ଏହି ଉପାୟରେ ଭଗବାନ ଶିବଙ୍କୁ କରନ୍ତୁ ପ୍ରସନ୍ନ, ଦେଖା ଦେବ ନାହିଁ କେବେ ଅର୍ଥ ଅଭାବ


ସୋମବାର ଦିନ ଭଗବାନ ଭୋଲେନାଥଙ୍କୁ ସମର୍ପିତ କରାଯାଇଛି । ଏହି ଦିନ ଲୋକମାନେ ଶିବଲିଙ୍ଗ ଉପରେ କ୍ଷୀର କିମ୍ବା ଗଙ୍ଗା ଜଳ ଚଢ଼ାଇଥାନ୍ତି । ଭୋଲେନାଥଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ଜୀବନର ସମସ୍ତ ଅସୁବିଧା ସବୁଦିନ ପାଇଁ ଦୂର ହୋଇଯାଏ । ସୋମବାର ଭଗବାନ ଶିବଙ୍କୁ ମନରୁ ସେବା କରିବା ଦ୍ୱାରା ଘରେ ଧନବର୍ଷା ହୋଇଥାଏ। ଯଦି ଆପଣ ନିଜ ଘରେ ଧନ-ଧାନ୍ୟରେ ପୂରା କରିବାକୁ ଚାହୁଁଛନ୍ତି, ତେବେ ସୋମବାର ଦିନ ଏହି ୫ ଟି କାର୍ଯ୍ୟ କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ୫ଟି କାର୍ଯ୍ୟ କ’ଣ, ଯାହାକୁ କରିବା ଦ୍ୱାରା ଘରେ ଧନ ବର୍ଷା ହୋଇପାରେ।

୧. ସୋମବାର ଭୋଲେନାଥ ଏବଂ ଚନ୍ଦ୍ରଙ୍କର ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ସକାଳୁ ଉଠି ଭଗବାନ ଶିବ ଶଙ୍କରଙ୍କୁ ଦର୍ଶନ କର ତାଙ୍କର ଚାଲିସା କିମ୍ବା ଶିବାଷ୍ଟକ ପଢ଼ନ୍ତୁ। ଏହା କରିବା ଦ୍ୱାରା ଭୋଲେନାଥ ବହୁତ ପ୍ରସନ୍ନ ଏବଂ ତାଙ୍କ ପ୍ରସନ୍ନ ଯୋଗୁଁ ଆପଣଙ୍କ ଘରେ ସବୁବେଳେ ଧନ ବର୍ଷା ହୋଇଥାଏ।

୨. ସୋମବାର ସକାଳେ ଯଦି ଆପଣ ସକାଳୁ ସକାଳୁ ଗୌରୀ ଶଙ୍କର ରୁଦ୍ରାକ୍ଷକୁ ଶିବଜୀଙ୍କ ମନ୍ଦିରକୁ ଯାଇ ଅର୍ପଣ କରନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନ କିମ୍ବା ବିବାହରେ ଆସୁଥିବା ବାଧା ଦୂର କରିବା ସହିତ ଘରେ ଧନ ବର୍ଷା ହେବ ।

୩. ସୋମବାର ସକାଳୁ ବେଲ ପତ୍ରରେ ଧଳା ଚନ୍ଦନ ଲଗାଇ ମନରେ ଆପଣଙ୍କର ଇଚ୍ଛାକୁ ଶିବଲିଙ୍ଗ ଉପରେ ବେଲ ପତ୍ର ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଇଚ୍ଛା ପୂରଣ ହେବ ଏବଂ ଏହା ସହିତ ଦେବୀ ଲକ୍ଷ୍ମୀଙ୍କ ବାସ ଆପଣଙ୍କ ଘରେ ସଦାସର୍ବଦା ରହିବ।

୪. ସୋମବାର ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗକୁ କ୍ଷୀର ଚଢ଼ାନ୍ତୁ । ଏହା ସହିତ ଓମ୍ ନମଃ ଶିବାୟ ଜପ କରନ୍ତୁ। ଏହା କରିବା ଦ୍ୱାରା କେବଳ ଆପଣଙ୍କ ବ୍ୟବସାୟ ବୃଦ୍ଧି ହେବ ନାହିଁ, ବରଂ ଘରେ ଧନ ବର୍ଷା ମଧ୍ୟ ହେବ।

୫. ସୋମବାର ଦିନ, ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ରୁଦ୍ରାକ୍ଷ ମାଳା ୧୧ ଥର ‘ଓମ୍ ନମୋ ଧନଦାୟ ସ୍ୱାହା’ ମନ୍ତ୍ର ଜପ କରନ୍ତୁ । ଏହି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।


Share It

Comments are closed.