କୁକୁରକୁ ବେଲୁନରେ ବାନ୍ଧି ଉଡ଼ାଇଦେଲେ ଦିଲ୍ଲୀର ଏହି ୟୁଟ୍ୟୁବର, ଭିଡିଓ ଭାଇରାଲ ହେବା ପରେ ହେଲେ ଗିରଫ


ଦିଲ୍ଲୀର ମାଳବୀୟ ନଗରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୟୁଟ୍ୟୁବର୍ ତାଙ୍କ ପୋଷା କୁକୁରକୁ ବେଲୁନରେ ବାନ୍ଧି ଉଡ଼ାଇ ଦେଇଛନ୍ତି। ଏହା ପରେ ତାଙ୍କ ଉପରେ ପଶୁମାନଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ୟୁଟ୍ୟୁବର୍ ଗୌରବ ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଯେତେବେଳେ ଗୌରବ ଶର୍ମା ଏହି ଭିଡିଓ କ୍ରିଏଟ କରୁଥିଲେ, ତାଙ୍କ ମା ମଧ୍ୟ ଏହି ସମୟ ମଧ୍ୟରେ ତାଙ୍କ ସହିତ ଥିଲେ | ତେବେ ଭିଡିଓ ଆରମ୍ଭ ହେବା ପୂର୍ବରୁ ସେ ଥରେ କହିଥିଲେ ଯେ ସମଗ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଏହି ଭିଡିଓ ପ୍ରସ୍ତୁତ କରୁଛନ୍ତି। ଏହି ଭିଡିଓଟି ସାତ ମିନିଟ୍ ୧୩ ସେକେଣ୍ଡର ଅଟେ ଏବଂ ୟୁଟ୍ୟୁବରଙ୍କ ଘରଠାରୁ ଆରମ୍ଭ କରି ଦୋକାନ ପର୍ଯ୍ୟନ୍ତ ଏବଂ ପରେ ପାର୍କରେ ଏହାକୁ ଉଡ଼ାଇବା ପର୍ଯ୍ୟନ୍ତ ସମସ୍ତ ଘଟଣା ରହିଛି |

ଦିଲ୍ଲୀର ମାଳବୀୟ ନଗର ପୋଲିସ ଷ୍ଟେସନରେ ଅଭିଯୋଗକାରୀ ଗୌରବ ଗୁପ୍ତା ଗୌରବ ଶର୍ମାଙ୍କୁ ପଶୁ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ପିପୁଲ୍ ଫର୍ ଆନିମଲ୍ ସୋସାଇଟି ସହିତ ଜଡିତ |

ଉଲ୍ଲେଖନୀୟ କଥା ହେଉଛି, ଗୌରବ ଶର୍ମା ତାଙ୍କ କୁକୁରର ଏକ ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି। ଗୌରବ ଡଲାରକୁ(କୁକୁର) ଏକ ହିଲିୟମ ବେଲୁନରେ ବାନ୍ଧି ଉଡ଼ାଇଥିଲେ | ତାଙ୍କ ବିରୋଧରେ ଏକ ଅଭିଯୋଗ ଅଛି ଯେ ସେ ତାଙ୍କ ପୋଷା ଡଗି ଡଲାରର ଜୀବନ ପ୍ରତି ବିପଦ ସୃଷ୍ଟି କରି ଏହି ଭିଡିଓ କରିଛନ୍ତି।

ଏହି ଭିଡିଓଟି ୨୧ ମଇରେ ସୁଟିଂ କରାଯାଇଥିଲା। ମାଳବୀୟ ନଗର ପୋଲିସ ଷ୍ଟେସନରେ ଆଇପିସିର ଧାରା ୧୮୮ ଏବଂ ମ୍ୟାନେଜମେଂଟ ଆକ୍ଟ ୧୧ (୧) (କ) ଅନୁଯାୟୀ ପଶୁମାନଙ୍କ ପ୍ରତି ନିର୍ଯାତନା ମାମଲା ରୁଜୁ ହୋଇଛି।

ପଞ୍ଚସିଳ ବିହାରସ୍ଥିତ ଥିବା ତାଙ୍କ ବାସଭବନରୁ ଗୌରବ ଶର୍ମାଙ୍କୁ ଗିରଫ କରାଯାଇଛି। ଗିରଫ ହେବା ପରେ ଗୌରବ କହିଛନ୍ତି ଯେ ସେ ଜଣେ ୟୁଟ୍ୟୁବର୍ ଏବଂ ସେ କେବଳ ଏଥିପାଇଁ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ମାମଲାରେ ପୋଲିସର ତଦନ୍ତ ଜାରି ରହିଛି।


Share It

Comments are closed.