ଖୁସି ଖବର : ଦେଶର ଅନେକ ସହରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ


ବୈଶ୍ୱିକ ବଜାରରେ ବିଗତ ୨୪ ଘଣ୍ଟା ମଧ୍ୟରେ ଅଶୋଧିତ ତୈଳ ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ତଥାପି ଏବେବି ଅଶୋଧିତ ତୈଳ ଦର ୮୦ ଡଲାର ତଳକୁ ରହିଛି । ଅନ୍ୟପଟେ ଆଜି ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଦୀର୍ଘ ୬ ମାସ (୨୧୧ ଦିନ) ରୁ ଅଧିକ ସମୟ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଛି । ଏହି କ୍ରମରେ ଆଜି ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୭୯.୯୯ ଡଲାରରେ ପହଞ୍ଚିଛି । ସେହିପରି ଡବ୍ଲୁଟିଆଇ ବ୍ୟାରେଲ ପିଛା ୭୬.୦୯ ଡଲାରରେ ପହଞ୍ଚିଛି ।

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି ।

ସରକାରୀ ତୈଳ କମ୍ପାନୀଗୁଡିକ ଅନୁଯାୟୀ, ଆଜି ସକାଳେ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲା (ନୋଏଡା-ଗ୍ରେଟର ନୋଏଡା) ରେ ପେଟ୍ରୋଲ ୨୭ ପଇସା ହ୍ରାସ ପାଇ ୯୬.୬୫ ଟଙ୍କା ଥିବାବେଳେ ଡିଜେଲ ୨୬ ପଇସା ହ୍ରାସ ପାଇ ୮୯.୮୨ ଟଙ୍କାରେ ଖସି ଆସିଛି । ତେବେ ଲକ୍ଷ୍ନୌରେ ପେଟ୍ରୋଲ ୧୪ ପଇସା ବୃଦ୍ଧି ପାଇ ଲିଟର ପିଛା ୯୬.୫୭ ଟଙ୍କା ଥିବାବେଳେ ଡିଜେଲ ୧୩ ପଇସା ମହଙ୍ଗା ହୋଇ ଲିଟର ପିଛା ୮୯.୭୬ ଟଙ୍କାରେ ବିକ୍ରି ହେଉଛି । ଏହା ବ୍ୟତୀତ ବିହାରର ରାଜଧାନୀ ପାଟନାରେ ପେଟ୍ରୋଲ ୧୭ ପଇସା ଶସ୍ତା ହୋଇ ୧୦୭.୯୫ ଟଙ୍କା ଥିବାବେଳେ ଡିଜେଲ ୧୬ ପଇସା ହ୍ରାସ ପାଇ ଲିଟର ପିଛା ୯୪.୭୦ ଟଙ୍କାରେ ବିକ୍ରି ହେଉଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୧୧ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୮ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଆଜି ଡିଜେଲ ଲିଟର ପିଛା ୯୪.୩୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୬୮ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୫ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।


Share It

Comments are closed.