ଏବେ ପର୍ଯ୍ୟନ୍ତ ସୁଧୁରିନି ଓଡିଶାରେ କରୋନା ସ୍ଥିତି, ଆଗକୁ ଆହୁରୀ ମଧ୍ୟ ବଢିପାରେ ଲକଡାଉନ ଅବଧି


ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଡୋର୍ ଟୁ ଡୋର୍ ସର୍ଭେକୁ ଜୋରଦାର କରାଯିବ । ପ୍ରଭାବିତ ଅଞ୍ଚଳରେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିଲେ ଟିକାକରଣ ଓ ଟେଷ୍ଟିଂ ଆରମ୍ଭ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ବାତ୍ୟା ପାଇଁ ଟେଷ୍ଟିଂ କମିଛି । ଓଡିଶାରେ ପଜେଟିଭିଟି ରେଟ୍ କମିଛି । ପୂର୍ବରୁ ୨୦+ ରେ ଥିଲା ଏବେ ଏହା ୧୪କୁ ଖସିଆସିଛି । ବାତ୍ୟା ଦ୍ୱାରା ଆମର କୌଣସି ଜିଲ୍ଲାରେ ବି କୋଭିଡ୍ ଇନଫ୍ରାଷ୍ଟ୍ରକ୍ଚର ନଷ୍ଟ ହୋଇନାହିଁ ।

ଆଇସିୟୁରେ ଅତି ଗୁରୁତର କରୋନା ରୋଗୀ ବହୁଦିନ ହେବ ରହି ଚିକିତ୍ସିତ ହେଉଥିବା ଫଳରେ ଏବେ ମୃତ୍ୟୁସଂଖ୍ୟା ଅଧିକ ଆସୁଛି । ଓଡିଶାରେ ଆଇସିୟୁ ୮୦ ପ୍ରତିଶତ ଫିଲଅପ ଅଛି ଓ ଭେଣ୍ଟିଲେଟର ୫୦ ପ୍ରତିଶତ ଫିଲଅପ ଅଛି । ଏକ୍ସପର୍ଟମାନଙ୍କ ମତାମତ ନିଆଯାଉଛି । ତା ପରେ ଲକ୍ ଡାଉନ୍ ଉପରେ ଚିନ୍ତା କରାଯିବ ।


Share It

Comments are closed.