ଟାଟା ଷ୍ଟିଲ୍ ମେରାମଣ୍ଡଳୀ କର୍ମଚାରୀ ମାନଙ୍କ ପକ୍ଷରୁ ଟାଟା ଷ୍ଟିଲ୍ ସ୍ୱେଚ୍ଛାସେବୀ ସପ୍ତାହ ପାଳିତ

Share It

ନରେନ୍ଦ୍ରପୁର: ଟାଟା ଷ୍ଟିଲ୍ କର୍ମଚାରୀ ସ୍ୱେଚ୍ଛାସେବୀ ସପ୍ତାହ ପାଳନର ଅଂଶ ସ୍ୱରୂପ କଂଟାବଣିଆ ଥାନା ସହଯୋଗରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌)ର କର୍ମଚାରୀମାନେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ଓ ପରିବେଶ ସୁରକ୍ଷା ପାଇଁ କଂଟାବଣିଆ ବଜାରରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ ।

ଟାଟା ଷ୍ଟିଲ୍ ମେରାମଣ୍ଡଳୀର ସୁରକ୍ଷା ବିଭାଗର କର୍ମଚାରୀମାନେ ଏହି ସଚେତନତା ଶୋଭାଯାତ୍ରା (ର‌୍ୟାଲି)ର ଆୟୋଜନ କରିଥିଲେ । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍‌ର ବ୍ୟବହାର ଓ ପରିବେଶ ଉପରେ ତାହାର କ୍ଷତିକାରକ ପ୍ରଭାବ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା । ଏଥି ସହିତ ସଚେତନତା ସୃଷ୍ଟି କରିବା ଲାଗି ଜନ ସାଧାରଣ ଓ ଦୋକାନି ମାଲିକମାନଙ୍କୁ ଲିଫ୍‌ଲେଟ୍ ବଂଟନ କରାଯାଇଥିଲା । ଗତକାଲି ମଧ୍ୟ ସୁରକ୍ଷା ବିଭାଗର କର୍ମଚାରୀମାନେ ପ୍ଲାଂଟ୍ ମୁଖ୍ୟ ଫାଟକ ସମ୍ମୁଖରେ ଆଖପାଖ ସଫେଇ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶ ପାଇଁ ପ୍ଲାଷ୍ଟିକ୍ ସଂଗ୍ରହ କରିଥିଲେ । ଏହି ଶୋଭାଯାତ୍ରା ଏବଂ ସ୍ୱଚ୍ଛତା ଅଭିଯାନରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ।


Share It

Comments are closed.