ରୋଷେଇ ଘରେ ଝାଡୁ ରଖୁଥିବା ସମୟରେ ଏହି ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ: ଘରେ ବଜାୟ ରହିବ ଉନ୍ନତି


ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ସଫଳତା ଓ ଭାଗ୍ୟର ମୁଖ୍ୟ ସ୍ଥାନ ବୋଲି କୁହାଯାଏ। ରୋଷେଇ ଘରେ ମା’ଲକ୍ଷ୍ମୀଙ୍କ ବାସ ରହିଥାଏ। ତେଣୁ ଏହି ସ୍ଥାନ ସହ ଜଡିତ ବାସ୍ତୁର ନିୟମ ପାଳନ କରିବା ନିଶ୍ଚିତ ଆବଶ୍ୟକ। ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ସହ ପରିବାରର ଉନ୍ନତି ହୋଇଥାଏ। ଜାଣନ୍ତୁ..

ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗରେ ହେବା ଉଚିତ। ଏହାସହ ଚୁଲ୍ଲାର ମୁଖ ଉତ୍ତର ଦିଗରେ ହେବା ପାଇଁ ଧ୍ୟାନ ଦେବେ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।

ରୋଷେଇ ଘରେ ମା’ଲକ୍ଷ୍ମୀଙ୍କ ବାସ ରହିଥିବାରୁ ଏହି ସ୍ଥାନକୁ ସର୍ବଦା ସଫାସୁତୁରା ରଖନ୍ତୁ। ଏହାଦ୍ୱାରା ଅନ୍ନ ଭଣ୍ଡାର ବୃଦ୍ଧି ହୋଇଥାଏ। ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇ ଥାଆନ୍ତି ବୋଲି କୁହାଯାଏ।

ରୋଷେଇ ଘରେ କଳା ରଙ୍ଗର କୌଣସି ଜିନିଷର ବ୍ୟବହାର କରନ୍ତୁ ନାହିଁ। ତେଣୁ ରୋଷେଇ ଘରେ ଥାକର ରଙ୍ଗ କଳା ରଙ୍ଗ କରନ୍ତୁ ନାହିଁ। ହାଲକା ରଙ୍ଗର କରନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ବାସ୍ତୁ ଅନୁଯାୟୀ ରୋଷେଇ ଘରେ ଥିବା ବେସିନ୍‌‌ ତଳେ ଡଷ୍ଟବିନ୍‌‌ କିମ୍ବା ଅଳିଆ ରଖିବା ପାତ୍ର ରଖନ୍ତୁ ନାହିଁ। ଅଇଁଠା ମଧ୍ୟ ରଖନ୍ତୁ ନାହିଁ। ଏହା ଜୀବନରେ କୁପ୍ରଭାବ ପକାଇବା ସହ ସମସ୍ୟା ଲାଗି ରହେ। ଏହି ଅଭ୍ୟାସ ଥିଲେ ତୁରନ୍ତ ବଦଳାଇ ଦିଅନ୍ତୁ।

ରୋଷେଇ ଘରେ ଆଦୌ ଝାଡୁ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହେବା ସହ ପରିବାରିକ ଜୀବନରେ ସମସ୍ୟା ଲାଗି ରହେ।


Share It

Comments are closed.