ରୋହିତ ହୋଇପାରନ୍ତି ଭାରତର ଅନ୍ୟତ୍ତମ ସଫଳ ଅଧିନାୟକ


ଗତ କାଲି ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ ଅତି ରୋମାଞ୍ଚକ ଭାବରେ ଶେଷ ହୋଇଛି । ଏହି ମ୍ୟାଚକୁ ଜିତିବା ପାଇଁ ଭାରତକୁ ଶେଷ ବଲରେ ୧ ରନ ଆବଶ୍ୟକ ଥିଲା, ଯାହାକି ଭାରତ ଅତି ସହଜରେ ଏହାକୁ ହାସଲ କରିନେଇଥିଲା । ଭାରତ ଏହି ସିରିଜକୁ ୩-୦ରେ ମୂଳପୋଛ କରିନେଇଥିବାବେଳେ ଅଧିନାୟକ ରୋହିତ ଶର୍ମାଙ୍କର ଆମେ ଜେତେ ବି ପ୍ରଶଂସା କରିବା ତାହା କମ ରହିବ ।
ସେପଟେ ଏହି ମ୍ୟ।ଚକୁ ଜିତି ରୋହିତ ଏଣ୍ଡ କମ୍ପାନୀ ଅନେକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ରୋହିତ ଶର୍ମାଙ୍କର ଅଧିନାୟକତ୍ୱରେ ଭାରତ ୧୨ଟିରୁ ୧୧ଟି ମ୍ୟାଚ ଜିତିଥିବାବେଳେ ଧୋନି ପରେ ରୋହିତ ହେଉଛନ୍ତି ଟି-୨୦ ଫର୍ମାଟର ସବୁଠାରୁ ସଫଳତ୍ତମ ଅଧିନାୟକ । ଧୋନିଙ୍କ ଅଧିନାୟତ୍ୱରେ ଭାରତ ୭୨ଟି ମ୍ୟାଚରୁ ୪୧ଟି ମ୍ୟାଚ ଜିତିଥିବାବେଳେ ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୧୭ଟି ମ୍ୟାଚରୁ ୧୧ଟି ମ୍ୟାଚରେ ବିଜୟ ହାସଲ କରିପାରିଛି ।
୩ଟି ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜକୁ ଭାରତ ୩-୦ରେ ମୂଳ ପୋଛ କରିବାରେ ସଫଳ ହୋଇଛି । ଏହା ପୂର୍ବରୁ ରୋହିତଙ୍କ ଅଧିନାୟକତ୍ୱରେ ଦଳ, ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ସିରିଜକୁ ୩-୦ରେ ମଧ୍ୟ ମୂଳପୋଛ କରିଥିଲା । ଯାହାଫଳରେ ରୋହିତ ଏହି କୀର୍ତ୍ତି ଅର୍ଜନ କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି । ପ୍ରକାଶ ଥାଉକି ଧୋନି ୨୦୧୬ରେ ଏହିଭଳି ଅଷ୍ଟ୍ରେଲିଆକୁ ୩-୦ରେ ହରାଇ ଧୂଳି ଚଖାଇଥିଲେ ।
ରୋହିତ କାଲି ୪ରନ କରି ଆଉଟ ହୋଇଯାଇଥିଲେ, ଯାହାକି ସେ ଚୌକା ମାରି ହିଁ କରିଥିଲେ । ରୋହିତ ଏହି ଚୌକା ମାରି ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ସେ ୨୦୦ଟି ଚୌକା ମାରବାରେ ସଫଳ ମଧ୍ୟ ହୋଇଛନ୍ତି । ଏହା ପୂର୍ବରୁ ଟିଲକରତନ ଦିଲସନ ୨୨୩ଟି ଚୌକା ମାରିଥିବାବେଳେ ଆଫାଗାନିସ୍ଥାନ ବ୍ୟାଟ୍ସମ୍ୟାନ ମୋହମ୍ମଦ ଶାହାଜାଦ ୨୧୮ଟି ଚୌକା ଓ ବିରାଟ କୋହଲି ୨୧୪ଟି ଚୌକା ଏବଂ ମାର୍ଟିନ ଗୁଫଟିଲ ୨୦୦ ଚୌକା ମାରିସାରିଛନ୍ତି ।
ଭାରତୀୟ ଦଳ ତୃତୀୟ ଥର ପାଇଁ ଟି-୨୦ ଆନ୍ତର୍ଜାତିକ ଫର୍ମାଟରେ ୩-୦ରେ ସିରିଜକୁ ମୂଳପୋଛ କରି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଏହି ରେକର୍ଡ ପାକିସ୍ଥାନ(୫) ନାମରେ ରହିଛି ।


Share It

Comments are closed.