ଘନ କଳା କେଶ ପାଇଁ ନିୟମିତ ପିଅନ୍ତୁ ଏହି ୫ଟି ଜୁସ . . . . . .


କେଶ ନାରୀମାନଙ୍କର ସୌନ୍ଦର୍ଯ୍ୟ ଅଟେ । କିନ୍ତୁ ପ୍ରଦୂଷଣ ଏବଂ ଯତ୍ନର ଅଭାବରୁ କେଶ ଝଡିଥାଏ ଏବଂ କେଶ ନଷ୍ଟ ହୋଇଥାଏ । କେଶର ବିକାଶ ଏବଂ ସଠିକ ବୃଦ୍ଧି ପାଇଁ ସଠିକ ସମୟରେ ତେଲ ଲଗାଇବା ସହିତ କେଶର ଟ୍ରିମିଂ ମଧ୍ୟ କରାଇବା ଆବଶ୍ୟକ । ଏହା ସହିତ ଡାଏଟେସିଆନମାନଙ୍କ ଅନୁଯାୟୀ କେଶର ସଠିକ ବିକାଶ ପାଇଁ ଖାଦ୍ୟପେୟରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଖାଦ୍ୟରେ ମିନେରାଲ ଏବଂ ଭିଟାମିନ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏବଂ କେଶକୁ ସୁସ୍ଥ ରଖନ୍ତୁ । ଆପଣ କେଶର ସଠିକ ଯତ୍ନ ଏବଂ ବିକାଶ ପାଇଁ କେତୋଟି ଜୁସ ମଧ୍ୟ ପିଇପାରିବେ –

୧ . ଆଲୋଭେରା ଜୁସ – ଆଲୋଭେରା ଜୁସ ମିନେରାଲ ଏବଂ ଭିଟାମିନର ଉତ୍ତମ ସ୍ରୋତ ହୋଇଥିବାରୁ ଏହା କେଶ ଏବଂ ତ୍ୱଚା ପାଇଁ ଖୁବ ଭଲ । ଏଥିରେ ଭିଟାମିନ ଏ, ସି ଏବଂ ଇ ରହିଛି ଯାହା କେଶକୁ ମୂଳରୁ ମଜବୁତ ଏବଂ ଘନ କରିଥାଏ । ଆପଣ ଆଲୋଭେରାକୁ ଫ୍ରେସ ଜୁସ କରି ଖାଲି ପେଟରେ ପିଇପାରିବେ ।

୨.ପାଳଙ୍ଗ ଜୁସ – ପାଳଙ୍ଗ ଆଇରନରେ ଭରପୁର ହେବା ସହିତ ଏହାର ବହୁ ପ୍ରକାର ସ୍ୱାସ୍ଥ୍ୟ ଉପକାରିତା ରହିଛି । ଏଥିରେ ଥିବା ଭିଟାମିନ ବି ଏବଂ ସି ଶରୀରରେ କେରାଟିନ ଏବଂ କୋଲାଜନ ମାତ୍ରାକୁ ବୃଦ୍ଧି କରି କେଶର ସଠିକ ବିକାଶ କରିଥାଏ ।

୩. କାକୁଡି ଜୁସ – ଆଣ୍ଟି-ଅକ୍ସିଡାଣ୍ଟର ଭରପୁର ଏହି ଫଳ ଶରୀରରେ ହାଇଡ୍ରେସନ ବୃଦ୍ଧି କରିଥାଏ ଏବଂ ସ୍କାପ୍ଲକୁ ନିମନିୟତା ପ୍ରଦାନ କରିଥାଏ । କାକୁଡି ମଧ୍ୟ ଚର୍ମର ଏକ ଗ୍ରନ୍ଥିକୁ ବୃଦ୍ଧି କରିଥାଏ ଯାହାକୁ ସେବମ କୁହାଯାଏ । ଆପଣ କାକୁଡିକୁ ଲେମ୍ବୁ ଏବଂ କଳା ଲୁଣ ସହିତ ମିଶାଇ ଏହାର ରସ କରି ପିଇପାରିବେ ।

୪. ଗାଜର ଜୁସ – ଗାଜର ଭିଟାମିନ ଏ ଏବଂ ଭିଟାମିନ ଇର ଉତ୍ତମ ସ୍ରୋତ ଅଟେ । ଏହାର କେଶର ବିକାଶରେ ସାହାଯ୍ୟ କରିବା ସହିତ ଧଳା କେଶରୁ ମୁକ୍ତି ପ୍ରଦାନ କରିଥାଏ । ପ୍ରତିଦିନ ଆପଣ ଖାଲି ପେଟରେ ଗାଜର ରସ ପିଇବା ଦ୍ୱାରା ଆପଣ କେଶ ଘନ ଏବଂ ଲମ୍ବା ହୋଇପାରିବ ।

୫. ଅଁଳା ଜୁସ – ଅଁଳା କେଶ ଏବଂ ତ୍ୱଚାର ବିକାଶ ପାଇଁ ଖୁବ ଉପକାରୀ । ଭିଟାମିନ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଚର୍ମର ନଷ୍ଟ ହେବାରୁ ରକ୍ଷା କରିଥାଏ ଏବଂ କୋଷର ବିକାଶ କରିଥାଏ । ଅଁଳା ରସ ମଧ୍ୟ କେଶ ଝଡା ସମସ୍ୟାକୁ ନିୟନ୍ତ୍ରଣ କରିଥାଏ ।


Share It

Comments are closed.