ଏବେ ୮୫୯ରେ କରିପାରିବେ ବିମାନଯାତ୍ରା, ଜାଣନ୍ତୁ କେମିତି


ଯଦି ଆପଣ ଯାତ୍ରା କରିବାକୁ ଭଲ ପାଆନ୍ତି ତାହେଲେ ଆପଣଙ୍କ ଏୟାରଲାଇନ୍ସର ଅଫର ଅଛି ସେ ପୁଣି ନିଜ ବଜେଟରେ। ଗୋଏୟାର ଶସ୍ତାରେ ବିମାନ ସେବା ଆରମ୍ଭ କରିଛି। ଗୋଏୟାର ରିପବ୍ଲିକ ଡେ ଫ୍ରିଡମ ସେଲ (Republic Day Freedom Sale) ଅଫର ଆଣିଛି। ଏହି ଅଫର ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଛି। ଏହି ଅଫର୍ ଜାନୁଆରୀ ୨୯ ତାରିଖରେ ଚାଲିବ। ଏହି ଅଫର ଅନୁସାରେ ବିମାନ ଟିକେଟ ଦାମ ୮୫୯ ଟଙ୍କାରେ ଆରମ୍ଭ ହେବ। ଗୋଏୟାରର ଏହି ଅଫର୍ ଅନୁସାରେ ଆପଣ ରିହାତି ଦରରେ ବିଭିନ୍ନ ସହର ପାଇଁ ଟିକେଟ ବୁକ କରିପାରିବେ। ତାଛଡା ଗୋଏୟାର ଟିକେଟ ବଦଳାଇଲେ କୌଣସି ଫି ଲାଗିବନି। ଜାନୁଆରୀ ୨୨ ରୁ ମାର୍ଚ୍ଚ ୩୧ ତାରିଖ ଯାତ୍ରା ଅବଧି ମଧ୍ୟରେ ଅଫର୍ ଅନୁସାରେ ବୁକ ହୋଇଥିବା ଟିକେଟରେ ପ୍ରସ୍ଥାନ ତାରିଖର ୩ ଦିନ ପୂର୍ବରୁ ଟିକେଟ୍ ବଦଳାଇଲେ କୌଣସି ଶୁଳ୍କ ଦେବାକୁ ପଡ଼ିବନି। ସେଲ ସମୟରେ ଏପ୍ରିଲ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯାତ୍ରା କରିବାକୁଥିବା ବୁକ ହୋଇଥିବା ଟିକେଟରେ ୧୪ ଦିନ ପୂର୍ବରୁ ଟିକେଟ ବଦଳାଇଲେ କୌଣସି ଫି ଲାଗିବନି। ଗୋଏୟାର ୱେବସାଇଟକୁ ଯାଇ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ। କମ୍ପାନୀ ଟ୍ୱିଟ୍ କରି ସେଲ୍ ସମ୍ବନ୍ଧରେ ସୂଚନା ଦେଇଛି ସୂଚନାଯୋଗ୍ୟ ଯେ, ସ୍ପାଇସଜେଟ ଓ ଇଣ୍ଡିଗୋ ଏୟାରଲାଇନ୍ସ ଭଳି ଅନ୍ୟ ଏୟାରଲାଇନ୍ସ ମଧ୍ୟ ଏହିଭଳି ଅଫର୍ ବ୍ୟବସ୍ଥା ରଖିଛନ୍ତି। ସ୍ପାଇସଜେଟ୍ ଓ ଇଣ୍ଡିଗୋ ନିଜର ସ୍ପେଶାଲ୍ ସେଲ୍ ତାରିଖ ଆଗକୁ ବଢ଼ାଇ ଦେଇଛନ୍ତି। କରୋନା ମହାମାରୀ ପରେ ଅଧିକାଂଶ ଏୟାରଲାଇନ୍ସ ଶସ୍ତା ଦରରେ ସେଲ୍ ମାଧ୍ୟମରେ ଟିକେଟ୍ ବିକ୍ରି କରୁଛନ୍ତି। ଅଧିକରୁ ଅଧିକ ଲୋକ କିଭଳି ବିମାନ ଯାତ୍ରାର ଆନନ୍ଦ ଉଠେଇପାରିବେ, ତାହା ହିଁ ଏୟାରଲାଇନ୍ସର ଉଦ୍ଦେଶ୍ୟ।


Share It

Comments are closed.