ମିନ୍ତ୍ରାରେ ସୈଫ ଅଲି ଖାନ ଶୁଭାରମ୍ଭ କଲେ ‘ହାଉସ ଅଫ ପଟୌଦି’


ମିନ୍ତ୍ରା ପକ୍ଷରୁ ସୈଫ ଅଲି ଖାନ୍ଙ୍କ ସହିତ ମିଳିତ ଭାବରେ ‘ହାଉସ ଅଫ୍ ପଟୌଦି’ର ଶୁଭାରମ୍ଭ କରାଯାଇଛି । ଉକ୍ତ ଏଥିନିକ୍ ଓୟାର ପଟୌଦି ମାନଙ୍କର ଉଚ୍ଚ ସମ୍ଭ୍ରାନ୍ତ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ହୋଇଛି ଏବଂ ସୁଦୃଢ ସଂସ୍କୃତି ଏବଂ ପରମ୍ପରାକୁ ପରିପ୍ରକାଶ କରୁଛି । ‘ହାଉସ ଅଫ୍ ପଟୌଦି’ ମିନ୍ତ୍ରା ଦ୍ୱାରା ସହ ସତ୍ତ୍ୱାଧିକାର ହୋଇଥିବାବେଳେ ସୈଫ ଅଲି ଖାନ୍ଙ୍କ ଦ୍ୱାରା ମନୋରଞ୍ଜନ ଏବଂ ପାରମ୍ପରିକ ଷ୍ଟାଇଲ ଏବଂ ଅନୁଭୂତି ପ୍ରଦାନ କରିବ ।
ଏହା ହେଉଛି ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ଏକ ଲାଇଫ ଷ୍ଟାଇଲ ବ୍ରାଣ୍ଡ, ଯାହାକି ଫ୍ୟାସନ ପ୍ରିୟ ଲୋକମାନଙ୍କୁ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବ । ଏହିସବୁ ରେଞ୍ଜ ଗୁଡ଼ିକ ମଧ୍ୟରେ ପୁରୁଷ ମାନଙ୍କ ପାଇଁ ରହିଛି କୁର୍ତ୍ତା, ସେରୱାନି ଏବଂ ନେହେରୁ ଜ୍ୟାକେଟସ ଏବଂ ମହିଳା ମାନଙ୍କ ପାଇଁ ରହିଛି କୁର୍ତ୍ତା ସେଟସ, ଲେହେଙ୍ଗା ଏବଂ ଡ୍ରେସ । ‘ହାଉସ ଅଫ୍ ପଟୌଦି’ର ଉତ୍ପାଦ ଗୁଡ଼ିକ ସ୍ୱତନ୍ତ୍ରଭାବେ ମିନ୍ତ୍ରା ଏବଂ ଜବଙ୍ଗରେ ଅକ୍ଟୋବର ୨୫ରୁ ବ୍ୟୟସାପେକ୍ଷ ମୁଲ୍ୟରେ ପୁରୁଷ ମାନଙ୍କ ପାଇଁ ୧୫୦୦ ଟଙ୍କାରୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ମହିଳା ମାନଙ୍କ ପାଇଁ ୨୦୦୦ ରୁ ୨୦୦୦୦ ଟଙ୍କା ମୁଲ୍ୟରେ ଉପଲବ୍ଧ ହେବାକୁ ଯାଉଛି । ଉକ୍ତ ବ୍ରାଣ୍ଡର ଡ଼ିଜାଇନ ଟିମ୍ ସୈଫ ଅଲି ଖାନଙ୍କ ସହିତ ଅତି ଜଡ଼ିତହୋଇ କାର୍ଯ୍ୟ କରିଛନ୍ତି: ଯାହାକି ତାଙ୍କର ବ୍ୟକ୍ତିଗତ ଷ୍ଟାଇଲ ମନ୍ତବ୍ୟ ଦ୍ୱାରା ଅନୁପ୍ରାଣିତ । ‘ହାଉସ ଅଫ୍ ପଟୌଦି’ ମୁଖ୍ୟତଃ ଏଥିନିକ୍ ଡ୍ରେସିଂ ପ୍ରତିଥିବା ମନୋଭାବ ଯାହାକି କେବଳ ପାର୍ବଣରେ ହିଁ ସିମୀତଥିଲା ସେଥିରୁ ବାହାରି ପ୍ରତ୍ୟେକ ଦିନରେ ପିନ୍ଧିବାଭଳି ପୋଷାକକୁ ପରିପ୍ରକାଶ କରୁଛି ।
ଏହି ଶୁଭାରମ୍ଭ ଅବସରରେ ମିନ୍ତ୍ରା-ଜବଙ୍ଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ଅନନ୍ଥ ନାରାୟଣନ କହିଛନ୍ତିଯେ, “ଆମ୍ଭେମାନେ ସୈଫଙ୍କ ସହିତ ସହଯୋଗୀତାକରି ଅତ୍ୟନ୍ତ ଆନନ୍ଦିତ ଏବଂ ଦେଶରେ ଉଚ୍ଚ ପରମ୍ପରାପୁର୍ଣ୍ଣ ତଥା ସଂସ୍କୃତି ସମ୍ପର୍ଣ୍ଣ ‘ହାଉସ ଅଫ୍ ପଟୌଦି’ କଲେକ୍ସନର ଶୁଭାରମ୍ଭକୁନେଇ ଅତ୍ୟନ୍ତ ଉତ୍ସାହିତ । ‘ହାଉସ ଅଫ୍ ପଟୌଦି’ ହେଉଛି ଏକ ଉନ୍ନତ ଫିଟ୍, ପରମ୍ପରା ସମ୍ପର୍ଣ୍ଣ, ସଂସ୍କୃତି, ଡ଼ିଜାଇନ ଏବଂ ଗ୍ରାହକ ମାନଙ୍କୁ ଅବିଶ୍ୱସନୀୟ ଡ଼ିଜାଇନ ପ୍ରଦାନ କରୁଛି । ମୁଲ୍ୟ ଦୃଷ୍ଟିରୁ ମଧ୍ୟ ଏହା ବ୍ୟୟସାପେକ୍ଷ ହୋଇପାରିଛି ।”
ଏହି ପରିପ୍ରେକ୍ଷୀରେ, ବଲିଉଡ଼ ଅଭିନେତା ଏବଂ ପ୍ରଯୋଜକ, ସୈଫ ଅଲି ଖାନ୍ କହିଛନ୍ତିଯେ, “ମୋ ପାଇଁ ‘ହାଉସ ଅଫ୍ ପଟୌଦି’ ହେଉଛି ମୋ ପରିବାର ସଂସ୍କୃତିର ସମ୍ପ୍ରସାରଣ । ଯେଉଁ ବାଟରେ ଏହାକୁ ଆକାର ଦିଆଯାଇଛି, ମୁଁ କହିପାରିବିକି ଭାରତୀୟ ଏଥିନିକ୍ ପସନ୍ଦରେ ‘ହାଉସ ଅଫ୍ ପଟୌଦି’ ଏକ ନୂତନ ଦିଗନ୍ତ ସଦୃଶ ଏବଂ ଏହାର ଭିତର ପଟୌଦି ସଂସ୍କୃତିକୁ ପରିପ୍ରକାଶ କରୁଛି ।”


Share It

Comments are closed.