲେର ବହୁ ଲୋକମାନଙ୍କ ଠାରୁ ମୋଟା ଆକାରର ଟଙ୍କା ଆଦାୟ କରି ସେମାନଙ୍କୁ ବେଆଇନ ଭାବେ ବିଦେଶ ତଥା କାନ୍ନାଡା ଏବଂ ୟୁଏସ ପଠାଇବାର ପ୍ରଲୋଭନ ଦେଖାଉଥିଲେ । ଏବଂ ଅନୁସନ୍ଧାନ ପରେ ପୋଲିସ ଦିଲେରଙ୍କ ବିରୁଦ୍ଧରେ ବହୁ ଦସ୍ତାବିଜ  ତାଙ୍କର ନୂଆ ଦିଲ୍ଲୀ ସ୍ଥିତ ଅଫିସରୁ ହାସଲ କରିଥିଲା ଏବଂ ତାଙ୍କ ବିରୁଦ୍ଧରେ କେସ ଦାୟର କରିଥିଲେ । ବର୍ତ୍ତମାନ ତାଙ୍କୁ ୧୫ ବର୍ଷ ପରେ ଏହି କେଶରେ ପଟିଆଲା କୋର୍ଟ ୨ବର୍ଷ ଜେଲ ଦଣ୍ଡା ଦେଶ କରିଛନ୍ତି ।


Share It

Comments are closed.