ଆମେରିକାରେ ସ୍ନାତକ ପଢିବା ପାଇଁ ସ୍କଲାରସିପ ପାଇଲେ ୧୭ ବର୍ଷର ପୁଅ, ବାପା ଦିନ ମଜୁରିଆ କିନ୍ତୁ ପୁଅ ପାଠ ପଢିବେ ଆମେରିକାରେ, ଆସନ୍ତୁ ଜାଣିବା କିପରି ହେଲା ତାଙ୍କର ଏହି ସ୍ୱପ୍ନ ସାକାର . . . . . .


କଷ୍ଟ କଲେ କୃଷ୍ଣ ମିଳିବା କଥା ଆପଣ ସମସ୍ତେ ଜାଣିଥିବେ । ଏହା ସତ ହେବା ଆପଣ ଖୁବ କମ ଦେଖିଥିବେ । ଗୋଟିଏ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ସେହି ପଥରେ ସର୍ବଦା ମନ ପ୍ରାଣ ଦେଇ ଧ୍ୟାନ ଦେବାକୁ ପଡିବ । ଶେଷରେ ଆପଣ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ।

ଏହି ସମସ୍ତ କଥାକୁ ବାସ୍ତବରେ ପରିଣତ କରିଛନ୍ତି ପାଟନାର ଜଣେ ଯୁବକ । ନିଜର ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ବଳରେ ବିହାର ପାଟନାର ଏକ ଛୋଟ ଗାଁର ଯୁବକ ଆମେରିକାରେ ସ୍ନାତକ ଅଧ୍ୟୟନ ପାଇଁ ସ୍କଲାରସିପ ପ୍ରାପ୍ତ କରିଛନ୍ତି । ତାଙ୍କର ସମସ୍ତ ପ୍ରକାରର ପରିଶ୍ରମ ଏବଂ ଦୃଢ ଇଚ୍ଛା ଶକ୍ତି ଆଗରେ ଅଭାବ ଅନଟନ ମଧ୍ୟ ହାର ମିନିଛି ।

ପାଟନାର ଫୁଲୱାରି ଶରିଫ ଅଞ୍ଚଳର ଗୋନାପୁରା ଗ୍ରାମର ଜଣେ ଦିନ ମଜୁରିଆଙ୍କ ପୁଅ ପ୍ରେମ କୁମାର ଆମେରିକାରେ ମେକାନିକାଲ ଇଞ୍ଜିନିୟରିଂ କରିବା ପାଇଁ ଆମେରିକାର ପ୍ରତିଷ୍ଠିତ ଲାଫାୟେଟ କଲେଜରେ ସ୍ନାତକ କରିବା ପାଇଁ ସ୍କଲାରସିପ ପ୍ରାପ୍ତ କରିଛନ୍ତି । ଏହି ସ୍କଲାରସିପ ପରୀକ୍ଷାରେ ସେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ୨.୫ କୋଟି ଟଙ୍କାର ସ୍କଲାରସିପ ପାଇଛନ୍ତି ।

ସେ ତାଙ୍କର ସଂଘର୍ଷର କାହାଣୀରେ କହିଛନ୍ତି ଯେ, ସେ ଅନ୍ଧାରରେ ମହମବତୀ ଲଗାଇ ମଧ୍ୟ ପାଠ ପଢିଛନ୍ତି ଏବଂ ପରିଶ୍ରମ ଏବଂ ଚେଷ୍ଟା ବଳରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛନ୍ତି । ତାଙ୍କ ପରିବାର ଏହି ସ୍କଲାରସିପରେ ଖୁବ ଖୁସି ଥିବା ବେଳେ ସେ ଆଗାକୁ ବହୁ ଆଗକୁ ବଢନ୍ତୁ ବୋଲି ପରିବାର ଲୋକେ ଆଶା ରଖିଛନ୍ତି ।

 


Share It

Comments are closed.