ଠାକୁର ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୪୪ ତମ ଶୁଭ ଜନ୍ମୋତ୍ସବ ପାଳିତ


ପୁରୀ : ନୀଳାଚଳ ସାରସ୍ୱତ ସଂଘ ପୁରୀ ଆନୁକୂଲ୍ୟରେ ଶ୍ରୀଶ୍ରୀ ଠାକୁର ପରମହଂସ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୪୪ ତମ ଶୁଭ ଜନ୍ମୋତ୍ସବ ଓ ସଂଘର ୯୦ତମ ସ୍ୱନକ୍ଷେତ୍ର ଦିବସ ମହାସମାରୋହରେ ଗତ ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ପହିଲାରେ ଦୁଇ ଦିନ ଧରି ପାଳିତ ହୋଇଯାଇଛି । ଏହି ଅବସରରେ ନିଗମାନନ୍ଦ ସରସ୍ୱତୀଙ୍କ ନିତ୍ୟ ବାସସ୍ଥଳୀରେ ଜନ୍ମୋତ୍ସବ ପାଇଁ ପ୍ରାତଃ ଆଳତୀ, ମଧ୍ୟାହ୍ନ ଅଧିବେଶନ, ଅପରାହ୍ନ ମହିଳା ସଭା ଓ ସନ୍ଧ୍ୟା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ସନ୍ତୋଷ କୁମାର ମହାନ୍ତି, ପରିଚାଳକ ଶରତ ଚନ୍ଦ୍ର ସିଂଦେଓ, ସମ୍ପାଦକ ନରେଶଚନ୍ଦ୍ର ପତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ସଂଘପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଶ୍ରଦ୍ଧାଳୁ ସମଗ୍ର ବିଶ୍ୱରୁ ଆସି ଯୋଗଦାନ ଦେଇଥିଲେ ।
ଏହି ଅବସରରେ ଠାକୁର ଶ୍ରୀ ନିଗମାନନ୍ଦଙ୍କର ଦର୍ଶନ ଓ ଧର୍ମତତ୍ତ୍ୱ ଆଲୋଚନା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଠାକୁରଙ୍କର ଏହି ଜନ୍ମୋତ୍ସବ କେବଳ ଓଡିଶା ଭିତରେ ସୀମିତ ହୋଇ ରହିନଥିଲା । ଏହା ନୂଆଦିଲ୍ଲୀର ଡେରାମଣ୍ଡି ମୋଡ ସନ୍ନିକଟ ଆଶ୍ରମରେ ମଧ୍ୟ ପାଳିତ ହେବା ସହିତ ସୂଦୁର ଲଣ୍ଡନ, ନ୍ୟୁର୍କ ଓ ଆମେରିକା ଭଳି ସହରରେ ପାଳିତ ହୋଇଥିବା ଦିଲ୍ଲୀ ନୀଳାଚଳ ସାରସ୍ୱତ ସଂଘର ତତ୍ତ୍ୱାବଧାରକ ଜିତେନ୍ଦ୍ର ତ୍ରିପାଠୀ ଜଣାଇଛନ୍ତି ।


Share It

Comments are closed.