ଭାରତକୁ ପୁଣି ଫେରିଲା ମାଇକ୍ରୋସଫ୍ଟର ଗ୍ଲୋବାଲ ଶିକ୍ଷା କାର୍ଯ୍ୟକ୍ରମ ସ୍କାଇପ-ଏ-ଥନ


ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ସମ୍ପ୍ରତି ଏହାର ଚତୁର୍ଥ ସଂସ୍କରଣର ବିଶ୍ୱସ୍ତରୀୟ ସ୍କାଇପ-ଏ-ଥନ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ଏହି ବାର୍ଷିକ ଦୁଇ ଦିନିଆ କାର୍ଯ୍ୟକ୍ରମ ନଭେମ୍ବର ୧୩ ଏବଂ ୧୪ରେ ଅନୁଷ୍ଠିତ ହେବ, ଯେଉଁଠାରେ ପ୍ରାୟ ୧୦୦ଟି ଦେଶର ଅଧା ମିଲିୟନ ବିଦ୍ୟାର୍ଥୀ ଯୋଗଦେବେ ବୋଲି ଆକଳନ କରାଯାଉଛି । ଏହାର ଥିମ୍ ‘ଓପନ ହାର୍ଟସ, ଓପନ ମାଇଣ୍ଡସ’କୁ ବଜାୟ ରଖି ଏହା ବିଦ୍ୟାର୍ଥୀମାନଙ୍କୁ ନୂତନ ସଂସ୍କୃତି ଅନୁଭୂତି କରିବା ପାଇଁ, ବାସ୍ତବ ଫିଲ୍ଡ ଟ୍ରିପରେ ଯାତ୍ରା, ଅତିଥି ବକ୍ତାଙ୍କ ଠାରୁ ଶୁଣିବା ଏବଂ ୪୮ ଘଣ୍ଟା ଧରି ମାଇଲ ଦୂରରୁ ଯାତ୍ରା କରି ବିଶ୍ୱର ବିଭିନ୍ନ ସ୍ଥାନରୁ ଅନ୍ୟ ବିଦ୍ୟାର୍ଥୀ,ଶିକ୍ଷାବିତ୍ ଏବଂ ବିଶେଷଜ୍ଞ ମାନଙ୍କଠାରୁ ଶିକ୍ଷା ପାଇପାରିବେ । ଭାରତର ଯେ କୌଣସି ସ୍ଥାନରେ ଥିବା ସ୍କୁଲ୍ ଏକ ସରଳ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ମାଧ୍ୟମରେ ସ୍କାଇପ-ଏ-ଥନ ସହ ଯୋଡ଼ି ହୋଇପାରିବେ ।
ଏହି ଇଣ୍ଡିଆ ମାଇଲ୍ସ ମାଇକ୍ରୋସଫ୍ଟର ସଭାପତି, ଅନନ୍ତ ମାହେଶ୍ୱରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ସ୍କାଇପ-ଏ-ଥନର ବିଷୟବସ୍ତୁ ମଧ୍ୟରେ ଇତିହାସ, କମ୍ପ୍ୟୁଟର ବିଜ୍ଞାନ, ସଂରକ୍ଷଣ ସହିତ ସଂଗୀତ ଏବଂ ନୃତ୍ୟମାଧ୍ୟମରେ ସଂସ୍କୃତିର ବଣ୍ଟନ, ଖେଳ, ଗଳ୍ପ ଏବଂ ବାସ୍ତବ ଫିଲ୍ଡ ଟିପ୍ସ, ନିଜ ନିଜ ମଧ୍ୟରେ ଶିକ୍ଷା ଏବଂ ବିଚାରର ଆଦାନପ୍ରଦାନ କରିପାରିବେ । ଭାରତରେ ଏହି ଆଲୋଚନା ମଧ୍ୟରେ ଶିକ୍ଷାରେ ଏଆଇ, ସାଇବର ସୁରକ୍ଷା, ସହାନୁଭୂତି ଏବଂ ଅନ୍ତର୍ଭୁକ୍ତ କରାଇବା ଉପରେ ଲକ୍ଷ୍ୟ ପ୍ରଦାନ କରାଯିବ ।

ମାଇକ୍ରୋସଫ୍ଟ ପକ୍ଷରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ, ସ୍କାଇପ-ଏ-ଥନରେ ଅଂଶଗ୍ରହଣ କରିଥିବା ସମସ୍ତ ୪୦୦ ବାସ୍ତବ ସ୍ଥାନ ଦୂରର ବିଦାର୍ଥୀମାନଙ୍କୁ କମ୍ପାନୀ ୱିଇ ଏକ ଅଣ-ଲାଭ ଅନୁଷ୍ଠାନକୁ ଦାନ କରିବେ, ଯାହା ବିଦ୍ୟାର୍ଥମୀନଙ୍କୁ ଆର୍ନ୍ତଜାତୀୟ ସ୍ତରରେ ସାହାଯ୍ୟ କରିବ । ୱିଇର ହୋଲିଷ୍ଟିକ, ସ୍ଥାୟୀ ଆର୍ନ୍ତଜାତୀୟ ବିକାଶ ମଡେଲ ୫ଟି ବିଭାଗର ପ୍ରଭାବ ତଥା ଶିକ୍ଷା, ଜଳ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ସୁଯୋଗ ଦ୍ୱାରା ଗଠିତ । ମାଇକ୍ରୋସଫ୍ଟର ଡୋନେସନ ୱିଇ ଗାଁର ୩୫୦୦୦ ପିଲାଙ୍କ ଶିକ୍ଷା ସହିତ ୟୁଏନ ସ୍ଥାୟୀ ବିକାଶ ଲକ୍ଷ୍ୟ ଗୁଣମାନର ଶିକ୍ଷାକୁ ସମର୍ଥନ ପ୍ରଦାନ କରିବ ।
ଏହି ପରିପ୍ରେକ୍ଷୀରେ ମାଇକ୍ରୋସଫ୍ଟ ଇଣ୍ଡିଆର ସ୍ୱାସ୍ଥ୍ୟ ଏବଂ ଶିକ୍ଷା, ଦେଶୀୟ ସାଧାରଣ ପରିଚାଳକ-ପିଏସ, ମନିଶ ପ୍ରକାଶ କହିଛନ୍ତି ଯେ, “ବିଦ୍ୟାର୍ଥୀମାନଙ୍କୁ ବିଶ୍ୱସ୍ତରରେ ସଂଯୋଗ କରିବା ସହିତ ଶ୍ରେଷ୍ଠ ସହାନୁଭୂତି ଏବଂ ପରସ୍ପର ମଧ୍ୟରେ ଶିକ୍ଷାର ଆଦାନପ୍ରଦାନ କରିବା ସ୍କାଇପ-ଏ-ଥନ ଏକ ଶକ୍ତିଶାଳୀ ସଂଯୋଗ । ଗଳ୍ପ ଏବଂ ପ୍ରୋଜେକ୍ଟ, ଖେଳ ଏବଂ ସମାନ ବିଷୟବସ୍ତୁ ମାଧ୍ୟମରେ ବିଦ୍ୟାର୍ଥୀଙ୍କ ହୃଦୟ ଏବଂ ମସ୍ତିଷ୍କ ଖୋଲା ରଖିବା ସହିତ ସେମାନଙ୍କୁ ବିଶ୍ୱ ନାଗରିକମାନଙ୍କ ସହିତ ଜଡିତ ରହିବାର ସୁଯୋଗ ପ୍ରଦାନ କରିବ । ଆମ୍ଭେମାନେ ଦେଶର ବିଭିନ୍ନ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଉଛୁ । ସ୍କାଇପ-ଏ-ଥନ ମଧ୍ୟ ବିଦ୍ୟାର୍ଥୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସହିତ ଅନଲାଇନରେ ସୋସିଆଲ କିମ୍ବା ନେଟୱର୍କ ଉପକରଣ ବ୍ୟବହାର କରି ସକରାତ୍ମକ, ସୁରକ୍ଷିତ, ନିୟାମକ ଏବଂ ଏଥିକାଲ ବ୍ୟବହାର ପାଇଁ ଉତ୍ସାହିତ କରିବେ ।
୨୦୧୭ରେ, ଏହି କାର୍ଯ୍ୟକ୍ରମରେ ୧୪.୫ ମିଲିୟନ ଦୂର ଯାତ୍ରା କରି ବିଶ୍ୱର ୯୦ଟି ଦେଶର ବିଦ୍ୟାର୍ଥୀ ଏବଂ ଶିକ୍ଷାବିତମାନେ ଅଂଶଗ୍ରହଣ କରିଥିଲେ ।


Share It

Comments are closed.