ସାମନାକୁ ଆସିଲା ସାହିଦ କପୁରଙ୍କ ପୁଅ ଜେନ କପୁରଙ୍କ ପ୍ରଥମ ଫଟୋ


ଅନେକ ଦିନ ହେବ ବଲିଉଡ ଅଭିନେତା ସାହିଦ କପୁର ଏବଂ ମୀରା ରାଜପୁତଙ୍କ ପୁଅ ଜେନ କପୁରଙ୍କ ଫଟୋ ଦେଖିବାର ଅପେକ୍ଷା ରହିଥିଲା । ଏବେ ଶେଷରେ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି ଏବଂ ମୀରା ତାଙ୍କ ପୁଅ ଜନଙ୍କ ଫଟୋକୁ ସମସ୍ତଙ୍କ ସାମନାରେ ଆଣିଛନ୍ତି । ଏହି ଫଟୋକୁ ମୀରା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଖୁବ ଅଳ୍ପ ସମୟ ମଧ୍ୟରେ ଏହା ଖୁବ ଜୋରସେ ଭାଇରାଲ ହେବାରେ ଲାଗିଥିଲା । କାରଣ ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତଙ୍କ ନଜର ଷ୍ଟାର କିଡସଙ୍କ ଉପରେ ରହିଛି ।
ପ୍ରକାଶ ଥାଉକି, ଜେନ ୧ ସେପ୍ଟେମ୍ବର ୨୦୧୮ରେ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ସାହିଦଙ୍କ ସାନ ପୁଅ । ପୂର୍ବରୁ ସାହିଦଙ୍କର ଜଣେ କନ୍ୟା ସନ୍ତାନ ଥିବାବେଳେ ଜନ ହେଉଛନ୍ତି ତାଙ୍କ ସାନ ପୁଅ । ସାହିଦଙ୍କ ଝିଅଙ୍କ ନାମ ହେଉଛି ମିଶା ।


Share It

Comments are closed.