ମା’ ଲକ୍ଷ୍ମୀଙ୍କ ଆଶିଷ ଲାଭ କରିବା ପାଇଁ ଶୁକ୍ରବାର କରନ୍ତୁ ଏହି ୫ଟି ବିଶେଷ ଉପାୟ


ହିନ୍ଦୁ ଧର୍ମରେ ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବେ ବିବେଚନା କରାଯାଇଥାଏ । ଯେଉଁ ବ୍ୟକ୍ତି ମାଆ ଲକ୍ଷ୍ମୀକୁ ପୂଜା ଓ ଶ୍ରଦ୍ଧା ମାଧ୍ୟମରେ ସନ୍ତୁଷ୍ଟ କରିଥାଏ ତା’ ଜୀବନରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସହ ଧନ ଲାଭ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ପରିବାର ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ କୃପା ସଦା ସର୍ବଦା ରହିଥାଉ । ତେଣୁ ଶୁକ୍ରବାର ଦିନକୁ ମାଆ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରିବା ସହ କିଛି ବିଶେଷ ଉପାୟ କଲେ ଧନର ଦେବୀଙ୍କ ଆଶିଷ ଲାଭ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଯଦି ଆପଣ ଆର୍ଥିକ୍ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାଲେ ଶୁକ୍ରବାର ରାତିରେ ଏହି ଗୁପ୍ତ ଉପାୟ ଆପଣାନ୍ତୁ । ଏହା କରିବା ଦ୍ବାରା ଧନର ଦେବୀ ପ୍ରସନ୍ନ ହେବା ସହ ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।
ଶାସ୍ତ୍ରରେ, ସପ୍ତାହର ସାତ ଦିନକୁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ଉତ୍ସର୍ଗ କରାଯାଇଥିବା ବେଳେ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ ସର୍ମପିତ। ଶୁକ୍ରବାର ରାତିରେ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ରାତିରେ ଦୀପ, ଧୂପ ସହ ଗୋଲାପ ଫୁଲ ଅର୍ପଣ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।
ଏକ ଗୋଲାପି ରଙ୍ଗର କପଡ଼ାରେ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖି ପୂଜା କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ ।
ମାଆ ଲକ୍ଷ୍ମୀଙ୍କୁ ପୁଷ୍ପ ଅର୍ପଣ କରି ଲକ୍ଷ୍ମୀ ମନ୍ତ୍ର ଜାପ କରନ୍ତୁ । ଏପରି କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନର ଦେବୀଙ୍କ କୃପା ଲାଭ ହୋଇଥାଏ । ଜୀବନରେ ଥିବା ଆର୍ଥିକ୍ ସମସ୍ୟା ମଧ୍ଯ ଦୂର ହୋଇଯାଏ ।
କୁହାଯାଏ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ । ଶୁକ୍ରବାର ରାତିରେ ଦକ୍ଷିଣ ମୁହାଁ ହୋଇଥିବା ଶଙ୍ଖରେ ପାଣି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏପରି କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।
ଧନ ଲାଭ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କୁ ଚନ୍ଦନ ଲଗାଇ ଜଳରେ ଅଭିଷେକ କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।


Share It

Comments are closed.