‘ସାନିଟାଇଜ୍‌ଡ ବିଫୋର୍ ୟୋର୍ ଆଇଜ୍‌’ ଅଭିଯାନ ପାଇଁ ସୋନୁ ସୁଦ୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡର୍ ନିଯୁକ୍ତ କରିଛି ଓୟୋ ହୋଟେଲ୍ସ ଆଣ୍ଡ ହୋମ୍‌ସ


ଭୁବନେଶ୍ୱର :  ଭାରତ ପୁଣିଥରେ ଗତିଶୀଳ ହୋଇଛି ଏବଂ ଯାତାୟତ ମଧ୍ୟ ଆରମ୍ଭ ହୋଇଛି କିନ୍ତୁ ଭିନ୍ନ ରୂପେ । ସର୍ବଦା-ବିକଶିତ ଟ୍ରାଭେଲ ଟ୍ରେଣ୍ଡ ଓ ଗ୍ରାହକଙ୍କ ଭାବନାକୁ ଦୃଷ୍ଟିରେ ରଖି, ଓୟୋ ହୋଟେଲ୍ସ ଆଣ୍ଡ ହୋମ୍‌ସ ପକ୍ଷରୁ  ଏହାର ସାନିଟାଇଜେଶନ ଓ ସ୍ୱଚ୍ଛତା ପ୍ରୟାସଗୁଡିକୁ ଉନ୍ନତ କରିବା ଲାଗି ମେ’୨୦୨୦ରେ ୟୁନିଲିଭର୍ ସହିତ ସହଭାଗିତାରେ ସାନିଟାଇଜ୍‌ଡ ରହଣୀର ଶୁଭାରମ୍ଭ କରାଯାଇଛି । ବାସ୍ତବ ସମୟରେ ଆତିଥ୍ୟ ଶୃଙ୍ଖଳାରେ ସାନିଟାଇଜେଶନ ପ୍ରୟାସଗୁଡିକୁ ଦର୍ଶାଇବା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ବିଶ୍ୱାସକୁ ନିର୍ମାଣ କରିବା ଲାଗି ଆଉ ଏକ ପାଦ ଆଗକୁ ବଢି , ଓୟୋ ପକ୍ଷରୁ ବଲିଉଡ୍ ଅଭିନେତା ଓ ଓୟୋ ସମ୍ପତି ମାଲିକ ସୋନୁ ସୁଦ୍‌୍‌ଙ୍କୁ ଏହାର ପ୍ରଚାରକ ଭାବେ ନିଯୁକ୍ତ କରାଯାଇ ଏହାର ଇଂଟିଗ୍ରେଟେଡ୍ କ୍ୟାମ୍ପେନ୍ – ଏସ୍‌ବିୱାଇ କିମ୍ବା ‘ସାନିଟାଇଜ୍‌ଡ ବିଫୋର୍ ୟୋର୍ ଆଇଜ’ର ଶୁଭାରମ୍ଭ କରାଯାଇଛି । ଏହି ଉପଭୋକ୍ତା କୈନ୍ଦ୍ରିକ ଅଭିଯାନ ଏହାର ପ୍ରଥମ ଆଡ୍‌- ‘ପେହ୍‌ଲେ ସ୍ପ୍ରେ, ଫିର୍ ଷ୍ଟେ’ ସହିତ ଆଜିଠାରୁ ଟିଭି ଓ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକରେ ଲାଇଭ୍ ହୋଇଛି ।

ଏହି ଅଭିଯାନ ସମ୍ପର୍କରେ ଓୟୋ ହୋଟେଲ୍ସ ଆଣ୍ଡ ହୋମ୍‌ସର ହେଡ୍ ଅଫ୍ ଗ୍ଲୋବାଲ ବ୍ରାଣ୍ଡ, ମୟୂର ହୋଲା କହିଛନ୍ତି, ବିଶ୍ୱାସ ଓ ଭଲ ପାଇବା ହେଉଛି ଚା’ ଓ ବିସ୍କୁଟ୍ ଭଳି । ଏହି ସାନିଟାଇଜ୍‌ଡ ବିଫୋର୍ ୟୋର୍ ଆଇଜ୍ ଅଭିଯାନ ହେଉଛି ଏକ ବ୍ରାଣ୍ଡ ଟ୍ରଷ୍ଟ ଏକ୍ସର୍‌ସାଇଜ୍ ଯାହା ଜଣେ ଅତିଥିଙ୍କ ଆଖି ସାମ୍‌ନାରେ  ରୁମ୍‌କୁ ଡିସ୍‌ଇନ୍‌ଫେକ୍ଟ କରି କଥାକୁ କାର୍ଯ୍ୟରେ ପରିଣତ କରିଥାଏ । ନିକଟରେ ଆମେ କାର୍ଯ୍ୟକାରୀ କରିଥିବା ଏକ ପ୍ରକଳ୍ପ ହ୍ୟାଲୋରେ ଆମର ଗ୍ରାହକମାନେ ଆମକୁ ଏସମ୍ପର୍କରେ ପଚାରିଥିଲେ,  ଯେଉଁଠାରେ ଆମେ ସମସ୍ତେ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବା ପାଇଁ ସେମାନଙ୍କ ସହ ୧:୧ କଥା ହୋଇଥିଲୁ । ଏବଂ ଆମେ ଏଭଳି କରିଥିବାରୁ ଖୁସି ଅନୁଭବ କରୁଛୁ । ଭାରତ ପୁଣିଥରେ ଗତିଶୀଳ ହୋଇଥିବାରୁ ଆମେ ଆମର ଅତିଥିମାନଙ୍କ ପାଇଁ ସାନିଟାଇଜ୍‌ଡ ରହଣୀ ସୁନିଶ୍ଚିତ କରୁଛୁ, ଯାହାଫଳରେ ଆମେ ସେମାନଙ୍କର ଯତ୍ନ ଉପରେ ଧ୍ୟାନ ଦେବା ସମୟରେ ସେମାନେ ନିଜ ଭ୍ରମଣକୁ ଉପଭୋଗ କରିପାରିବେ ।

ଟୁରିଷ୍ଟମାନଙ୍କୁ ପୁଣିଥରେ ସ୍ୱାଗତ କରିବା ପାଇଁ ରାଜ୍ୟଗୁଡିକା ସୀମା ଖୋଲିଯାଇଥିବା ବେଳେ ଭାରତୀୟମାନେ ମଧ୍ୟ ନିଜର ନିକଟସ୍ଥ ହିଲ୍ ଷ୍ଟେସନକୁ ଯିବା ଲାଗି ଦୀର୍ଘ ଦିନରୁ ଅଟକି ରହିଥିବା ଛୁଟି ନେବା ପାଇଁ  କିମ୍ବା ନିକଟସ୍ଥ ସମୁଦ୍ରକୂଳକୁ ଡ୍ରାଇଭ୍ କରି ଯିବା ପାଇଁ କିମ୍ବା ସହର ମଧ୍ୟରେ ଏକ ଆରାମଦାୟକ ଷ୍ଟେକାସନ ଉପଭୋଗ କରିବା ଲାଗି ଉତ୍ସାହିତ ରହିଛନ୍ତି । ଭ୍ରମଣ ନିଶ୍ଚିତ ଭାବରେ ଫେରିଆସିଛି, ତେବେ ଉପଭୋକ୍ତାମାନେ ନିଜର ଭ୍ରମଣ ଆକାଂକ୍ଷାକୁ  ପୂରଣ କରିବା ସହିତ ନିଜର ଚିନ୍ତାକୁ ଦୂର କରିବା ଲାଗି ବିଶ୍ୱସନୀୟ ରହଣୀସ୍ଥଳ ଓ ଅଭ୍ୟାସ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓୟୋର ନୂତନ ଅଭିଯାନ ସାନିଟାଇଜ୍‌ଡ ବିଫୋର୍ ୟୋର୍ ଆଇଜ୍ ଏହାର ଗ୍ରାହକମାନଙ୍କୁ ସେମାନଙ୍କର ରହଣୀ ପାଇଁ ବୁକିଙ୍ଗ ସହିତ ମନର ସହଜତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହା ଏକ ଅନୁରୋଧ ଭିତିକ ଅଭିଯାନ ଯାହା ମାଧ୍ୟମରେ ଓୟୋର ଅତିଥିମାନେ ସେମାନଙ୍କ ଆଖି ସାମ୍‌ନାରେ ହୋଟେଲ୍‌ର ଅନ୍‌ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ  ହାଇ ଟଚ୍ ସ୍ପଟ୍‌ଗୁଡିକୁ  କିମ୍ବା ବାରମ୍ବାର ଛୁଆଁଯାଉଥିବା ପୃଷ୍ଟଭୂମିଗୁଡିକୁ ସାନିଟାଇଜ୍ କରିବା ପାଇଁ ଅନୁରୋଧ କରିପାରିବେ । ଏହି ସାନିଟାଇଜେଶନ ପ୍ରକ୍ରିୟାକୁ ଦୁଇଟି ମୋଡ୍‌- ଏକ ଏରୋସୋଲ ଡିସ୍‌ଇନ୍‌ଫେକ୍‌ଟାଂଟ୍ ମାଧ୍ୟମରେ ଓ / କିମ୍ବା ଏକ ସ୍ପ୍ରେ ହ୍ୟାଣ୍ଡି ସାନିଟାଇଜର୍ ମେସିନ୍‌ର ବ୍ୟବହାର କରି କରାଯିବ ।

ସୋନୁ ସୁଦ୍ ଅଭିନୟ କରିଥିବା ନୂତନ ଟିଭି ଓ ସାମାଜିକ ଫିଲ୍ମର ବିଷୟବସ୍ତୁ ଓୟୋର ସମ୍ପତି ମାଲିକ ଓ କର୍ମଚାରୀମାନଙ୍କ ଚାରିପାଖେ ଘୁରୁବୁଲୁଛି, ଯାହା ଅତିଥିମାନଙ୍କ ଚିନ୍ତାଧାରାରୁ ଗୋଟେ ପାଦକୁ ଆଗକୁ ଯିବା ସହିତ ଅତିଥିଙ୍କ ଆଗମନ ପୂର୍ବରୁ ସମସ୍ତ ହାଇ ଟଚ୍ ସର୍‌ଫେସ୍‌ଗୁଡିକୁ ଭଲ ଭାବେ ସାନିଟାଇଜ୍ କରିଥାଏ । ଏହି ଫିଲ୍ମରେ ସୋନୁ ସୁଦ୍ ଏକ ଲାଲ ଓୟୋ ଟି-ସାର୍ଟ ପିନ୍ଧି ଜଣେ ଓୟୋ କର୍ମଚାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଆଡ୍ କୌତୁକିଆ ଓ ହାସ୍ୟାସ୍ପଦ ମୁହୂର୍ତରେ ପରିପୂର୍ଣ୍ଣ ଏବଂ ଏକାସଙ୍ଗେ  ବ୍ରାଣ୍ଡ୍‌ର ଏସ୍‌ବିୱାଇ ଅନୁଭବକୁ ପୃଥକ୍ ଭାବେ ସଂଯୋଗ କରିଥାଏ । ଉଦାହରଣ ସ୍ୱରୁପ, ଅତିଥିମାନେ ରୁମ୍‌ର ଲାଇଟ୍ ସ୍ୱିଚ୍ ଅନ୍ କରିବାକୁ ଯାଉଥିବା ବେଳେ ସୋନୁ ସୁଦ୍ ଅତିଥିଙ୍କୁ ମଝିରୁ ଅଟକାଇଥାନ୍ତି ଓ  ମାଷ୍ଟର ସ୍ୱିଚ୍‌ବୋର୍ଡରେ ସ୍ପ୍ରେ କରିଥାନ୍ତି । ସମାନ ଭାବେ ଯେତେବେଳେ ଅତିଥି  ଟିଭି ସ୍ୱିଚ୍ ଅନ୍ କରିବାକୁ ଯାଇଥାନ୍ତି, ସୋନୁ ପୁଣିଥରେ  ତାଙ୍କୁ ଅଟକାଇଥାନନ୍ତି ଓ ଟିଭିର ରିମୋଟ୍ କଂଟ୍ରୋଲରେ ସ୍ପ୍ରେ କରିଥାନ୍ତି ଏବଂ ଏହା ଅନ୍ୟାନ୍ୟ ସାମଗ୍ରୀରେ ମଧ୍ୟ ଜାରି ରହିଥାଏ ।


Share It

Comments are closed.