ବାଇଡେନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୧୫୦ ଯବାନ କରୋନାରେ ଆକ୍ରାନ୍ତ


ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ୧୫୦ରୁ ଅଧିକ ସୁରକ୍ଷା କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଶୁକ୍ରବାର ୟୁଏସର ଜଣେ ଅଧିକାରୀ ଦେଇଛନ୍ତି । ବାଇଡେନ୍ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।

ହ୍ୱାଇଟ୍ ହାଉସ୍ ବାହାରେ ଚେକ୍ ପଏଣ୍ଟ ଓ କଣ୍ଟା ତାର ଲଗାଯାଇଥିଲା । ଓ୍ୱାଶିଂଟନରେ ୨୫ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଥିଲା । ଏହି ୨୫ ହଜାର ଯବାନଙ୍କ ମଧ୍ୟରୁ ଅନେକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଜଣେ ଅଧିକାରୀ ନାମ ପ୍ରକାଶ ନକରିବା ସର୍ତ୍ତରେ ଏହା କହିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ପ୍ରଶାସନ ଓ ସେନର ଚିନ୍ତା ବଢାଇ ଦେଇଛି ।

ଆମେରିକାରେ ଗୁରୁବାର ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆମେରିକାରେ ଏବେସୁଦ୍ଧା ୪ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି । ତେବେ ଯବାନମାନଙ୍କ କରୋନା ବାବଦରେ ଚର୍ଚ୍ଚା ହେବ ନାହିଁ ବୋଲି କହିଛି ନ୍ୟାଶନାଲ ଗାର୍ଡସ୍ । ତେବେ ସୁରକ୍ଷାକର୍ମୀଙ୍କୁ ସହରରେ ମୁତୟନ କରିବା ପୂର୍ବରୁ ସେମାନଙ୍କର ସ୍କ୍ରିନିଂ କରାଯାଇଥିଲା । ସେନାର କହିବାନୁସାରେ, ହଜାର ସୈନିକଙ୍କୁ ଘରକୁ ପଠାଇବା ପାଇଁ ବ୍ୟବସ୍ଥା ହୋଇଥିଲା । ଆଗାମୀ ୫ ଦିନରେ ୧୫ ହଜାର ସୈନିକଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ଜଣାପଡିଛି ।


Share It

Comments are closed.