ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ହେଲେ ପ୍ୟାଟ କମିନ୍ସ


ଏରୋନ ଫିଞ୍ଚ ୱାନଡେ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଦିଆଯାଇଛି । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ନିଜର ନମ୍ବର ୱାନ ଦ୍ରୁତ ବୋଲି ପ୍ୟାଟ କମିନ୍ସଙ୍କୁ ଟିମ୍‌ର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଡେଭିଡ ୱାର୍ଣ୍ଣର ବି ଅଧିନାୟକ ରେଶରେ ସାମିଲ ଥିଲେ । କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ୱାର୍ଣ୍ଣରଙ୍କୁ ଛାଡ଼ି କମିନ୍ସଙ୍କୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି ।

ମଙ୍ଗଳବାର ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ବୟାନ ଜାରି କରାଯାଇ କମିନ୍ସଙ୍କୁ ଟିମ୍‌ର ଅଧିନାୟକ ନିଯୁକ୍ତ କରିଛନ୍ତି । ଗତ ବର୍ଷ ଟିମ୍‌ ପ୍ୟାନଙ୍କୁ ହଟାଇବା ପରେ କ୍ରିକେଟ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ର କମାଣ୍ଡ ବି ପ୍ୟାଟ କମିନ୍ସଙ୍କୁ ଦେଇଥିଲା । କମିନ୍ସ ବୋର୍ଡର ଏହି ନିଷ୍ପତ୍ତିକୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ କମିନ୍ସ ଏରୋନ ଫିଞ୍ଚଙ୍କ ଯୋଗଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି, ‘ ମୁଁ ଏରୋନ ଫିଞ୍ଚଙ୍କ ନେତୃତ୍ୱରେ ଖେଳିବା ଅବସରରେ ଖୁବ୍ ଖୁସି ଅନୁଭବ କରିଥିଲି । ଫିଞ୍ଚଙ୍କ ଅଧିନାୟକରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି । ଫିଞ୍ଚ ବିଦୟ ପରେ ଅଷ୍ଟ୍ରେଲିଆ କ୍ରିକେଟ ବହୁମାତ୍ରାରେ କ୍ଷତି ହୋଇଛି । ଯାହାକୁ ଭରଣ କରିବା ସହଜ ନୁହେଁ । ମାତ୍ର ମୁଁ ଭାଗ୍ୟବାନ କି ୱାନଡେ ଟିମ୍‌ରେ ଆମ ନିକଟରେ କିଛି ଅନୁଭବୀ ଖେଳାଳୀ ଅଛନ୍ତି’ ।


Share It

Comments are closed.