ବିନା ଖର୍ଚ୍ଚରେ କିପରି କରିବେ ହେୟାର ମାସ୍କ


କେଶକୁ ନେଇ ଲୋକମାନଙ୍କର ମଧ୍ୟରେ ଅନେକ ସଉକ ଥାଏ । ତେଣୁ କେଶର ଯତ୍ନ ନେବା ପାଇଁ ସେମାନେ ବିଭିନ୍ନ ପଦକ୍ଷେପ ନେଇଥାଆନ୍ତି । ଅଧିକାଂଶ ପୁରୁଷ/ମହିଳା ହେୟାର ଷ୍ଟ୍ରେଟନିଂ, ହରୟାର ସ୍ପା, ହେୟାର ମାସ୍କ ଆଦି କରି ପାର୍ଲରମାନଙ୍କରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ବିନା ଖର୍ଚ୍ଚରେ ଘରୋଇ ଉପାୟ ଅବଲମ୍ବନ କରି ଆପଣମାନେ ହେୟାର ମାସ୍କ କରିପାରିବେ, ଯେଉଁଥିରେ କେଶ ଝଡ଼ିବା କିମ୍ବା କୌଣସି ପ୍ରକାରର କ୍ଷତି ଘଟିବାର ଆଦୌ ଆଶଙ୍କା ନଥାଏ ।
ଆଲୋବେରା ଓ ନଡ଼ିଆ ତେଲ
ଆଲୋବେରା ଜେଲ୍ ଏବଂ ନଡ଼ିଆ ତେଲକୁ ମିଶାଇ କିଛି ସମୟ ରଖନ୍ତୁ । ଏହା ପରେ କେଶରେ ଏହାକୁ ଲଗାଇ ଏକ ଘଣ୍ଟା ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ସାମ୍ପୁ କରି ମୁଣ୍ଡକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏପରି ସପ୍ତାହରେ ଦୁଇ ଥର କରନ୍ତୁ । ଏହାଦ୍ୱାରା କେଶ ସତେଜ ରହିବ ।
ଚାଉଳଗୁଣ୍ଡ ଓ ଅଣ୍ଡା
ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ୪-୫ ଚାମଚ ଚାଉଳ ଗୁଣ୍ଡ ନେଇ କ୍ଷୀର ସହିତ ମିଶାଇ ଫେଣ୍ଟନ୍ତୁ । ମାସ୍କ ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ଭଲ ଭାବରେ କେଶରେ ଲଗାନ୍ତୁ । ଏକ ଘଣ୍ଟା ଏହାକୁ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ ।
କଦଳୀ ଓ ମହୁ
କଦଳୀ ଓ ଦୁଇ ଚାମଚ ମହୁକୁ ଏକାଠି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏହାକୁ କେଶରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖି ଭଲ ଭାବରେ ଧୋଇ ଦିଅନ୍ତୁ । ଏପରି ସପ୍ତାହରେ ତରେ କରିବା ଦ୍ୱାରା ଆପଣଙ୍କ କେଶ ଲମ୍ବା ହେବା ସହିତ ସିଧା ମଧ୍ୟ ରହିବ ।
ନଡ଼ିଆ ରସ ଓ ଲେମ୍ବୁ
୧-୪ କପ୍ ନଡ଼ିଆ ରସକୁ ଏକ ଚାମଚ ଲେମ୍ବୁ ରସ ସହିତ ମିଶାଇ ଫ୍ରିଜରେ ରଖିଦିଅନ୍ତୁ । ପର ଦିନ ଏହାକୁ କେଶରେ ଲଗାଇ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇରୁ ତିନିଥର ଏପରି କରିପାରିବେ ।
କ୍ଷୀର ଓ ମହୁ
୧ରୁ ୪କପ୍ କ୍ଷୀରରେ ୧ ବଡ଼ ଚାମଚ ମହୁ ମିଶାଇ ଏକ ମାସ୍କ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହି ମାସ୍କକୁ କେଶରେ ଲଗାଇ ୨ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହା ଦ୍ୱାରା କେଶ ଲମ୍ବା ହେବ ଓ ମୁଲାୟମ ରହିବ ।


Share It

Comments are closed.