ହାତୀଙ୍କ ଗୋବରରୁ ପ୍ରସ୍ତୁତ ହୋଇଥାଏ ବିଶ୍ୱର ସବୁଠାରୁ ଦାମିକିଆ କଫ, ଜାଣନ୍ତୁ ଏହାର ଦାମ କେତେ


ବ୍ୟାଙ୍କକ ଥାଇଲାଣ୍ଡରୁ ପ୍ରାୟ ୪୩୦ କି.ମି. ଦୂରରେ ଉତ୍ତର ପୂର୍ବ ଅଞ୍ଚଳରେ ଏକ ସହର ଅଛି । ଯାହାର ନାମ ସୁରିନ। ଏହି ସହର ବିଶେଷ ଭାବେ ପାରମ୍ପାରିକ ପ୍ରଣାଳୀରେ କୋମଳ ରେଶମ, ଯସ୍ମିନ ଚାଉଳ, ଓ ହାତୀକୁ ଟେମିଂ କରିବା ପାଇଁ ପ୍ରସିଦ୍ଧ। କିନ୍ତୁ ଏବେ ଅନ୍ୟାନ୍ୟ କାରଣ ଯୋଗୁ ଛୋଟ ସହରଟି ବେଶ ଭଲ ପଇସା ରୋଜଗାର କରୁଛି। ଏବେ ଦୁନିଆର ସବୁଠାରୁ ଦାମି ମୂଲ୍ୟବାନ ବ୍ଲାକ୍ ଆଇଭରି କଫି ଏହି ସହର ରୁ ହିଁ ବଡ଼ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କୁ ଯୋଗାଇ ଦିଆଯାଉଛି। ଯେଉଁଠି ଏକ କପ୍ କଫି ପିଇବା ପାଇଁ ଆପଣଙ୍କୁ ୫୦ ଡଲାର କିମ୍ୱା ୩,୭୦୦ ଟଙ୍କା ଦେବାକୁ ପଡ଼ିବ। ଏହି କଫି ବ୍ଲାକ ଆଇଭରି କମ୍ପାନୀ ଦ୍ୱାରା ତିଆରି ହୋଇଥାଏ। ଏହି କଫିର ଦାମ୍ ସବୁଠାରୁ ଅଧୀକ କାରଣ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ସାଧାରଣ କଫିଠାରୁ ପୁରା ଅଲଗା ହୋଇଥାଏ। ଏହା ସମ୍ପୁର୍ଣ୍ଣ ପ୍ରାକୃତିକ ଓ ଜୈବିକ ପ୍ରଣାଳୀରେ ତିଆରି କରାଯାଇଥାଏ। ପ୍ରଥମେ ଆରବୀ ପାକ୍କଳ କଫି ବିନ୍ସ ଗୁଡ଼ିକୁ ହାତୀ ମାନଙ୍କୁ ଖାଇବାକୁ ଦିଆଯାଇଥାଏ। ତା ପରେ ହାତୀମାନଙ୍କ ଗୋବରରୁ କଫି ଗୁଡ଼ିକ ଅଣା ଯାଇଥାଏ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ! କିନ୍ତୁ ଏହାକୁ ଅଧୀକ ସ୍ୱାଦିଷ୍ଟ କଫି କୁହାଯାଏ। କଫିରେ ତମାଖୁ ଓ ଘାସର ସଂକେତ ସହ ଚୋକ୍ଲେଟ, ମାଲ୍ଟ,ଓ ମସଲାର ବୈଶିଷ୍ଟ ମଧ୍ୟ ରହିଛି। ଏଥିରେ ଚେରିର ହାଲ୍କା ସ୍ୱାଦ ସହିତ ଚା’ ଓ କଫି ମଧ୍ୟରେ ଏହା ଭ୍ରମ ସୃଷ୍ଟି କରିଥାଏ। ଯେଉଁମାନେ ଥରେ ଏହି କଫି ପିଇଛନ୍ତି ସେମାନେ ଦାବି କରନ୍ତି ଏହା ଆମେ ସବୁବେଳେ ପିଉଥିବା କଫି ଭଳି କଡ଼ା କିମ୍ୱା ପିତା ଲାଗେ ନାହିଁ। ଏହା ଥାଇଲାଣ୍ଡର ୧,୫୦୦ ମିଟର ଉଚ୍ଚ ଭୂମିରୁ ଆରମ୍ଭ ହୋଇଥାଏ। ଏଠାରୁ ୧୦୦’/, ଥାଇ ଆରବିକା ଉନ୍ନତ ମାନର କଫି ଚେରି ବାଛି ସୁରିନକୁ ପଠାଯାଇଥାଏ। ସେଠାରେ ଥିବା ହାତୀ ପାଳକ ମାନେ କଫି ଚେରିକୁ ହାତୀ ମାନଙ୍କର ପସନ୍ଦର ପ୍ରିୟ ଖାଦ୍ୟ ସହିତ ମିଶାଇ ସେମାନଙ୍କୁ ଖାଇବାକୁ ଦେଇଥାଆନ୍ତି । ପ୍ରତ୍ୟକ ହାତୀ ମାନଙ୍କର ପସନ୍ଦର ଖାଦ୍ୟାଭ୍ୟାସ ଅଲଗା ଅଲଗା ହୋଇଥାଏ। ଯେପରି ସେମାନେ ତେନ୍ତୁଳି, ଚାଉଳ ଓ କଦଳୀ ଖାଇବାକୁ ଭଲପାଆନ୍ତି। ତେଣୁ ହାତୀମାନଙ୍କର ଖାଦ୍ୟାଭ୍ୟାସକୁ ଆଧାର ପ୍ରାୟ କଫିର ସ୍ୱାଦ ଅଳ୍ପ ଭିନ୍ନ ଓ ପୁଷ୍ଟିକର ମଧ୍ୟ ହୋଇଥାଏ। ହାତୀମାନେ ଏହାକୁ ଖାଇସାରିବା ପରେ ଚେରିଗୁଡ଼ିକ ନିଷ୍କାସନ ହେବା ପାଇଁ ୧୨ରୁ ୭୨ ଘଣ୍ଟା ସମୟ ଲାଗିଥାଏ। ପୁଣି ଏହାକୁ ଏକତ୍ର କରି ଧୋଇବା, ରଗଡ଼ିବା ଓ ଶୁଖାଇବା ପାଇଁ ପଠାଇ ଦିଆଯାଏ। ଚେରିର କିଛି ଅଂଶକୁ ଅଳ୍ପ ଓଦା ରଖାଯାଇଥାଏ। ଯେତେବଳେ ଏହାକୁ ମେସିନରେ ସଜାଯାଏ ଓ କିଛି ଆକାର ଖୋଜିବା ପାଇଁ ହାତରେ ସଜାଯାଏ ଏହି ସମୟରେ ଓଦା ଥିବା ଅଂଶ ସାହାଯ୍ୟ କରିଥାଏ। ଏହାକୁ ଉନ୍ନତ କରିବା ପାଇଁ କେବଳ ଭଲ ଓ ବଡ଼ ଆକାରରେ ଥିବା ଚେରିଗୁଡ଼ିକୁ ଉଚ୍ଚ ତାପମାତ୍ରାରେ ଭଜାଯାଇଥାଏ। ଏହାର ସତେଜତାକୁ ବଜାୟ ରଖିବା ପାଇଁ କମ୍ପାନୀ କେବଳ ଅର୍ଡର ଅନୁଶାରେ ଭାଜିଥାଏ। କିନ୍ତୁ ଭଜାହୋଇଥିବା ଚେରିକୁ କମ୍ପାନୀ କେବେବି ଗଚ୍ଛିତ କରି ରଖେ ନାହିଁ।


ସେମାନଙ୍କ ପାଖରେ ଅନ୍ୟାନ୍ୟ ଉନ୍ନତ ମାନକ ପ୍ରକ୍ରିୟା ମଧ୍ୟ ରହିଛି ଯାହାକି ସେମାନେ ବ୍ୟବହୃତ ପଶୁ ଓ ଉତ୍ପାଦ ଠିକ ବୋଲି ପ୍ରମାଣିତ କରିବା ପାଇଁ ବ୍ୟବବାର କରିଥାଆନ୍ତି।
ଏହି କମ୍ପାନୀର ଲକ୍ଷ ହେଉଛି ମଣିଷ ଓ ହାତୀ ମାନଙ୍କ ମଧ୍ୟରେ ଥିବା ସଂଘର୍ଷର ନକରାତ୍ମତାକୁ ଗ୍ରହଣ କରି ପଶୁମାନଙ୍କୁ ସୁରକ୍ଷା ଦେଇ ସାରା ବିଶ୍ୱକୁ ବିଳାଶ ପୂର୍ଣ୍ଣ ସ୍ୱାଦ ଚଖାଇ ସକରାତ୍ମକତାରେ ପରିଣତ କରିବା। କମ୍ପାନୀ କହିଛି କି ତାଙ୍କ ମୋଟ୍ ଆୟର ଏକ ଭାଗ ଗୋଲ୍ଡେନ ଟ୍ରାୟଙ୍ଗଲ ଏଲିଫେଣ୍ଟ ଫାଉଣ୍ଡେସନ କୁ ଦିଆଯାଇଥାଏ। ଯାହାକି ହାତୀପାଳକ ମାନଙ୍କ ପିଲା ମାନଙ୍କୁ ବର୍ତ୍ତମାନର ବିବାଦ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଷୟରେ ସଚେତନ କରିବା ସହିତ ଉନ୍ନତ ମାନର ଶିକ୍ଷାଦାନ କରିବାରେ ସାହାଯ୍ୟ କରିଥାଏ। କମ୍ପାନୀ କହିଛି ଯେ ଏହି ପାଣ୍ଠିରେ ଥରେ ସେହି ପିଲାମାନଙ୍କୁ ରାଷ୍ଟ୍ରୀୟ ଉଦ୍ୟାନକୁ ବୁଲାଇବା ପାଇଁ ନିଆଯାଇଥିଲା ସେଠାରେ ସେମାନେ ପ୍ରଥମ ଥର ପାଇଁ ଜଙ୍ଗଲି ହାତୀ ଦେଖିଥିଲେ ବୋଲି ପ୍ରକାଶ କରିଥିଲେ। ଅଧୀକାଂଶ ପିଲାମାନଙ୍କ ପାଇଁ ଏହା ଗାଁ ବାହାରକୁ ପ୍ରଥମ ଯାତ୍ରା ଥିଲା। କଫି କମ୍ପାନୀ ବିଶ୍ୱର ସବୁଠାରୁ ଭଲ ହୋଟେଲ ଓ ରେଷ୍ଟୁରାଣ୍ଟରେ କଫି ପହଞ୍ଚାଇବାକୁ ଲକ୍ଷ ରଖିଥିଲାବେଳେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ତାର ଉତ୍ପାଦନ ଓ ଯୋଗାଣକୁ ସୀମିତ ରଖିଛି।

ଏହି କଫିର ଆନୁମାନିକ ମୂଲ୍ୟ ୩୫ ଗ୍ରାମକୁ ୧୨୦ ଡଲାର ବା ୮,୯୦୦ ଟଙ୍କା ଯାହାକି ସିଭିକ କ୍ୟାଟ୍ରୁ ବାହାରୁଥିବା କପି ଲ୍ୟୁଓକ କଫିର ପ୍ରାୟ ତିନିଗୁଣ । ବ୍ଲାକ ଆଇଭରି କଫି ଫାଇବ୍ ଷ୍ଟାର ହୋଟେଲରେ ଏକ କପକୁ ୫୦ଡଲାର ବା୩, ୭୦୦ ଟଙ୍କାରେ ବିକ୍ରି ହୋଇଥାଏ।

ଏହି କଫିକୁ ପ୍ରସ୍ତୁତ କରିବାର ପ୍ରଣାଳୀ ଓ ପ୍ରକ୍ରିୟା ସବୁଠାରୁ ଅଲଗା । ଏହି ପ୍ରକ୍ରିୟାରେ କମ୍ପାନୀକୁ ଅଧୀକ ଖର୍ଚ୍ଚବହନ କରିବାପାଇଁ ପଡ଼େ। କମ୍ପାନୀ କେବଳ ଏହି କଫିକୁ ମାଲଦିପ୍ସ, ଚାଇନା, କାନାଡ଼ା,ଥାଇଲାଣ୍ଡର କେତେକ ଚୟନିତ ହୋଟେଲ ରେ ବିକ୍ରି କରିଥାଏ। କଫି ପ୍ରେମୀମାନଙ୍କୁ ସିଧାସଳଖ ବିକ୍ରି ପାଇଁ ଏକ ଛୋଟ ରିଜର୍ଭ ମଧ୍ୟ ରହିଛି। ହାତୀର ପେଟ ଭିତରେ ଘଟୁଥିବା ହଜମ ପ୍ରକ୍ରିୟା କାରଣରୁ କଫିର ପିତା ସ୍ୱାଦ ନଷ୍ଟ ହୋଇଯାଇଥାଏ। ସବୁଠାରୁ ବଡ଼ କଥା ହେଉଛି ମାତ୍ର ୧ କିଲୋ କଫି ଉତ୍ପାଦନ ପାଇଁ ପ୍ରାୟ ୩୩ କିଲୋ କଫି ଚେରି ଆବଶ୍ୟକ ହୋଇଥାଏ।


Share It

Comments are closed.