ଓପୋ ଏନ୍‌କୋ ଡବ୍ଲ୍ୟୁ୫୧ ସହିତ ଓପୋର ନୂଆ ଏଫ୍‌୧୭ ସିରିଜ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଅଗ୍ରଣୀ ଗ୍ଲୋବାଲ ପ୍ରିମିୟମ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ଭାରତର ପ୍ରଥମ ଅନ୍‌ଲାଇନ୍ ମ୍ୟୁଜିକ୍ ଶୁଭାରମ୍ଭ କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଏଫ୍‌୧୭ ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ଏକ ଅଲ୍‌ଟ୍ରା-ପ୍ରିମିୟମ ଡିଜାଇନ ଟ୍ରେଣ୍ଡକୁ ଆଗରେ ରଖି ଓପୋ ଏଫ୍‌୧୭ ପ୍ରୋ ଓ ଏଫ୍‌୧୭ ଏକ ଅଲ୍‌ଟ୍ରା-ସ୍ଲିମ୍ ବଡି ଓ ୩୦ ୱାଟ୍ ଭିଓଓସି ଫ୍ଲାଓ୍ ଚାର୍ଜ ୪.୦ ସହ ଆସିଛି । ଓପୋ ପକ୍ଷରୁ ଏହାର ଆକୌଷ୍ଟିକ୍ସ ସେଗ୍‌ମେଂଟ୍‌ରେ ପ୍ରଥମ ଆକ୍ଟିଭ୍ ନଏଜ୍ କ୍ୟାନ୍ସେଲେସନ (ଏଏନ୍‌ସି) ଟ୍ରୁ ୱାୟାରଲେସ୍ ହେଡ୍‌ଫୋନ୍ ଏନ୍‌କୋ ଡବ୍ଲ୍ୟୁ୫୧ର ଶୁଭାରମ୍ଭ କରାଯାଇଛି । ଓପୋ ଏଫ୍‌୧୭ ପ୍ରୋରେ ବିଶାଳ ୯୦.୭% ସ୍କ୍ରିନ୍‌-ଟୁ-ବଡି ରେସିଓ ସହିତ ଏକ ୬.୪୩ ଇଂଚ୍ ଫୁଲ୍ ଏଚ୍‌ଡି+, ସୁପର ଆମୋଲେଡ୍ ସ୍କ୍ରିନ୍‌, ସ୍କ୍ରିନ୍‌ଷର ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଂଟ୍ ଅନ୍‌ଲକ୍ ୩.୦ ଭଳି ଅନେକ ଫିଚର ରହିଛି । ୬ଟି ଏଆଇ ପୋର୍ଟ୍ରେଟ୍ କ୍ୟାମେରା ସୁଟ୍ ସହିତ ଓପୋ ଏଫ୍‌୧୭ ପ୍ରୋରେ ଇଜି-ଟୁ-ୟୁଜ୍ ପୋର୍ଟ୍ରେଟ୍ ଫଟୋଗ୍ରାଫି ଓ ଭିଡିଓ ଷ୍ଟାବିଲାଇଜେସନ ଫିଚର ସହିତ ଏକ କ୍ୟାମେରା ପାୱାରହାଉସ୍ ରହିଛି । ଏହାର ପଛରେ ଏକ ୪୮ ଏମ୍‌ପି ୱାଇଡ୍‌-ଆଙ୍ଗେଲ କ୍ୱାଡ୍ କ୍ୟାମେରା ସେଟ୍‌ଅପ୍ ଓ ସମ୍ମୁଖରେ ଡୁଆଲ ଡେପ୍‌ଥ କ୍ୟାମେରା, ୧୬ ଏମ୍‌ପି ମେନ୍ ଫ୍ରଂଟ୍ କ୍ୟାମେରା ରହିଛି । ଓପୋ ଏଫ୍‌୧୭ ପ୍ରୋରେ ଏକ ବିଶାଳ ୪୦୦୦ ମେଗାହର୍ଜ ବ୍ୟାଟେରୀ ସହିତ ଓପୋର ନିଜସ୍ୱ ୩୦ ୱାଟ୍ ଭିଓଓସି ଫ୍ଲାସ୍ ଚାର୍ଜ ୪.୦ ଟେକ୍ନୋଲୋଜି ରହିଛି ।
ଏଫ୍‌୧୭ରେ ଏକ ୨.୫ଡି କର୍ଭଡ୍ ବଡି ମଧ୍ୟ ପ୍ରଦାନ କରୁଛି । ଏହା ୩ଟି କଲର୍ ଯେପରିକି ନ୍ୟାଭି ବ୍ଲୁ, କ୍ଲାସିକ୍ ସିଲ୍‌ଭର ଓ ଡାଇନାମିକ୍ ଅରେଞ୍ଜ୍‌ରେ ଆସୁଛି । ଏଫ୍‌୧୭ରେ ଏକ ୬.୪୪ ଇଂଚ୍ ଫୁଲ୍ ଏଚ୍‌ଡି ୱାଟର୍‌ଡ୍ରପ୍ ଫୁଲ୍‌ସ୍କ୍ରିନ୍‌, ୩୦ୱାଟ୍ ଭିଓଓସି ୪.୦, ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଂଟ୍ ଅନ୍‌ଲକ୍ ଟେକ୍ନୋଲୋଜିର ୩ୟ ପିଢି, ଓପୋର ଓଏସ୍‌ଡବ୍ଲ୍ୟୁଏପି, ଭଳି ଅନେକ ଫିଚର ସହିତ ଆସିଛି । ଏଫ୍‌୧୭ ୬ଜିବି/୮ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ପ୍ରଦାନ କରୁଛି । ଏକ ୧୬ ଏମ୍‌ପି ଅଲ୍‌ଟ୍ରା ୱାଇଡ୍‌-ଆଙ୍ଗେଲ କ୍ୱାଡ୍‌କ୍ୟାମେରା ସହିତ ଓପୋ ଏଫ୍‌୧୭ରେ ଏକ ୧୬ ଏମ୍‌ପି ମେନ୍ କ୍ୟାମେରା, ୧୧୯ ଡିଗ୍ରୀ ୱାଇଡ୍‌-ଆଙ୍ଗେଲ ୮ଏମ୍‌ପି କ୍ୟାମେରା, ୨ ଏମ୍‌ପି ମୋନୋକ୍ରୋମ୍ କ୍ୟାମେରା ଓ ୨ ଏମ୍‌ପି ରେଟ୍ରୋ କ୍ୟାମେରା ରହିଛି । ଏହି ଡିଭାଇସ୍ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୬୬୨ ପ୍ରୋସେସର୍ ଓ ଆଣ୍ଡ୍ରଏଡ୍ ୧୦ ଆଧାରିତ କଲର୍ ଓଏସ୍ ୭.୨ରେ ସୁସଜ୍ଜିତ ହୋଇ ଆସୁଛି । ଓପୋ ପକ୍ଷରୁ ଭାରତରେ ଓପୋ ଆକୌଷ୍ଟିକ୍ସ ସେଗ୍‌ମେଂଟ୍ ଅଧୀନରେ ଏହାର ପ୍ରଥମ ଆକ୍ଟିଭ୍ ନଏଜ୍ କ୍ୟାନ୍ସେଲେସନ ଟ୍ରୁ ୱାୟାରଲେସ୍ ହେଡ୍‌ଫୋନ୍ ଶୁଭାରମ୍ଭ କରାଯାଇଛି । ଷ୍ଟାରି ବ୍ଲୁ ଓ ଫ୍ଲୋରାଲ ହ୍ୱାଇଟ୍ କଲର୍ ବିକଳ୍ପରେ ଉପଲବ୍ଧ ଏହି ହେଡ୍‌ଫୋନ୍‌ଗୁଡିକ ଅତ୍ୟାଧୁନିକ, ଇନ୍‌-ଡିମାଣ୍ଡ ଫିଚର ଯେପରିକି ୱାୟାରଲେସ୍ ଚାର୍ଜିଂ, ପ୍ରଫେସ୍‌ନାଲ ଅଡିଓ କ୍ୱାଲିଟି, ଅଲ୍‌ଟ୍ରା-ଲୋ ଲାଟେନ୍ସି ଓ ଇଂଟେଲିଜେନ୍ସ ଟଚ୍ କଂଟ୍ରୋଲରେ ଭରପୂର ରହିଛି ।
ଏହି ଶୁଭାରମ୍ଭ ସମ୍ପର୍କରେ ଓପୋ ଇଣ୍ଡିଆର ଅଧ୍ୟକ୍ଷ ଏଲ୍‌ଭିସ୍ ଝୁ କହିଛନ୍ତି ଯେ, “ଓପୋ ଏଫ୍‌୧୭ ସହିତ ଆମେ ଆମର ଉତ୍ପାଦ ପୋର୍ଟଫୋଲିଓକୁ ଅଧିକ ମଜଭୁତ କରିଛୁ ଏବଂ ଆମର ଉପଭୋକ୍ତାଙ୍କୁ ଏହି ମୂଲ୍ୟ ବର୍ଗରେ ସବୁଠାରୁ ହାଲୁକା ଓ ପତଳା ସ୍ମାର୍ଟଫୋନ୍ ପ୍ରଦାନ କରୁଛୁ । ଓପୋ ଏଫ୍‌୧୭ ପ୍ରୋ ମ୍ୟାଜିକ୍ ବ୍ଲୁ, ମ୍ୟାଟେ ବ୍ଲାକ୍ ଓ ମେଟାଲିକ୍ ହ୍ୱାଇଟ୍ ଭଳି ୩ଟି ରଙ୍ଗରେ ୮+୧୨୮ଜିବି ଭାରିଆଂଟ୍ ପାଇଁ ୨୨,୯୯୦ ଟଙ୍କାରେ ଉପଲବ୍ଧ ହେବ । ଏହି ୩ଟି ରଙ୍ଗ ୮ଜିବି ରାମ୍ ଓ ୧୨୮ଜିବି ଷ୍ଟୋରେଜ୍ ସହିତ ଉପଲବ୍ଧ ହେବ, ଯାହାକି ଏକ ୩-କାର୍ଡ ସ୍ଲଟ୍ ମାଧ୍ୟମରେ ୨୫୬ଜିବି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇପାରିବ । ସେହିଭଳି ଡବ୍ଲ୍ୟୁ୫୧ ୪,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ।


Share It

Comments are closed.