ଫୋନ୍‌ପେ ପକ୍ଷରୁ ଷ୍ଟକ୍ ବ୍ରୋକିଙ୍ଗ୍ ପ୍ଲାଟ୍‌ଫର୍ମ ସେୟାର୍‌(ଡଟ୍‌)ମାର୍କେଟ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଫୋନ୍‌ପେ ପକ୍ଷରୁ ଆଜି ଏହାର ସହାୟକ କମ୍ପାନୀ ଫୋନ୍‌ପେ ୱେଲ୍‌ଥ ବ୍ରୋକିଙ୍ଗ୍ ପ୍ରାଇଭେଟ୍ ଲିମିଟେଡ୍ ଅଧିନରେ ସେୟାର(ଡଟ୍‌)ମାର୍କେଟ୍‌ର ଶୁଭାରମ୍ଭ ସହିତ ଷ୍ଟକ୍ ବ୍ରୋକିଙ୍ଗ୍ କ୍ଷେତ୍ରରେ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ସେୟାର(ଡଟ୍‌) ମାର୍କେଟ୍ ଡିସ୍କାଉଂଟ୍ ବ୍ରୋକିଙ୍ଗ୍‌କୁ ଉନ୍ନତ କରିବା ସହ ନିବେଶକ ଓ ଟ୍ରେଡରଙ୍କ ପାଇଁ ଉନ୍ନତ ଗ୍ରାହକ ଅନୁଭୂତି ନିଶ୍ଚିତ କରୁଛି । ସେୟାର(ଡଟ୍‌)ମାର୍କେଟ୍ ଏକ ମୋବାଇଲ ଆପ୍ ଓ ଡେଡିକେଟେଡ୍ ୱେବ୍ ପ୍ଲାଟ୍‌ଫର୍ମ ଭାବେ ଉପଲବ୍ଧ ହେଉଛି ଯାହା ଖୁଚୁରା ନିବେଶକମାନଙ୍କୁ ଷ୍ଟକ୍ କିଣିବା, ଇଂଟ୍ରା ଡେ କାରବାର କରିବା, କ୍ୟୁରେଟେଡ୍ ୱେଲ୍‌ଥବାସ୍କେଟ୍ ଓ ମ୍ୟୁଚୁଆଲ ଫଣ୍ଡ୍ ଆଦି କ୍ରୟ କରିବା ପାଇଁ ସକ୍ଷମ କରିଥାଏ । ସେୟାର(ଡଟ୍‌)ମାର୍କେଟ୍ କାର୍ଯ୍ୟକାରିତା ସହ ପରିମାଣାତ୍ମକ ଅନୁସନ୍ଧାନ ପ୍ରଦାନ କରି ଷ୍ଟକ୍ ବ୍ରୋକିଙ୍ଗ୍‌କୁ ନୂତନ ଦିଗ ପ୍ରଦାନ କରିବ । ଏହା ହେଉଛି ପ୍ରତିଯୋଗିପୂର୍ଣ୍ଣ ରିହାତି ବ୍ରୋକିଙ୍ଗ ମୂଲ୍ୟରେ ଏକ ପ୍ରମାଣିତ ଟେକ୍ନୋଲୋଜି ପ୍ଲାଟ୍‌ଫର୍ମ । ଏହା ଗ୍ରାହକ-ପ୍ରଥମ ଆଭିମୁଖ୍ୟ ଗ୍ରହଣ କରି ସ୍ଥାୟୀ ଆଧାରରେ ସମ୍ପତି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବା ନିବେଶ ଯାତ୍ରା ସୃଷ୍ଟି କରିବାରେ ସାହାଯ୍ୟ କରିବ । ଫୋନ୍‌ପେର ପହଂଚ ଓ ବିତରଣ କ୍ଷମତା, ସୁରକ୍ଷିତ ଓ ଉଚ୍ଚ ବିଶ୍ୱସନୀୟ ଟ୍ରାଞ୍ଜାକ୍ସନ ସିଷ୍ଟମ ପ୍ରଦାନ କରିବା ପାଇଁ ଏହାର କ୍ଷମତା ସହ ଜଡିତ ହୋଇଛି । ଏହାର ବ୍ୟାପକ ସ୍ତରରେ ଉନ୍ନତ ଗ୍ରାହକ ଅନୁଭୂତି ସମ୍ପତି ସୃଷ୍ଟି କରିବାରେ ଅନେକ ଭାରତୀୟଙ୍କୁ ସାହାଯ୍ୟ କରିବ ।
ସେୟାର(ଡଟ୍‌)ମାର୍କେଟ୍ ଏକ ବିସ୍ତୃତ ଶୃଙ୍ଖଳାର ନିବେଶ ଉତ୍ପାଦ ପ୍ରଦାନ କରିବ ଯାହା ନିବେଶକଙ୍କୁ ବିଭିନ୍ନ ଜନଆଧାରରେ ଏକ ସୁବ୍ୟବସ୍ଥିତ ଓ ସନ୍ତୁଳିତ ପୋର୍ଟଫୋଲିଓ ନିର୍ମାଣ ପାଇଁ ଅନୁମତି ଦେବ । ସେୟାର(ଡଟ୍‌)ମାର୍କେଟ୍ ଷ୍ଟକ୍ (ଇନ୍‌ଟ୍ରାଡେ, ଡେଲିଭରି), ମ୍ୟୁଚୁଆଲ ଫଣ୍ଡ୍‌, ଏକ୍ସଚେଞ୍ଜ-ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍‌) ଓ ୱେଲ୍‌ଥବାସ୍କେଟ୍ ଆଦି ପ୍ରଦାନ କରୁଛି । ଫୋନ୍‌ପେ ଊପଭୋକ୍ତାମାନେ ନିଜର ଫୋନ୍‌ପେ-ଲିଙ୍କ୍‌ଡ ମୋବାଇଲ ନମ୍ବରର ବ୍ୟବହାର କରି ଏହି ଆପ୍‌କୁ ଇନ୍‌ଷ୍ଟଲ୍ କରିପାରିବେ କିମ୍ବା ୱେବ୍ ପ୍ଲାଟ୍‌ଫର୍ମକୁ ଆକ୍‌ସେସ କରିପାରିବେ । ଲଗ୍‌ଇନ୍ କରିବା ପରେ ସେମାନେ ନିଜର ବ୍ରୋକିଂ ଓ ଡିମ୍ୟାଟ୍ ଆକାଉଂଟ୍‌କୁ ଆକ୍ଟିଭେଟ୍ କରିବା ଲାଗି କେୱାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିପାରିବେ । ଏହି ଉନ୍ମୋଚନ ଅବସରରେ ସେୟାର(ଡଟ୍‌)ମାର୍କେଟ୍‌)ର ସିଇଓ ଉଜ୍ଜ୍ୱଳ ଜୈନ୍ କହିଛନ୍ତି, ‘ଆମେ ସେୟାର(ଡଟ୍‌)ମାର୍କେଟ୍‌ର ଶୁଭାରମ୍ଭ କରି ଆନନ୍ଦିତ ଯାହା ବ୍ୟାପକ ସ୍ତରରେ ଆର୍ଥିକ ଅନ୍ତଭୁର୍କ୍ତୀକରଣକୁ ପରିଚାଳନା କରିବା ନେଇ ଆମର ଲକ୍ଷ୍ୟକୁ ସକ୍ଷମ କରିଛି । ସେୟାର(ଡଟ୍‌)ମାର୍କେଟ୍ ଆମର ବୈଷୟିକ ପ୍ରବୃତି, ପହଂଚ, ବାଧାହୀନ ନିଯୁକ୍ତି ଓ ଉତ୍କୃଷ୍ଟ ଉତ୍ପାଦ ଅନୁଭୂତିର ସମର୍ଥନ ସହିତ ଏହି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ଆମର ଲକ୍ଷ୍ୟ ହେଉଛି ଡିସ୍କାଉଂଟ୍ ବ୍ରୋକିଙ୍ଗର ଲାଭ ପ୍ରଦାନ କରିବା ଏବଂ ନିବେଶ ଓ କାରବାର କରୁଥିବା ଆମର ଗ୍ରାହକଙ୍କ ପାଇଁ ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରିବା ।’ ସେହିପରି ସେୟାର(ଡଟ୍‌)ମାର୍କେଟ୍‌ର ଚିଫ୍ ଇନ୍‌ଭେଷ୍ଟମେଂଟ୍ ଅଫିସର ସୁଜିତ୍ ମୋଦି କହିଛନ୍ତି, ‘ସେୟାର(ଡଟ୍‌)ମାର୍କେଟ୍ ନୂତନ ଜନଆଧାରକୁ ବ୍ରୋକିଙ୍ଗ୍ କ୍ଷେତ୍ରକୁ ଆଣିବ, ସେମାନଙ୍କୁ ୱେଲ୍‌ଥ-ବାସ୍କେଟ୍ ସମେତ ଅଫ୍‌-ଦ-ସେଲ୍ଫ କ୍ୱାଂଟ୍ ରିସର୍ଚ୍ଚ ଆଧାରିତ ଅଫରିଙ୍ଗ ସହ ନିଜର ନିବେଶ ଯାତ୍ରା ଆରମ୍ଭ କରିବାରେ ସାହାଯ୍ୟ କରିବ । ଆମେ ନିବେଶକ ଓ ଟ୍ରେଡରମାନଙ୍କ ଷ୍ଟକ୍ ବଜାରରେ ନିୟୋଜିତ ହେବାର ଶୈଳୀକୁ ନୂଆ ରୂପ ଦେବାକୁ ଲକ୍ଷ୍ୟ ରଖିଛୁ ।’


Share It

Comments are closed.