ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅନ୍‌ଲକ୍-୨ର ମାର୍ଗଦର୍ଶିକା ସୋମବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ବାର୍ତ୍ତାଦେବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରୁ ଟ୍ୱିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଦେଶର ସାମ୍ପ୍ରତିକ କରେନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ସହ ପଡୋଶୀ ଚୀନ୍ ସହିତ ସୀମା ବିବାଦକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ତିକ୍ତତା ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ସୂଚନା ଦେବା ସହ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିପାରନ୍ତି ।


Share It

Comments are closed.