ନାରଦ ମୁନିଙ୍କୁ ପୂଜା କଲେ ପୂରଣ ହେବ ଆପଣଙ୍କ ମନୋସ୍କାମନା, ଜାଣନ୍ତୁ କିପରି କରିବେ ପୂଜାର୍ଚ୍ଚନା


ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ପ୍ରତିପଦାରେ ନାରଦ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପୂର୍ଣ୍ଣିମା ପରଦିନ ପଡେ। ତେଣୁ ଆଜି ନାରଦ ଜୟନ୍ତୀ ପାଳନ କରାଯାଉଛି। ଧାର୍ମିକ କାହାଣୀ ଅନୁଯାୟୀ, ନାରଦ ମୁନୀ ବ୍ରହ୍ମାଙ୍କ ମାନସ ପୁତ୍ର। ଏଥିସହିତ ସେ ଶ୍ରୀହରିଙ୍କର ଏକ ଅନନ୍ୟ ଭକ୍ତ । ସେ ଦେବତାମାନଙ୍କର ସନ୍ଦେଶ ଦୂତ ଭାବରେ ପରିଗଣିତ ହୁଅନ୍ତି । ସେ ତିନି ଲୋକରେ ସୂଚନା ଆଦାନପ୍ରଦାନ ମଧ୍ୟ କରନ୍ତି । ଅନେକ ସ୍ଥାନରେ ନାରଦ ମୁନୀଙ୍କୁ ମଧ୍ୟ ପ୍ରଥମ ସାମ୍ବାଦିକ ଭାବରେ ବିବେଚନା କରାଯାଇଛି। ଋଷି ନାରଦ ମୁନୀ ଜଣେ ପଣ୍ଡିତ ହେବା ସହିତ ସେ ସର୍ବଦା ନାରାୟଣ-ନାରାୟଣ ଜପ କରନ୍ତି। ତେବେ ଆସନ୍ତୁ ଜାଣିବା ନାରଦ ଜୟନ୍ତୀର ଶୁଭ ସମୟ, ପୂଜା ପଦ୍ଧତି ଏବଂ ଗୁରୁତ୍ୱ…
ଶୁଭ ମୁହୂର୍ତ୍ତ:

୨୬ ମେ ୨୦୨୧, ଆରମ୍ଭ, ଦିନ ବୁଧବାର, ଅପରାହ୍ନ ୦୪:୪୩ ।

୨୭ ମେ ୨୦୨୧, ସମାପନ ଦିନ ଗୁରୁବାର, ମଧ୍ୟାହ୍ନ ୦୧:୦୨ ।

ଏହି ଦିନ ଜ୍ୟେଷ୍ଠ ନକ୍ଷତ୍ର, ସିଦ୍ଧ ଏବଂ ସାଦ୍ଧ୍ୟ ଯୋଗ ରହୁଛି ।

ସିଦ୍ଧ – ୨୬ ମେ ୨୦୨୧, ରାତି ୧୦:୫୧ ରୁ ୨୭ ମେ ୨୦୨୧, ସକାଳ ୦୬.୪୭ ପର୍ଯ୍ୟନ୍ତ ।

ସାଦ୍ଧ୍ୟ – ୨୭ ମେ ୨୦୨୧, ସନ୍ଧ୍ୟା୦୬:୫୦ ରୁ ୨୮ ମେ ୨୦୨୧, ଅପରାହ୍ନ ୦୨:୫୦ ।

ପୂଜା ବିଧି:

-ସକାଳୁ ଉଠ ଗାଧୋଇ ପରିଷ୍କାର ବସ୍ତ୍ର ପିନ୍ଧନ୍ତୁ ।

-ପୂଜା ସ୍ଥଳ ସଫା କରି ବ୍ରତର ସଂକଳ୍ପ ନିଅନ୍ତୁ ।

– ଏହାପରେ ଋଷି ନାରଦଙ୍କୁ ସ୍ମରଣ କରି ପୂଜା କରନ୍ତୁ ।

-ନାରଦ ମୁନଙ୍କୁ ଚନ୍ଦନ, ତୁଳସୀ ପତ୍ର, ସିନ୍ଦୂର, ଧୂପ, ଫୁଲ, ଧୂପ ଇତ୍ୟାଦି ଅର୍ପଣ କରନ୍ତୁ ।

– ଏହା ସହିତ, ଏହି ଶୁଭ ଦିନରେ ଗରିବ ଏବଂ ଅସହାୟ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ଦାନ କରନ୍ତୁ ।

ନାରଦ ଜୟନ୍ତୀର ମହତ୍ତ୍ୱ

ନାରଦ ଜୟନ୍ତୀ ଦିନ ପ୍ରକୃତ ମନରେ ତାଙ୍କର ପୂଜା ଓ ବ୍ରତ କରିବା ଦ୍ୱାରା ବଳ, ବୁଦ୍ଧି ଏବଂ ସାତ୍ତ୍ୱିକ ପ୍ରାପ୍ତ ହୋଇଥାଏ । ଏହା ସହିତ, ଜୀବନର ସମସ୍ୟାଗୁଡିକ ଦୂର ହୋଇ ମନସ୍କାମନା ପୁରଣ ହୋଇଥାଏ ।


Share It

Comments are closed.