ଏ ହେଉଛନ୍ତି ରିୟଲ ଲାଇଫ ଟାର୍ଜନ, ଯେ କି ୪୧ ବର୍ଷ ଜଙ୍ଗଲରେ ପୃଥକ ଭାବେ ବିତାଇଛନ୍ତି ଜୀବନ


ସିନେମା ପରଦାରେ ସଭିଏଁ ଟାର୍ଜନ ଚରିତ୍ରକୁ ବେଶ ପସନ୍ଦ କରିଥିଲେ । କିନ୍ତୁ ଆଜି ଆମେ ଆପଣଙ୍କୁ ରିଅଲ୍ ଲାଇଫ୍ ଟାରଜାନ୍, ହୋ ୱାନ୍ ଲାଙ୍ଗଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କ ପିତାଙ୍କ ସହିତ ୪୦ ବର୍ଷରୁ ଅଧିକ ସମୟ ଜଙ୍ଗଲରେ ରହୁଥିଲେ ସେ ଜାଣିନ୍ତି ନାହିଁ ଯେ ମହିଳା କଣ ଓ ବଂଶବିସ୍ତାର କଣ ? ହୋ ୱାନ୍ ଲାଙ୍ଗଙ୍କୁ ବର୍ତ୍ତମାନ ୪୯ ବର୍ଷ, ତାଙ୍କ ପିତା ଏବଂ ଭାଇଙ୍କ ସହ ଭିଏତନାମ ଯୁଦ୍ଧରୁ ପଳାୟନ କରିବା ପରେ କ୍ୱାଙ୍ଗ ନାଗାଇ ପ୍ରଦେଶର ଟାଏ ଟ୍ରା ଜିଲ୍ଲାର ଗଭୀର ଜଙ୍ଗଲରେ ସେ ୪୧ ବର୍ଷ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଭାବେ ବିତାଇଛନ୍ତି।

Image :The Sun

୧୯୭୨ ମସିହାରେ ଭିଏତନାମ ଯୁଦ୍ଧ ସମୟରେ ଆମେରିକାର ଏକ ବୋମା ମାଡରେ ତାଙ୍କ ମା’ ଓ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁଘଟିବା ପରେ ସେ ଭୟରେ କ୍ୱାଙ୍ଗ ନଗାଇ ପ୍ରଦେଶର ତେ ତ୍ରା ଜିଲାରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ତାଙ୍କ ସହିତ ତାଙ୍କ ବାପା ଓ ଜଣେ ଭାଇ ମଧ୍ୟ ଯାଇଥିଲେ । ସେବେଠାରୁ ସେମାନେ ଆଉ ଜଙ୍ଗଲରୁ ବାହାରି ନାହାନ୍ତି । ଦୀର୍ଘ ଚାରି ଦଶନ୍ଧିରୁ ଅଧିକ କାଳ ସେମାନେ ଜଙ୍ଗଲ ମଧ୍ୟରେ ବିତାଇଛନ୍ତି । ଏହି ସମୟ ମଧ୍ୟରେ ସେମାନେ ପାଞ୍ଚଜଣ ଲୋକଙ୍କୁ ଜଙ୍ଗଲ ଭିତରେ ଦେଖିବାକୁ ପାଇ ସେମାନଙ୍କ ନିକଟରୁ ପ୍ରତିଥର ଦୌଡି ପଳାଇ ଯାଇଛନ୍ତି । ତିନିଜଣ ଯାକ ଜଙ୍ଗଲରେ ମିଳୁଥିବା ମହୁ, ଫଳ ଏବଂ ଜଙ୍ଗଲି କୀଟପୋକ ଖାଇ ବଞ୍ଚିଛନ୍ତି । ନିଜ ପାଇଁ ଜଙ୍ଗଲ ଭିତରେ ଡାଳ ପତ୍ରର କୁଡିଆ କରି ସେହିଠାରେ ରହିଛନ୍ତି ।
Image:The Sun

ତେବେ ୨୦୧୫ରେ ଆଲଭାରୋ ସେରେଜୋ ନାମକ ଜଣେ ଫଟୋଗ୍ରାଫର ଏମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନଙ୍କୁ ଜଙ୍ଗଲ ଭିତରେ ନିର୍ବାସିଜ ଜୀବନରୁ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ଗ୍ରାମକୁ ଅଣାଯାଇଥିଲା । ସେଠାରେ ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ରହୁଥିଲେ । ତେବେ ଲାଙ୍ଗଙ୍କ ବାପା ସଭ୍ୟତାକୁ ଫେରିବାକୁ ଆଦୌ ରାଜିନଥିଲେ । କାରଣ ଭିଏତନାମ ଯୁଦ୍ଧ ସରିଯାଇଛି ବୋଲି ସେ ବିଶ୍ୱାସ କରିପାରୁନଥିଲେ । ଫଟୋଗ୍ରାଫରଙ୍କ କହିବା ଅନୁଯାୟୀ ଜଙ୍ଗଲ ମଧ୍ୟରେ ସେମାନେ ଯେତେବେଳେ କୌଣସି ଲୋକକୁ ଦେଖୁଥିଲେ ସେତେବେଳେ ସେଠାରୁ ବହୁ ଦୂରକୁ ଦୌଡି ପଳାଉଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଙ୍ଗ ପୁରୁଷ ଓ ମହିଳାଙ୍କ ମଧ୍ୟରେ କି ପାର୍ଥକ୍ୟ ରହିଛି ତାହା ଜାଣନ୍ତି ନାହିଁ ।
Image :Zee5

ମହିଳାମାନଙ୍କୁ ମଧ୍ୟ ସେ ମହିଳା ବୋଲି ଜାଣିପାରୁନାହାନ୍ତି । ଲାଙ୍ଗଙ୍କ ଭାଇ ତ୍ରି କହିଛନ୍ତି ତାଙ୍କ ଭାଇ ଜଣେ ପୁରୁଷ ଶରୀର ଧାରୀ ବାଳକ ଭଳି । ଅନେକ କଥା ସେ ଏବେ ମଧ୍ୟ ବୁଝିପାରନ୍ତି ନାହିଁ । କାରଣ ସେ ତାଙ୍କର ସଂପୂର୍ଣ୍ଣ ଜୀବନ ଜଙ୍ଗଲ ଭିତରେ କଟାଇଛନ୍ତି । ତେଣୁ ତାଙ୍କ ମସ୍ତିଷ୍କ ଏକ ପିଲା ଭଳି ରହିଯାଇଛି । ଭଲ ଓ ମନ୍ଦ କଣ ତାହା ସେ ଜାଣନ୍ତି ନାହିଁ । ଯଦି ତାଙ୍କୁ ଏକ ଛୁରୀ ଦେଇ କାହାକୁ ହତ୍ୟା କରିବାକୁ କୁହାଯାଏ ତେବେ ସେ ତାହା ତୁରନ୍ତ କରିଦେବେ । ଅବଶ୍ୟ ଜଙ୍ଗଲ ଭିତରୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଉଛି । ଲାଙ୍ଗଙ୍କ ମତରେ ଆଧୁନିକ ଦୁନିଆଁରେ ବହୁ ଶବ୍ଦ ପ୍ରଦୂଷଣ ହେଉଛି । ତେବେ ଗୃହପାଳିତ ପ୍ରାଣୀଙ୍କୁ ଦେଖି ସେ ଖୁସି ହେଉଛନ୍ତି ।


Share It

Comments are closed.