ବିଦାୟ ନେଲେ ସିଜେଆଇ ୟୁ ୟୁ ଲଳିତ୍


କର୍ମକ୍ଷେତ୍ରର ଶେଷ ଦିନରେ ଭାରତର ମୁଖ୍ୟ ବିଚାରପତି ସିଜେଆଇ ୟୁ ୟୁ ଲଳିତ୍ । ସୁପ୍ରିମକୋର୍ଟରେ ମୁଣ୍ଡ ନୁଆଁଇଲେ ଜଷ୍ଟିସ୍ । ସାଙ୍ଗରେ ନେଲେ ସୁପ୍ରିମକୋର୍ଟରେ ଥିବା ଭଗବାନଙ୍କ ପ୍ରତିମୂର୍ତ୍ତି । ଗତକାଲି ଭାରତର ୧୫ ତମ ମୁଖ୍ୟ ବିଚାରପତି ୟୁ ୟୁ ଲଳିତଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଶେଷ ଦିନରେ ନିଜ ପତ୍ନୀ ଏବଂ ଝିଅଙ୍କ ସହ ସୁପ୍ରିମକୋର୍ଟର ପରିଦର୍ଶନ କରିଛନ୍ତି ସିଜେଆଇ । ବିଦାୟ ବେଳେ କାର୍ଯ୍ୟକାଳ ସମୟରେ ତାଙ୍କ ସହ କାର୍ଯ୍ୟ କରିଥିବା ସହକର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମକ୍ଷେତ୍ରରେ ତାଙ୍କ ସହ କାର୍ଯ୍ୟ କରୁଥିବା ସହକର୍ମୀ ଓ ଅନ୍ୟ ସଦସ୍ୟଙ୍କ ବିନା ତାଙ୍କର ଏଯାବତ୍ ସଫଳତା ଅସମ୍ଭବ । ତାଙ୍କର ଏ ସଫଳତା ପଛରେ ଏମାନଙ୍କର ଅନେକ ସହଯୋଗ ରହିଛି ବୋଲି କହିଛନ୍ତି ସିଜେଆଇ ୟୁ ୟୁ ଲଳିତ୍ । ଗତକାଲି ତାଙ୍କ କାର୍ଯ୍ୟକାଳର ଶେଷଦିନ ଥିବାବେଳେ ସୁପ୍ରିମକୋର୍ଟ ସହ ସେ ନିଜର ଏକ ଫଟୋ ଉଠାଇଥିଲେ ।


Share It

Comments are closed.