ବର୍ତ୍ତମାନ ସମସ୍ତ ଅସାଧ୍ୟ ନ୍ୟୁରୋଲୋଜି ରୋଗର ଚିକିତ୍ସା ସମ୍ଭବ


ଭାରତରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେକି କର୍ଡ଼ ବ୍ଲଡ଼ ବ୍ୟାଙ୍କ ମାଧ୍ୟମରେ ସେମାନଙ୍କର ଷ୍ଟେମ୍ କୋଶିକାକୁ ସଂରକ୍ଷିତ ରଖିନାହାଁନ୍ତି । ଯେଉଁମାନେ ନ୍ୟୁରୋଲୋଜି ସମ୍ବନ୍ଧିତ ଅନିୟମିତତା ନିମନ୍ତେ ନୂତନ ଚିକିତ୍ସା ଖୋଜିବାରେ ସମସ୍ତ ଆଶା ହରାଇଦେଇଛନ୍ତି ସେହି ସମସ୍ତ ରୋଗୀ ମାନଙ୍କ ପାଇଁ ବୟସ୍କ ଷ୍ଟେମ ସେଲ୍ ଥେରାପି ଏକ ନୂତନ ଆଶାର କିରଣ ଦେଖାଇ ପାରିଛି । ନ୍ୟୁରୋଜେନ୍ ବ୍ରେନ୍ ଏବଂ ସ୍ପାଇନ ଅନୁଷ୍ଠାନ ଓଡ଼ିଶାରେ ରହୁଥିବା ନ୍ୟୁରିଲୋଜିକାଲ ଅନିୟମିତ ରୋଗୀ ମାନଙ୍କ ପାଇଁ ୨୫ ନଭେମ୍ବର ୨୦୧୮ରେ ଭୁବନେଶ୍ୱରରେ ଏକ ମାଗଣା କର୍ମଶାଳା ଏବଂ ଓପିଡ଼ି କର୍ମଶାଳା ଆୟୋଜନ କରିବାକୁ ଯାଉଛି । ଅସାଧ୍ୟ ନ୍ୟୁରୋଲୋଜିକାଲ ଅନିୟମିତତାରେ ଆକ୍ରାନ୍ତ ରୋଗୀ ମାନଙ୍କ ନିମନ୍ତେ ଉକ୍ତ ନିଃଶୁଳ୍କ ଶିବିରରେ ପରାମର୍ଶ ପାଇଁ ମୋନା ୦୯୯୨୦୨୦୦୪୦୦/ପୁସ୍କଲା ୦୯୮୨୧୫୨୯୬୫୩ କୁ କଲ୍ କରିପାରିବେ ।
ନ୍ୟୁରୋଜେନ୍ ବିଏସଆଇର ସ୍ଥାପନା ସୁରକ୍ଷିତ ଏବଂ ଫଳପ୍ରଦଭାବେ ଷ୍ଟେମ ସେଲ ଥେରାପି ମାଧ୍ୟମରେ ନ୍ୟୁରୋଲୋଜିକାଲ ଅନିୟମିତତାରେ ପିଡ଼ୀତ ରୋଗୀ ମାନଙ୍କ ସହାୟତା କରିବା ନିମନ୍ତେ, ସେମାନଙ୍କର ଲକ୍ଷ୍ୟଣ ଏବଂ ଶାରିରୀକ ବିକଳାଙ୍ଗରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରାଯାଇଛି । ନ୍ୟୁରୋଜେନ୍ ବିଏସଆଇ ଷ୍ଟେମ ସେଲ ଥେରାପି ଏବଂ ନ୍ୟୁରୋଲୋଜିକାଲ ଅନିୟମିତତା ଯେପରିକି ଅଟିଜିମ୍, ସେରେବ୍ରାଲ ପାଲସି, ମେଣ୍ଟାଲ ରେଟାରଡ଼େସନ୍, ବ୍ରେନ୍ ଷ୍ଟ୍ରୋକ୍, ମସକ୍ୟୁଲାର ଡ଼ାଇଷ୍ଟ୍ରୋଫି, ସ୍ପାଇନାଲ କର୍ଡ଼ ଇନଜ୍ୟୁରି, ହେଡ଼ ଇନଜ୍ୟୁରି, ସେରେବେଲାର ଆଟାକ୍ସିଆ, ଡ଼ିମେଣ୍ଟିଆ, ମୋଟୋର ନ୍ୟୁରନ୍ ରୋଗ, ମଲ୍ଟିପୁଲ ସେଲେରୋସିସ୍ ଏବଂ ନ୍ୟୁରୋସାଇକାଟ୍ରିକ୍ ଅନିୟମିତତାକୁ ସମ୍ପୁର୍ଣ୍ଣ ଆରୋଗ୍ୟ କରିଥାଏ । ଆଜି ପର୍ଯ୍ୟନ୍ତ ଉକ୍ତ ଅନୁଷ୍ଠାନ ୬୦ ରୁ ଅଧିକ ଦେଶରେ ୬୦୦୦ ରୋଗୀଙ୍କର ସଫଳତାର ସହିତ ଚିକିତ୍ସା କରିସାରିଛି । ସେରେବ୍ରାଲ୍ ପାଲ୍ସି କ୍ଷେତ୍ରରେ ଭୁବନେଶ୍ୱରର ଅକ୍ଶତ ଚାନ୍ଦ ନାମକ ଜଣେ ୪ ବର୍ଷର ବାଳକ ନ୍ୟୁରୋଜେନ୍ ବିଏସ୍ଆଇରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିଥିଲେ । ସେ ତାଙ୍କ ଦୈନ୍ୟଦିନର କାର୍ଯ୍ୟକଳାପ କରିବାରେ ମଧ୍ୟ ଅସମର୍ଥ ଥିଲେ । ନ୍ୟୁରୋଜେନ୍ ବିଏସ୍ଆଇରେ ଅକ୍ଶତ୍ ଏନ୍ଆର୍ଆର୍ଟି (ନ୍ୟୁରୋ ରିଜେନେରେଟିଭ୍ ରିହାବିଲିଟେସନ୍ ଥେରାପି)ର ୭ ଦିନିଆ ଚିକିତ୍ସାରେ ଗଲେ, ଯାହା ଫିଜିଓଥେରାପି, ଅକୁପେସନାଲ୍ ଥେରାପି, ଆକ୍ୱାଟିକ୍ ଥେରାପି, ଆପ୍ଲାଏଡ଼ ବିହେବିହରାଲ୍ ଆନାଲିସିସ୍, ସ୍ପିଚ୍ ଥେରାପି ଅନ୍ତର୍ଭୁକ୍ତ ଏକ ରିହାବିଲିଟେସନ୍ ପରେ ଷ୍ଟେମ୍ ସେଲ୍ ଥେରାପିର ଏକ ସମିଶ୍ରଣ । ଏହାପରେ ସେ ଏକ ସମ୍ମିଳିତ ଥଇଥାନ କାର୍ଯ୍ୟକ୍ରମ ସହିତ ଷ୍ଟେମ୍ ସେଲ୍ ଥେରାପି ଚିକିତ୍ସା ଗ୍ରହଣ କଲେ । ଷ୍ଟେମ୍ ସେଲ୍ ଥେରାପି ପରେ ଅକ୍ଶତଙ୍କଠାରେ ଉନ୍ନତି ଦେଖାଗଲା ଓ ବର୍ତ୍ତମାନ ସେ ସମ୍ପୂଣ୍ଣ ସୁସ୍ଥ ।
ଡା. ନନ୍ଦୀନି ଗୋକୁଳଚନ୍ଦ୍ରନ ପ୍ରକାଶ କରିଛନ୍ତି ଯେ, “ସେରେବ୍ରାଲ୍ ପାଲ୍ସି ମୋଟାମୋଟି ଭାବେ ପ୍ରତି ୧୦୦୦ ଜଣ ନବଜାତକଙ୍କ ମଧ୍ୟରୁ ୧ରୁ ତିନି ଜଣ ଶିଶୁଙ୍କୁ ହୋଇଥାଏ । ସେ ଯାହ ହେଉ, ଏହା ବହୁତ କମ୍ ଓଜନବିଶିଷ୍ଟ ଓ ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁମାନଙ୍କଠାରେ ଅଧିକ ଦେଖାଯାଏ । ସେରେବ୍ରାଲ୍ ପାଲ୍ସିର ପ୍ରମୂଖ କାରଣ ହେଉଛି, ସ୍ୱତନ୍ତ୍ର ଓ ରୋଗ ଉପଶମ ଚିକିତ୍ସାର ଅଭାବ । ସେରେବ୍ରାଲ୍ ପାଲ୍ସି ହୋଇଥିବା ପିଲାମାନଙ୍କୁ ବର୍ତ୍ତମାନ ଚିକିତ୍ସା ଓ ଉପଶମ କରିହେବ । ଷ୍ଟିମ୍ ସେଲ୍ ଥେରାପି ନିଶ୍ଚିତ ଭାବେ ଅଭିଭାବକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ଓ ଆହୁରି ସକରାତ୍ମକତା ଓ ସେମାନଙ୍କ ସଂଘର୍ଷରେ ପ୍ରେରଣା ଆଣୁଛି ।” ଡା. ଆଲୋକ ଶର୍ମା, ନିର୍ଦ୍ଦେଶକ, ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍, ପ୍ରଫେସର ତଥା ନ୍ୟୁରୋସର୍ଜରୀ ମୂଖ୍ୟ, ଏଲ୍ଟିଏମ୍ଜି ହସ୍ପିଟାଲ୍ ଆଣ୍ଡ୍ ଏଲ୍ଟିଏମ୍ ମେଡ଼ିକାଲ୍ କଲେଜ୍, ସିଅନ୍ ପ୍ରକାଶ କରିଛନ୍ତି ଯେ, “ଷ୍ଟେମ୍ ସେଲ୍ ଥେରାପି ଅଟିଜିମ୍, ସେରେବ୍ରାଲ୍ ପାଲ୍ସି, ମେଣ୍ଟାଲ୍ ରିଟାର୍ଡେସନ୍, ମସକୁଲାର୍ ଡାଇଟ୍ରୋଫି, ସ୍ପାଇନାଲ୍ କର୍ଡ ଇଞ୍ଜୁରି, ପାରାଲାଇସିସ୍, ବ୍ରେନ୍ ଷ୍ଟ୍ରୋକ୍, ସେରେବେଲାର୍ ଆଟାକ୍ସିଆ ଓ ଅନ୍ୟାନ୍ୟ ସ୍ନାୟବିକ ରୋଗର ପରିସ୍ଥିତିଗୁଡ଼ିକ ପାଇଁ ଏକ ନୂତନ ଚିକିତ୍ସା ବିକଳ୍ପ ଭାବେ ଉଭା ହୋଇଛି ।”


Share It

Comments are closed.