‘କଦଳୀ ଦୋକାନ ଖୋଲ…ଅଣ୍ଡା ବିକ୍ରି କର…’, ଖେଳାଳୀଙ୍କୁ କିଛି ଏପରି କହି କଟାକ୍ଷ କଲେ କପିଲ ଦେବ


ଭାରତୀୟ ଦଳର ପୂର୍ବତନ ଅଧିନାୟକ (Former Indian Captain) କପିଲ ଦେବ (Kapil Dev) ନିଜ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । କପିଲ ଦେବ ବିଶେଷ ଭାବରେ ଭାରତୀୟ ଖେଳାଳି (Indian Cricket Players) ଙ୍କ ୱର୍କଲୋଡ ଓ ଆଇପିଏଲ୍ (IPL) କୁ ନେଇ କଟାକ୍ଷ କରନ୍ତି । ଏହି ପର୍ଯାୟରେ ସୋସିଆଲ ମିଡିଆରେ କପିଲ ଦେବଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ କପିଲ ଦେବ କ୍ରିକେଟରମାନଙ୍କୁ ପ୍ରେଶରକୁ ଭଲ ଭାବରେ ପରିଚାଳନା କରିବାକୁ କହୁଛନ୍ତି ଓ ଏହା ମଧ୍ୟ କହିଛନ୍ତି ଯେ, ଯଦି ସେମାନେ ଖେଳି ପାରିବେ ନାହିଁ ତେବେ ସେମାନେ କଦଳୀ ଓ ଅଣ୍ଡା ବିକ୍ରି କରିବା ଉଚିତ୍ ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ କପିଲ ଦେବ (Kapil Dev) ଏକ ଇଭେଣ୍ଟରେ କହିଛନ୍ତି ଯେ, “ମୁଁ ଶୁଣିଛି ଯେ ଆମେ ଆଇପିଏଲ ଖେଳୁଛୁ, ତେଣୁ ଆମ ଉପରେ ବହୁତ ଚାପ ରହିଛି । ଚାପ ଶବ୍ଦ ଅତି ସାଧାରଣ ହୋଇଗଲାଣି । ତେଣୁ ମୁଁ ଏପରି ଖେଳାଳୀଙ୍କୁ କହିବି ଯେ ତୁମେ କ୍ରିକେଟ୍ ଖେଳିବା ଉଚିତ୍ ନୁହେଁ । ଆପଣଙ୍କୁ ଖେଳିବାକୁ କିଏ କହୁଛନ୍ତି ? କ୍ରିକେଟରେ ଉଭୟ ଚାପ ଓ ପ୍ରତିଯୋଗିତା ହେବ । ଯଦି ଆପଣ ସେହି ସ୍ତରରେ ଖେଳୁଛନ୍ତି, ଆପଣଙ୍କୁ ପ୍ରଶଂସା ସହିତ ସମାଲୋଚନାର ସାମ୍ନା କରିବା ଆବଶ୍ୟକ । ଯଦି ଆପଣ ସମାଲୋଚନାକୁ ଭୟ କରୁଛନ୍ତି ଓ ଏହାକୁ ପରିଚାଳନା କରିବାର କ୍ଷମତା ନାହିଁ, ତେବେ ଖେଳନ୍ତୁ ନାହିଁ ।” କପିଲ ଦେବ (Kapil Dev) ଆହୁରି ମଧ୍ୟ କହିଛନ୍ତି ଯେ, ୧୦୦ କୋଟି ଲୋକଙ୍କ ମଧ୍ୟରେ ଆପଣ ୨୦ ଜଣ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ଓ ଯଦି ଆପଣ ଏଥିରେ ଚାପ ଅନୁଭବ କରୁଛନ୍ତି, ତେବେ ଏହାକୁ ଛାଡି ଦିଅନ୍ତୁ । ଆପଣ କଦଳୀ ବିକ୍ରୟ କରନ୍ତୁ, ଅଣ୍ଡାର ଠେଲା ଲଗାନ୍ତୁ, କିନ୍ତୁ ଏହାକୁ ଛାଡ଼ି ଦିଅନ୍ତୁ । ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର କପିଲ ଦେବ (Kapil Dev)ଏହା ପୂର୍ବରୁ କହିଥିଲେ ଯେ, ମୁଁ ଅନେକ ଥର ଟିଭିରେ ଶୁଣିଛି ଯେ ଆଇପିଏଲରେ ଖେଳିବାକୁ ଖେଳାଳିଙ୍କ ଉପରେ ବହୁତ ଚାପ ରହିଛି । ମୁଁ ଏ ବିଷୟରେ କେବଳ ଗୋଟିଏ କଥା କହିବାକୁ ଚାହେଁ ଯେ ଯଦି ଆପଣଙ୍କ ଉପରେ ଚାପ ଅଛି ତେବେ ଖେଳନ୍ତୁ ନାହିଁ । ଯଦି କାହାର ଖେଳିବାର ଇଚ୍ଛା ଥାଏ, ତେବେ ତାଙ୍କ ଉପରେ କୌଣସି ଚାପ ପଡ଼ିବ ନାହିଁ ।


Share It

Comments are closed.