କ୍ରିକେଟ ନିଶା ଜିତାଇଲା ମୁମ୍ବାଇରେ ଘର


ଅଧିକାଂଶ ଲୋକ ନିଜ ଜୀବନକାଳ ମଧ୍ୟରେ ନିଜର ସ୍ୱପ୍ନର ଘର ଖଣ୍ଡେ କରିବାକୁ କଷ୍ଟସାଧ୍ୟ ହୋଇପଡ଼େ । ଇଟା ପରେ ଇଟା ଯୋଡ଼େଇ କରି ଏହି କାର୍ଯ୍ୟ କରିବା କଷ୍ଟକର ହୋଇଥିବା ବେଳେ ମିର୍ଜାପୁର୍ର ବାଳକ ଗୌରବ କୁମାର କିନ୍ତୁ ଏଥିରେ ଜଣେ ବ୍ୟତିକ୍ରମ । ସେ ଇଟା ପରେ ଇଟା ନୁହେଁ, ୨୦୧୮ ଟି-୨୦ ସିରିଜ୍ର ଏକ ମ୍ୟାଚ୍ରେ ବଲ୍ ପରେ ବଲ୍ ଯୋଡ଼ି ସେ ନିଜର ସ୍ୱପ୍ନର ଗୃହର ମାଲିକ ହୋଇପାରିଛନ୍ତି । ଜିଓ ଡିଜିଟାଲ୍ ଲାଇଫ୍ ଦ୍ୱାରା ଭାରତୀୟମାନଙ୍କୁ ଏଭଳି ନୂତନ ଅଭିଜ୍ଞତାର ସ୍ୱାଦ ଚାଖିବା ପାଇଁ ସୁଯୋଗ ଆସିଛି ।
ଚଳିତବର୍ଷ ମଧ୍ୟ ଜିଓ କ୍ରିକେଟ ପ୍ଲେ ଏଲଙ୍ଗ ଏଭଳି କାର୍ଯ୍ୟକ୍ରମରେ ଭାରତୀୟମାନଙ୍କୁ ସଂପୃକ୍ତ କରି ଉତ୍ସାହଜନକ ଅଭିଜ୍ଞତା ଦେବା ସହିତ ସେମାନଙ୍କୁ ବହୁତ କିଛି ହାସଲ କରିବାର ଓ ଜିତିବାର ସୁଯୋଗ ପ୍ରଦାନ କରୁଛି- ଖେଳ କ୍ରିକେଟ , ଜିଓ କ୍ରିକେଟ!

କ୍ରିକେଟ ସହ ଭାରତକୁ ଅଧିକ ଜଡ଼ିତ କରି ଦେଖଣାହାରୀଙ୍କୁ ଭାଗିଦାର କରିବା ଏବଂ ସେମାନଙ୍କ ପସନ୍ଦର ଟିମ୍ ଓ ଖେଳାଳୀମାନଙ୍କ ସହ ନିକଟତର ହୋଇ ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାକୁ ଉପଭୋଗ କରିବାରେ ଲୋକଙ୍କୁ ଏକାଠି କରିବା ଜିଓ କ୍ରିକେଟ ପ୍ଲେ ଏଲଙ୍ଗର ଲକ୍ଷ୍ୟ । ମ୍ୟାଚ୍ ପ୍ରସାରଣ ବେଳେ ମାଇଁ ଜିଓ ଆପ୍ ମାଧ୍ୟମରେ ବଲ୍ ପରେ ବଲ୍ର ଫଳାଫଳ କ’ଣ ହେବ ତାହା ଖେଳାଳିମାନଙ୍କୁ ଉତ୍ତର ଦେବାକୁ କୁହାଯାଇଥାଏ । ସଠିକ୍ ଉତ୍ତର ଦେଇଥିବା ଖେଳାଳିମାନଙ୍କୁ ପଏଣ୍ଟ ମିଳିଥାଏ । ଅତିରିକ୍ତ ଭାବେ ଖେଳାଳିମାନେ କମ୍ପ୍ୟୁଟର ମାଧ୍ୟରେ ଆସୁଥିବା ପ୍ରଶ୍ନର ଉତ୍ତରରୁ ନିର୍ଦ୍ଧାରଣ କରି ସଠିକ୍ ଉତ୍ତର ରଖିବା ସହିତ ପଏଣ୍ଟ ହାସଲ କରିପାରିବେ ।


Share It

Comments are closed.