ମୁର୍ଜେନ୍‌ସି ଗ୍ରୁପ୍ ପକ୍ଷରୁ ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ର ସିଂହ ଭାଗ ଅଂଶଧନ ଅଧିଗ୍ରହଣ


ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଜୀବନ ରକ୍ଷାକାରୀ ଆମ୍ବୁଲାନ୍‌ସ ସେବା ପ୍ରଦାନ କରୁଥିବା ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌)ରେ ଅଂଶଧନ ଅଧିଗ୍ରହଣ କରିବାକୁ ଅକ୍ୟୁମେନ୍ ଗ୍ରୁପ୍ ସହ ମୁର୍ଜେନ୍‌ସି ଗ୍ରୁପ୍ ବୁଝାମଣା ସ୍ୱାକ୍ଷର କରିଛି । ମୁର୍ଜେନ୍‌ସି ଗ୍ରୁପ୍ ହେଉଛି ଏକ ହୋଲ୍‌ଡିଂ କଂପାନି ଯାହାର ବିଭିନ୍ନ ବ୍ୟବସାୟ ଆମେରିକା, ୟୁଏଇ ଓ ଆମେରିକାରେ ରହିଛି । ଆକ୍ୟୁମେନ୍ ଫଣ୍ଡ୍‌, ଆମେରିକା ହେଉଛି ଏକ ଭେଂଚର ଫଣ୍ଡ୍ ଯାହା ସିରିଜ୍ ଏ ଓ ସିରିଜ୍ ବିରେ ଜେଡ୍‌ଏଚ୍‌ଏଲ୍‌ରେ ନିବେଶ କରିଥିଲା । ତାହା ନିଜର ଅଂଶଧନକୁ ବିକ୍ରି କରିବ । ଏଚ୍‌ଡିଏଫ୍‌ସି, ଆଇଡିଏଫ୍‌ସି ଫାଷ୍ଟ୍ ବ୍ୟାଙ୍କ ଓ ଟ୍ରୁ ନର୍ଥ ପ୍ରାଇଭେଟ୍ ଇକ୍ୱିଟିର ପ୍ରତିଷ୍ଠାତାମାନେ ମଧ୍ୟ ନିଜ ଅଂଶଧନ ଏହି ପର୍ଯ୍ୟାୟରେ ବିକ୍ରି କରିବେ ।

ଏହି ଅଧଗ୍ରହଣକୁ ଆବଶ୍ୟକ କାଗଜପତ୍ର ଓ ଅନୁମୋଦନ ମିଳିବା ପରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍‌ର ବୋର୍ଡ ଓ ପରିଚାଳନା ନିୟନ୍ତ୍ରଣକୁ ମୁର୍ଜେନ୍‌ସି ଗ୍ରୁପ୍ ହାସଲ କରିବ । ମିଶ୍ରିତ ସଂସ୍ଥା ମୁର୍ଜେନ୍ସି-ଜିକିତ୍ସା ଗ୍ରୁପ୍‌ର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ହେବେ ଓ ମିସ୍ ଶ୍ୱେତା ମଣ୍ଡଳ ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ହୋଇ ରହିବେ । ଜିକିତ୍ସାର ବର୍ତମାନର ଟିମ୍ ଏବେ କୌଣସି ପରିବର୍ତନ ହେବନାହିଁ ବୋଲି ମୁର୍ଜେନ୍‌ସି ଗ୍ରୁପ୍ ସ୍ପଷ୍ଟ କରିଛି । ଏହି ବୁଝାମଣା ସତ୍ୱେ ଜେଡ୍‌ଏଚ୍‌ଏଲ୍‌ରେ ଆମେରିକାର କେକେଆର୍ ଅଧୀନରେ ଥିବା ସଂସ୍ଥା ଗ୍ଲୋବାଲ୍ ମେଡିକାଲ୍ ରେସ୍‌ପନ୍‌ସର ୧୦.୭୧% ଅଂଶଧନ ରହିବ ।

ଜିକିତ୍ସା ହେଲ୍‌ଥ କେୟାରକୁ ଅଧିଗ୍ରହଣ କରିବା ପରେ ୩୬୦୦ରୁ ଅଧିକ ଆମ୍ବୁଲାନ୍ସ ଓ ୧୨,୦୦୦ରୁ ଅଧିକ କର୍ମଚାରୀଙ୍କ ସହିତ ପ୍ରତିଦିନ ୧୫୦୦୦ରୁ ଅଧିକ ରୋଗୀଙ୍କୁ ମେଡିକାଲ୍ ପରିବହନ ପାଇଁ ମୁର୍ଜେନ୍‌ସି ଗ୍ରୁପ୍‌ର ଉପସ୍ଥିତି ଭାରତର ୨୮ଟି ରାଜ୍ୟରେ ରହିବ । ବର୍ତମାନ ସୁଦ୍ଧା ଜେଡ୍‌ଏଚ୍‌ଏଲ୍ ୫୦ ନିୟୁତରୁ ଅଧିକ ରୋଗୀଙ୍କୁ ପରିବହନ କରିସାରିଛି । ଭାରତ ଓ ୟୁଏଇରେ ଜିକିତ୍ସା ଆମ୍ବୁଲାନ୍ସ ପରିଚାଳନା କରୁଛି । ଆସନ୍ତା କିଛି ବର୍ଷରେ ଏହା ସାଉଦି ଆରବ, ବାହାରିନ୍‌, ଓମାନ, କତାର ଓ ୟୁଏଇରେ ଏହାର ସେବାକୁ ସମ୍ପ୍ରସାରଣ କରିବା ସ୍ଥିତିରେ ରହିଛି ।

ମୁର୍ଜେନ୍‌ସି ଓ ଜିକିତ୍ସାର ପ୍ରତିଷ୍ଠାତା, ସାଫି ମାଥର କହିଛନ୍ତି ଯେ, “ଏସିଆରେ ମେଡିକାଲ୍ ପ୍ରତିକ୍ର୍ରିୟା ଓ ମେଡିକାଲ୍ ପରିବହନକୁ ବଢ଼ାଇବା ଦିଗରେ ଉଭୟ ମୁର୍ଜେନ୍‌ସି ଗ୍ରୁପ୍ ଓ ଜିକିତ୍ସା ପାଇଁ ଏହି ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମାନବ ସମାଜ ବଂଚିରହିବା ଲାଗି ଜୀବନ ବଂଚାଇବା ହେଉଛି ଗୁରୁତ୍ୱପୂର୍ଣ୍ଣ । ମୁର୍ଜେନ୍ସି ଓ ଜିକିତ୍ସା ଗ୍ରୁପ୍ ମିଳିତ ଭାବେ ଭାରତ ଓ ବିଦେଶରେ ଜରୁରୀକାଳୀନ ମେଡିକାଲ୍ ପ୍ରଶମନ ଓ ପରିବହନକୁ ସୁଦୃଢ଼ କରି ଅଧିକ ଜୀବନ ବଂଚାଇପାରିବେ ।’’

ଆକ୍ୟୁମେନ୍ ଫଣ୍ଡ୍‌ର ସଭାପତି କାର୍ଲାଇଲ୍ ସିଙ୍ଗର କହିଛନ୍ତି ଯେ, “ସାଫି ମାଥରଙ୍କ ନେତୃତ୍ୱାଧୀନ ମୁର୍ଜେନ୍‌ସି ଗ୍ରୁପ୍‌କୁ ଆମର ଅଂଶଧନ ବିକ୍ରି କରୁଥିବାରୁ ଆମେ ବହୁତ ଖୁସି । ଜିକିତ୍ସା ଯାହା ପ୍ରଦାନ କରୁଛନ୍ତି ସେହି ସଂହତି, ନିରନ୍ତରତା ଓ ସମାଜ ପ୍ରତି ଶ୍ରୀ ମାଥରଙ୍କ ପ୍ରତିବଦ୍ଧତା ରହିଛି ।’’


Share It

Comments are closed.