ଝାରସୁଗୁଡାରେ ବାଜାର କୋଲକାତାର ପ୍ରଥମ ସୋରୁମ


ପୂର୍ବ ଭାରତର ଏକ ଅଗ୍ରଣୀ ରିଟେଲ ଚେନ୍, ବାଜାର କୋଲକାତା ପକ୍ଷରୁ ଝାରସୁଗୁଡାରେ ଏହାର ପ୍ରଥମ ସୋରୁମର ଶୁଭ ଉଦ୍ଘାଟନ କରାଯାଇଛି । ଝାରସୁଗୁଡାର ସରବାହାଲ୍ ରୋଡଠାରେ ୬୦୦୦ ବର୍ଗ ଫୁଟରେ ପରିବ୍ୟାପ୍ତ ଉକ୍ତ ସୋରୁମରେ ଆକର୍ଷଣୀୟ ମୂଲ୍ୟରେ ବିସ୍ତୃତ ରେଞ୍ଜର ପୋଷାକ, ଘରୋଇ ଉତ୍ପାଦ ଏବଂ ଆସବାବ ଉପଲବ୍ଧ ହେଉଛି । ଏଠାରେ ଉପଲବ୍ଧ ହେଉଥିବା ମହିଳାଙ୍କ ପୋଷାକ ମାତ୍ର ୯୯ ଟଙ୍କାରୁ, ପୁରୁଷଙ୍କ ପୋଷାକ ମାତ୍ର ୫୦ ଟଙ୍କାରୁ, ପିଲାଙ୍କ ପାଇଁ ପୋଷାକ ମାତ୍ର ୭୦ ଟଙ୍କାରୁ ଏବଂ ଆସବାବ ମାତ୍ର ୨୦ ଟଙ୍କାରୁ ଆରମ୍ଭ ।

ଏହି ନୂତନ ଷ୍ଟୋରରେ ଉପଲବ୍ଧ ହେଉଥିବା ବିଭିନ୍ନ ରେଞ୍ଜରେ ମହିଳାଙ୍କ ପାଇଁ ଶାଢୀ, ସାଲୱାର, ଡ୍ରେସ ଫ୍ୟାବ୍ରିକ, ନାଇଟି, ଲେଗିନ୍ସ, ଟି-ସାର୍ଟ, କୁର୍ତ୍ତୀ ଇତ୍ୟାଦି ରହିଥିବାବେଳେ ପୁରୁଷଙ୍କ ପାଇଁ ଟି-ସାର୍ଟ, କାଜୁଆଲ ଟି-ସାର୍ଟ, ସ୍ଲିଭଲେ, କୋଟ, ମୋଦି କୋର୍ଟ, ଜିନ୍ସ , ଟ୍ରାଉଜର, ପାର୍ଟି ଓୟାର ଟ୍ରାଉଜର, ସାଣ୍ଡୋ, ବରମୁଣ୍ଡା, ଥ୍ରୀ କ୍ୱାଟର ଇତ୍ୟାଦି ଏବଂ କିଡସ ଓୟାରରେ ବରମୁଣ୍ଡା, ସାଣ୍ଡୋ ସେଟ, ବାବା ସୁଟ, ସାର୍ଟ, ବଏଜ ଅଣ୍ଡରଗାର୍ମେଣ୍ଟ, ଟପ ସ୍କର୍ଟ, ବଏଜ, ଫର୍କ, କ୍ୟାପ୍ରି, ସ୍କର୍ଟ ଇତ୍ୟାଦି ଏବଂ ଆସବାବ ମଧ୍ୟରେ ଫ୍ରିଜ ବୋଟଲ, ପୋନସିଲ ବକ୍ସ, ଟିଫିନ ବକ୍ସ, କପ ପ୍ଲେଟ ସେଟ, ଡିଓ ଇତ୍ୟାଦି ରହିଛି । ଏହାର ଶୁଭାରମ୍ଭମୂଳକ ଅଫରରେ ପୁରୁଷଙ୍କ ଏବଂ ମହିଳାଙ୍କ ବସ୍ତ୍ରରେ ବାଏ ୱାନ ଗେଟ ୱାନ ଅଫର, ୩ପିସ କଣ୍ଟେନର ସେଟ, ରୁମାଲ, ସକ୍ସ, ଡିଓ ଇତ୍ୟାଦି ରହିଛି । ଏହି ଷ୍ଟୋରର ଶୁଭାରମ୍ଭ ସହିତ ବାଜାର କୋଲକାତାର ଏହା ହେଉଛି ୬୨ତମ ଷ୍ଟୋର ଯାହା ଗ୍ରାହକମାନଙ୍କୁ ଅତ୍ୟାଧୁନିକ ଡିଜାଇନ ଏବଂ କଲେକସନର ଅଫର ପ୍ରଦାନ କରିବା ପାଇଁ ପ୍ରସ୍ତୁତ ।

ଏହି ପରିପ୍ରେକ୍ଷୀରେ ବାଜାର କୋଲକାତାର ରିଟେଲ ମୁଖ୍ୟ, ଶ୍ରୀଯୁକ୍ତ ଦିପକ ଲାଲ କହିଛନ୍ତି ଯେ, “ବାଜାର କୋଲକାତାରେ ଆମ୍ଭେମାନେ ଗ୍ରାହକମାନଙ୍କ ଚାହିଦା ଆନୁଯାୟୀ ଆକର୍ଷଣୀୟ ମୂଲ୍ୟରେ ଶ୍ରେଷ୍ଠ ଗୁଣବତ୍ତାର ଉତ୍ପାଦ ପ୍ରଦାନ କରିବା ପାଇଁ ସର୍ବଦା ପ୍ରସ୍ତୁତ । ତେଣୁ ଆମ୍ଭେମାନେ ଏଠାରେ ବିସ୍ତୃତ ରେଞ୍ଜର ପୋଷାକ, ଘରୋଇ ଉତ୍ପାଦ ଏବଂ ଆସବାବର ଶୁଭାରମ୍ଭ କରିଛୁ । ଆମ୍ଭେମାନେ ଝାରସୁଗୁଡାକୁ ଚୟନ କରିଛୁ କାରଣ ସେଠାରେ ଅନ୍ୟ କୌଣସି ବସ୍ତ୍ର ସୋରୁମ ନାହିଁ ଏବଂ ଏହା ଦ୍ୱାରା ଅଧିକରୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରାଯାଇପାରିବ । ଦୀର୍ଘ ୧୭ ବର୍ଷ ଧରି ଆମ୍ଭମାନଙ୍କର କାର୍ଯ୍ୟକଳାପ ପ୍ରାରମ୍ଭ କରି ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିପାରିଛୁ ।”


Share It

Comments are closed.