ଆସନ୍ତା କାଲି ଆକାଶମାର୍ଗରୁ ଓଡିଶା ଏବଂ ପଶ୍ଚିମବଙ୍ଗ ବାତ୍ୟା ପ୍ରଭାବିତ ଅଞ୍ଚଳମାନଙ୍କର ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଅତ୍ଥାତ ଶୁକ୍ରବାର ଦିନ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଦ୍ୱାରା ଓଡିଶା ଏବଂ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ଆକାଶମାର୍ଗରୁ ସ୍ଥିତିର ଅନୁଧ୍ୟାନ କରିବେ । ଆକାଶମାର୍ଗରୁ ସ୍ଥିତିର ଅନୁଧ୍ୟାନ କରିବା ପରେ ସେ ଏକ ସମୀକ୍ଷା ବୈଠକରେ ମଧ୍ୟ ଯୋଗଦେବେ । ଏହି ସମୀକ୍ଷା ବୈଠକରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମ୍ବୋନ୍ଧିୟ ବିଷୟ ଉପରେ ଆଲୋଚନା କରାଯିବ । ପ୍ରକାଶ ଥାଉକି, ପ୍ରଳୟଙ୍କାରୀ ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ ଘଟିଛି ।
ଗୁରୁବାର ଦିନ ଅମ୍ଫାନର ପ୍ରଭାବ ଦୁର୍ବଳ ହୋଇଯାଇଛି । ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ ହେବା ସହ ଦୁଇଟି ଜିଲ୍ଲା ସଂପୂର୍ଣ୍ଣ ଋପେ କ୍ଷତିଗ୍ରସ୍ତ ଘଟିଛି । ହଜାର ହଜାର ଲୋକ ବାସହରା ହୋଇପଡିଥିବାବେଳେ ଅନେକ ବ୍ରିଜ ଭାଙ୍ଗିପଡିବା ସହ ତଳିଆ ଅଞ୍ଚଳ ସଂପୂର୍ଣ୍ଣ ଋପେ ଜଳମଗ୍ନ ହୋଇଯାଇଛି । କୋଲକତା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଳୟର ଛାପ ଦେଖାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ସମସ୍ତ ପନ୍ଥା ଆପଣାଯିବ ।
ସେହିଭଳି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୟଙ୍କର ସାମୁଦ୍ରିକ ବାତ୍ୟା ଅମ୍ଫାନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଧନ-ଜୀବନ ହାନୀର ଆକଳମ କରିବା ବର୍ତ୍ତମାନ ସମ୍ଭବପର ନୁହେଁ କାରଣ ଏବେ ସୁଧା ଆମେ ଅଧିକ ପ୍ରଭାବିତ ଅଞ୍ଚଳମାନଙ୍କରେ ପହଞ୍ଚି ପାରିନାହୁଁ । ପାଣିପାଗ ବୈଜ୍ଞାନିକଙ୍କ ଅନୁଯାୟୀ, ଗତ ୧୦୦ ବର୍ଷ ମଧ୍ୟରେ ଅମ୍ଫାନ ରାଜ୍ୟକୁ ଆସିଥିବା ବଡ ବାତ୍ୟା ଅଟେ । ଭୀଷଣ ବର୍ଷା ଏବଂ ଘଣ୍ଟା ପ୍ରତି ୧୯୦ କିମି ବେଗରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ବୁଧବାର ଅପରାହ୍ନରେ ପଶ୍ଚିମବଙ୍ଗ ଦିଘା ନିକଟରେ ଲ୍ୟାଣ୍ଡଫଲ କରିଥିଲା । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଶରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଅନେକ ଅଞ୍ଚଳ ଜଳମଗ୍ନ ମଧ୍ୟ ହୋଇଯାଇଛି ।


Share It

Comments are closed.