ଶରୀର ଓଜନ କମାଇବା ସହିତ ଆହୁରି ଅନେକ ଫାଇଦା ଦେଇଥାଏ ଏହି ଫଳ, ଜାଣନ୍ତୁ କଣ


ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡିକୁ ସମସ୍ତେ ପସନ୍ଦ କରିଥାନ୍ତି, ସେ ଆମ୍ବ ହେଉ କିମ୍ବା ତରଭୁଜ, ଏହି ଫଳଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥି ସହିତ, ଗ୍ରୀଷ୍ମ ଋତୁରେ ଆସୁଥିବା ପ୍ଲମ୍ ସ୍ୱାଦରେ ଯେତିକି ମିଠା ଏବଂ ସ୍ୱାଦିଷ୍ଟ ହୋଇଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଡାକ୍ତରଙ୍କ ଅନୁଯାୟୀ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ଫାଇବର, ପୋଟାସିୟମ୍, କପର୍, ମାଙ୍ଗାନିଜ୍ ଏଥିରେ ଅଧିକ ମାତ୍ରାରେ ମିଳିଥାଏ। ଏଥି ସହିତ ଭିଟାମିନ୍ ବି, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ଅଳ୍ପ ପରିମାଣରେ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

କ୍ୟାନ୍ସର:

ପ୍ଲମରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ କ୍ୟାନ୍ସର କୋଷକୁ ବଢିବାକୁ ଦେଇନଥାଏ । ଏଥିରେ ବିଟା-କାରୋଟିନ୍ ଥାଏ, ଯାହା କ୍ୟାନ୍ସର ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ବିଶେଷ ଭାବରେ ଏହା ଫୁସଫୁସ୍ ଏବଂ ପାଟି କ୍ୟାନ୍ସରରୁ ରକ୍ଷା କରିଥାଏ।

ବ୍ଲଡ୍ ସୁଗାର୍:

ପ୍ଲମରେ ଏପରି ଉପାଦାନ ଥାଏ, ଯାହା ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ଏହାକୁ ଖାଇବା ଦ୍ୱାରା କିଛି ହରମୋନ୍ ମୁକ୍ତ ହୋଇଥାଏ, ଯାହା ତୁରନ୍ତ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିଥାଏ ।

ଆଣ୍ଟିଅକ୍ସିଡାଣ୍ଟ:

ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ପ୍ଲମରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଅନେକ କ୍ରନିକ୍ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଶରୀରରେ ଯେକୌଣସି ପ୍ରକାରର ପ୍ରଦାହକୁ ଦୂର କରିଥାଏ ଏବଂ ଫ୍ରି ରେଡିକାଲ୍ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ସୁସ୍ଥ କରିଥାଏ। ଏଥି ସହିତ, ଏହା ହାଡକୁ ମଧ୍ୟ ଶକ୍ତିଶାଳୀ କରିଥାଏ, କାରଣ ଏଥିରେ ପଲିଫେନୋଲ୍ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଆହୁରି ମଧ୍ୟ, ପ୍ଲମ୍ ହୃଦ୍ ରୋଗ ଏବଂ ମଧୁମେହକୁ ଦୂରେଇ ରଖିଥାଏ ।

ଓଜନ ହ୍ରାସ:

ପ୍ଲମରେ ସୁପରକ୍ସାଇଡ୍ ଥାଏ, ଯାହା ଶରୀରର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ଓଜନ ହ୍ରାସ ପାଇଁ, ଖାଦ୍ୟରେ ପ୍ଲମ୍ ଅନ୍ତର୍ଭୁକ୍ତ କରିବା ଜରୁରୀ ।


Share It

Comments are closed.