ଋପା ବାସନରେ ଖାଇବାର ଫାଇଦା ସଂପର୍କରେ ଜାଣନ୍ତୁ


ରୂପା (Silver) ଅଳଙ୍କାର ପିନ୍ଧିଲେ ସୌନ୍ଦର୍ଯ୍ୟ ବଢିଥାଏ । ରୂପାର ଉଜ୍ଜଳତା ପରି ଆପଣଙ୍କ ଚେହେରା ମଧ୍ୟ ଚମକି ଥାଏ । ରୂପାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ମଧ୍ୟ ବରଦାନ ସଦୃଶ ବୋଲି କୁହାଯାଇପାରିବ । ରୂପା (Silver)ଆମ ଶରୀରରେ ଅନେକ ଗମ୍ଭୀର ରୋଗର (many disease) ଆଶଙ୍କା ହ୍ରାସ କରେ । ଖାସ୍ କରି ମଣିଷକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଏକଥା ଆମେ କହୁନୁ । ଆୟୁର୍ବେଦଠାରୁ ଆରମ୍ଭ କରି ବିଭିନ୍ନ ଶାସ୍ତ୍ରରେ ମଧ୍ୟ ଏକଥା ଉଲ୍ଲେଖ କରାଯାଇଛି। ପୂର୍ବ ଯୁଗରେ ଲୋକମାନେ ରୂପା ବାସନରେ ଖାଦ୍ୟ ଖାଉଥିଲେ। ସେଥିପାଇଁ ସେମାନେ ଦିର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହୁଥିଲେ। ପୂର୍ବ ଯୁଗରେ ରାଜ ପରିବାରରେ ମଧ୍ୟ ସୁନା ଓ ରୂପା ବାସନରେ ଖାଦ୍ୟ ଖାଉଥିଲା। ଆଜି ବି ଅନେକ ଘରେ ରୂପା ବାସନରେ ଖାଦ୍ୟ ପରସା ଯାଇଥାଏ । ବିଶ୍ବାସ କରାଯାଏ ଯେ, ରୂପା ବାସନରେ ଖାଦ୍ୟ ଖାଇବା ଦ୍ବାରା ହଜମ ଶକ୍ତି ଭଲ ରହିଥାଏ। ଆୟୁର୍ବେଦ (Ayurveda) ସହିତ ଜଡିତ କିଛି ତଥ୍ୟ ଅନୁଯାୟୀ, ରୂପାରେ ଆଣ୍ଟି ବ୍ୟାକ୍ଟେରିଆ ଏ-ବଂ ଆଣ୍ଟି ମାଇକ୍ରୋବିଲ୍ (anti-microbial)ଗୁଣ ରହିଛି। ରୂପା ବାସନରେ ଖାଇବା ଦ୍ବାରା ଖାଦ୍ୟରେ ଥିବା ଜୀବାଣୁଙ୍କୁ ମାରିଦିଏ (killed bacteria)। ରୂପାର ବାସନରେ ଆଣ୍ଟିବ୍ୟାକଟେରିଆ ଗୁଣ ଥିବାରୁ ଏହା ଜୀବାଣୁକୁ ନଷ୍ଟ କରିବାରେ ସହାୟତା କରେ। ଶରୀରକୁ ଥଣ୍ତା ରଖିବା ସହିତ ମଣିଷକୁ ଦିର୍ଘାୟୁ କରେ ବୋଲି କିଛି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରୋଗପ୍ରତିରୋଧକ ଶକ୍ତି ବୃଦ୍ଦି କରିବାରେ ସହାୟକ ହୋଇଥାଏ : ରୂପା ବାସନରେ ଖାଦ୍ୟ ଖାଇବା ଦ୍ବାରା ଆଣ୍ଟିବଡି, ରାସାୟନିକ ପଦାର୍ଥ, ପ୍ରୋଟିନ୍ ଏବଂ ଧଳା ରକ୍ତ କୋଷିକା ଶରୀରରେ ସୃଷ୍ଟି ହୋଇଥାଏ। ଏବଂ ଶରୀରରେ ଥିବା ଜୀବାଣୁ ବିରୁଦ୍ଧରେ ଲଢିଥାଏ। ଶରୀରରେ ଥିବା ସମସ୍ୟା ଦୂର କରିବା ପାଇଁ ଏହି ରୂପା ବାସନ ସଞ୍ଜୀବନି ପରି କାର୍ଯ୍ୟ କରେ। ରୂପା ସେହି ରାସାୟନିକ ଉପାଦାନ ମଧ୍ୟରୁ ଗୋଟିଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଆପଣଙ୍କୁ ସମସ୍ତ ରୋଗ ଠାରୁ ଦୂରରେ ରଖେ । କେବଳ ସେତିକି ନୁହେଁ, ରୂପା ବାସନରେ ଖାଦ୍ୟ ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଗ୍ୟାସ୍ ଜନିତ ସମସ୍ୟା ଦୂର ହୋଇଥିବା ବେଳେ ଆଖି ଜଳାପୋଡା ମଧ୍ୟ ଦୂର ହୋଇଥାଏ। ସେହିପରି, ରୂପା ବାସନରେ ଖାଦ୍ୟ ଖାଇବା ଦ୍ୱାରା ମାନସିକ ରୋଗ ମଧ୍ୟ ଭଲ ହୋଇଥାଏ। ଶରୀରରେ ବ୍ଲଡ ସୁଗାର ଲେବଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ମଧୁମେହ ପରି ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ । ରୂପା ବାସନରେ ଛୋଟ ପିଲାମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ଦ୍ବାରା ସେମାନଙ୍କ ମସ୍ତିସ୍କ ତୀକ୍ଷ୍ଣ ହୋଇଥାଏ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)


Share It

Comments are closed.