ମୁଦି ପିନ୍ଧିବା ଆଗରୁ ଏସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ


ହାତରେ ମୁଦି, କିମ୍ବା କୌଣସି ରତ୍ନ ପଥର କିଛି କିଛି ଲୋକ ନିଜ ସଉକ ପାଇଁ ପିନ୍ଧନ୍ତି ତ ଅନ୍ୟ କିଛି ସୋକ ନିଜର ଗ୍ରହ ଦୋଷ କାଟିବାକୁ ଏସବୁ ପରିଧାନ କରନ୍ତି । ହେଲେ କେବେ ଭାବିଛନ୍ତି ଏସବୁ ମୁଦି ଓ ରତ୍ନ ପଥର ପିନ୍ଧିବାକୁ ହେଲେ ଆପଣଙ୍କୁ କିଛି ନିୟମ ମାନିବାକୁ ମଧ୍ୟ ପଡ଼ିବ । ନଚେତ୍ ମୁଦି ଓ ପଥର ପିନ୍ଧିବାରେ ଫାଇଦା କମ କ୍ଷତି ଅଧିକ ପହଞ୍ଚିବ । ତେବେ ଜ୍ୟୋତିଷ ମାନେଙ୍କ ଆକଳନ ଅନୁସାରେ ଯୁଗ ବଦଳିବା ସହ ସମୟ ବଦଳୁଛି । ଏବଂ ପାପଭାର ମଧ୍ୟ ବଢିବାରେ ଲାଗିଛି ତେଣୁ କରି ପରିସ୍ଥିତି ଦେଖି, ବୁଝି ମୁଦି ପରିଧାନ କରିବାକୁ ଜ୍ୟୋତିଷ ମାନେ ପରାମର୍ଶ ଦେଉଛନ୍ତି ।

ଆମ ଆଖପାଖରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ମନଇଚ୍ଛା ନିଜର ସଉକ ପାଇଁ ମୁଦି ଓ ରତ୍ନ ପଥର ପରିଧାନ କରନ୍ତି । ଯାହାକୁ ନାପସନ୍ଦ କରନ୍ତି ଜ୍ୟୋତିଷ । କାରଣ ଏପରି ପରିଧାନ କରିବା ପୂର୍ବରୁ କିଛି ଜରୁରୀ ନିୟମ ଓ ପଥର ବିଷୟରେ ଭଲ କରି ଜାଣିରଖିବା ଉଚିତ୍ । ନଚେତ୍ ବହୁତ କ୍ଷତି ହୋଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାଶି ଅନୁସାରେ ରତ୍ନ ପଥର ମଧ୍ୟ ଅଲଗା ଅଲଗା ରହିଥାଏ । ତେଣୁକରି କୌଣସି ଅଙ୍ଗୁଳିରେ ମୁଦି ପରିଧାନ କରିବା ଆଗରୁ କୌଣସି ଏକ ଜ୍ୟୋତିଷ ଙ୍କୁ ଭେଟି ତାଙ୍କ ପରାମର୍ଶ ଅନୁଯାୟୀ ପରିଧାନ କରନ୍ତୁ।

ପଥର ବା ମୁଦି ପିନ୍ଧିବା ଆଗରୁ କରନ୍ତୁ ଏହିକାମ

ବିଭିନ୍ନ ଲୋକ ମାନେ ଭିନ୍ନ ଭିନ୍ନ ରଙ୍ଗର ପଥର ପରିଧାନ କରନ୍ତି । ତେବେ ପଥର ବା ମୁଦି ପିନ୍ଧିବା ପୂର୍ବରୁ ସୂର୍ଯ୍ୟପୂଜା କରିବା ଜରୁରୀ ହୋଇଥାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ସୂର୍ଯ୍ୟଙ୍କୁ ପ୍ରଣାମ କରି ପ୍ରାତଃକାଳ ରେ ମୋତି, ମୁଙ୍ଗା, ଫୁଖରାଜ, ହୀରା ମୁଦି ବା ପଥର ପିନ୍ଧିପାରିବେ ।ସେହିପରି ନିଲମ, ଗୋମେଦ, ବୈଦୁଜ ପରି ପଥପ ବା ମୁଦି ସନ୍ଧ୍ୟାକାଳରେ ପିନ୍ଧିବା ଭଲ ହୋଇଥାଏ। ଯାହା ଦ୍ୱାରା ଆପଣଙ୍କୁ ମୁଦି ଓ ପଥର ପିନ୍ଧିବାର ପ୍ରକୃତ ଫାଇଦା ମିଳିପାରିବ।

ପଥର ବା ମୁଦି ପିନ୍ଧିବା ପୂର୍ବରୁ, ଏକଥା ଜାଣିବା ଜରୁରୀ ଯେ,ଆପଣ କାହିଁକି ପଥର ପିନ୍ଧୁଛନ୍ତି? ଏଥିରୁ ଆପଣ କିପରି ଉପକୃତ ହେବେ? କ୍ଷତି ହେବ କି ନାହିଁ । ପ୍ରତ୍ୟେକ ପଥର ପିନ୍ଧିବାର ସମୟ ଅଲଗା ଭାବରେ ଧାର୍ଯ୍ୟ କରାଯାଇଛି । ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ସମୟ ଅନୁଯାୟୀ ପିନ୍ଧନ୍ତୁ କିମ୍ବା ବିଭିନ୍ନ ରାଶି ଅନୁଯାୟୀ ତେବେ ଏହାର ସଠିକ ସମୟ ଧାର୍ଯ୍ୟ ହୋଇଥାଏ।

ମେଷ ରାଶି ପାଇଁ ମୁଙ୍ଗା, ବୃଷ ପାଇଁ ହୀରା, ମିଥୁନ ପାଇଁ ପନ୍ନା, କର୍କଟ ପାଇଁ ମୋତି, ସିଂହ ପାଇଁ ମାଣିକ, କନ୍ୟା ପାଇଁ ପନ୍ନା, ତୂଳା ପାଇଁ ହୀରା, ବିଛା ପାଇଁ ମୁଙ୍ଗା ଏବଂ ଧନୁ ରାଶି ପାଇଁ ପୋଖରରାଜ, ମକର ରାଶି ଏବଂ କୁମ୍ଭ ଥିବା ବ୍ୟକ୍ତିମାନେ ନୀଲାମ ପିନ୍ଧିବା ଉଚିତ ଏବଂ ମୀନ ରାଶି ପୁଖରାଜ ପିନ୍ଧିବା ଉଚିତ୍।


Share It

Comments are closed.