ଲିଭର ସମସ୍ୟା ଦେଖାଯାଉଛି କି ଜାଣନ୍ତୁ କେଉଁ ୫ଟି ଖାଦ୍ୟ ଲିଭର ପାଇଁ ଖୁବ କ୍ଷତିକାରକ . . .


ମାନବ ଶରୀରରେ ଲିଭର ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ଲିଭର ଶରୀରରେ ଏକ ହଜମ ସିଷ୍ଟମ ଅଟେ । ଏହା ମେଟାବୋଲିଜମ ବୃଦ୍ଧି ଏବଂ କମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଲିଭର ଡିଟକ୍ସିଫାଏ କରିବାରେ ସାହାଯ୍ୟ କରିଥାଏ । ଏହାର ସଠିକ ଯତ୍ନ ନେବା ଆବଶ୍ୟକ । ଏହା ବିଭିନ୍ନ ମେଡିସିନ ଏବଂ ଖରାପ ଖାଦ୍ୟ ପେୟ ଦ୍ୱାରା ଖରାପ ହୋଇଥାଏ । ଏବଂ ଫ୍ୟାଟି ଲିଭର ପରି ସମସ୍ୟା ଦେଖାଯାଏ । ଆପଣ ଲିଭର ଜନିତ ବିଭିନ୍ନ  ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସମସ୍ତ ଖାଦ୍ୟ ପେୟ –

୧.   ଚିନି – ଚିନି ଲିଭର ପାଇଁ ଖୁବ ଖରାପ ବିଶେଷ କରି ରିଫାଇନଡ ସୁଗାର । ଆପଣ ଖାଉଥିବା କ୍ୟାଣ୍ଡି, ଚକଲେଟ, କୁକିଜ ଏବଂ ସୋଢାରେ ଏହି ରିଫାଇନ ସୁଗାର ଭରପୁର ମାତ୍ରାରେ ମିଳିଥାଏ ।

୨.   ଆଲକୋହଲ – ଆଲକୋହଲ ଲିଭର ପାଇଁ ଖୁବ ଖରାପ । ଆଲକୋହଲ ଦ୍ୱାରା ଇଲଫ୍ଲାମେସନ, ସେଲ ଡେଥ ଏବଂ ଫାଇବ୍ରୋସିସ ହୋଇଥାଏ । ଅତ୍ୟଧିକ ଆଲକୋହଲର ସେବନ ଦ୍ୱାରା ମଧ୍ୟ ଫ୍ୟାଟି ଲିଭର ପରି ସମସ୍ୟା ଦେଖାଯାଇଥାଏ ।

୩.   ମଇଦା – ମଇଦା ମଧ୍ୟ ଲିଭର ପାଇଁ ଖୁବ ଖରାପ ଏବଂ ଏହା ଦ୍ୱାରା ଫ୍ୟାଟି ଲିଭର ପରି ସମସ୍ୟା ଦେଖାଯାଇଥାଏ । ଆପଣ ଲିଭରକୁ ସୁସ୍ଥ ରଖିବା ପାଇଁ ବିସ୍କୁଟ, ପିଜା, ବ୍ରେଡ ଇତ୍ୟାଦି ଖାଇବା କମ କରନ୍ତୁ ।

୪.   ଫାଷ୍ଟ ଫୁଡ ଆଇଟମ – ବିଭିନ୍ନ ଫାଷ୍ଟ ଫୁଡ ଆଇଟମ ଖୁବ ଶୀଘ୍ର ଏବଂ ଖୁବ ଅଧିକ ତେଲ ଏବଂ ଲୁଣ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଯାହା ଆପଣଙ୍କ ଲିଭର ପାଇଁ ଖୁବ ଖରାପ । ଏଗୁଡିକ ହଜମ କରିବା ପାଇଁ ଖୁବ କଷ୍ଟ ଏବଂ ଏହା ଶରୀର ପାଇଁ ଖୁବ ଅହିତକର ମଧ୍ୟ ।

୫.   ମଟନ – ମଟନ ଆପଣଙ୍କ ଲିଭର ଉପରେ ଖୁବ ଖରାପ ପ୍ରଭାବ ପଡିଥାଏ । ମଟନରେ ଥିବା ଅଧିକ ପ୍ରୋଟିନ ଥିବାରୁ ଫ୍ୟାଟି ଲିଭର ପରି ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ।


Share It

Comments are closed.