ପ୍ରାକୃତିକ ଉପାୟରେ କିପରି କରିବେ ଶରୀରରୁ ଦୁର୍ଗନ୍ଧ ଦୂର


ବର୍ଷାଦିନେ ବାୟୁରେ ଅଧିକ ହ୍ୟୁମିଡିଟି ରହିବା ହେତୁ ଅଧିକ ଝାଳ ବାହାରିଥାଏ । ଝାଳ ଶରୀରରେ ରହିବା ଦ୍ୱାରା ଶରୀରରେ ଦୁର୍ଗନ୍ଧ ବାହାରିଥାଏ । ଆପଣ ଭଲଭାବେ ଗାଧେଇଲା ପରେ ଏହି ଦୁର୍ଗନ୍ଧର ସମସ୍ୟା ଦେଖାଯାାଇଥାଏ । ଆପଣ ଏଥିପାଇଁ ପରଫ୍ୟୁମ ଏବଂ ବଡି ର୍ସ୍ପେର ବ୍ୟବହାର କରିଥାନ୍ତି । କିନ୍ତୁ କିଛି ଲୋକଙ୍କ ମଧ୍ୟରେ ଶରୀରର ଦୁର୍ଗନ୍ଧ ଏତେ ହୋଇଥାଏ ଯେ ବଡି ର୍ସ୍ପେ ଏବଂ ପରଫ୍ୟୁମ କୌଣସି କାର୍ଯ୍ୟ କରିନଥାଏ । ଆସନ୍ତୁ ଜାଣିବା ପ୍ରାକୃିତକ ଉପାୟରେ କିପରି କରିବେ ଏହାର ଉପଚାର . . .. .
୧. ପ୍ରତିଦିନ ଶରୀରରେ ନଡିଆ ତେଲ ଲଗାଇ ସ୍ନାନ କରନ୍ତୁ ।
୨. କାଖରେ ଅଧିକ ଝାଳ ହେଉଥିବାରୁ ଆପଣ କାଖରେ ଲେମ୍ବୁ ଘଷି ପାରିବେ ।
୩. ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଖାଦ୍ୟରେ ଆପଣ ମେଥିର ମିଶ୍ରଣ ନିଶ୍ଚିନ୍ତ ଭାବେ କରନ୍ତୁ ।
୪. ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ।
୫. ଆପଲ ସାଇଡର ଭିନେଗାର ସହିତ ଲେମ୍ବୁ ସହିତ ମିଶାଇ ଆପଣ କାଖ ସନ୍ଧିରେ ଘଷନ୍ତୁ ।
୬. ଆପଣ ନିମ୍ବର କୌଣସି ସାବୁନ ଏବଂ ଲିମ୍ବର ପେଷ୍ଟ ଶରୀର ଏବଂ କାଖରେ ଲଗାଇପାରିବେ ।
୭. ଶରୀରର ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ଟମାଟର ଜୁସ ମଧ୍ୟ ପ୍ରୟୋଗ କରିପାରିବେ ।
୮. ଖରାଦିନେ ଅଧିକ ଝାଳ ହେଉଥିଲେ ଆପଣ ବାରମ୍ବାର ଶରୀର ଏବଂ ହାତକୁ ଧୁଅନ୍ତୁ । ଏବଂ ଶରୀରକୁ ପରିସ୍କାର ରଖିବାକୁ ଚେଷ୍ଟା କରନ୍ତୁ ।


Share It

Comments are closed.