‘ପୃଥ୍ୱୀରାଜ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ ମାନୁଷୀ ଚିଲ୍ଳର


ୟଶରାଜ ଫିଲ୍ମସର ପ୍ରଥମ ଐତିହାସିକ ଆକ୍ସନ ଡ୍ରାମା ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯାଇଛି। ଏହି ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏହି ଫିଲ୍ମଟି ରାଜା ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର । ସେ ପୃଥ୍ୱୀରାଜ ଭୂମିକାରେ ଅଭିନୟ କରିଥିବା ବେଳେ ୨୦୧୭ର ମିସ୍ ୱାର୍ଲଡ ମାନୁଷୀ ଚିଲ୍ଲର ରାଜକୁମାରୀ ସଂୟୋଗୀତା ଭୂମିକାରେ ନଜର ଆସିଛନ୍ତି । ଅଭିନେତ୍ରୀ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।
ଏନେଇ ମାନୁଷି କହିଛନ୍ତି ‘ପୃଥ୍ୱୀରାଜ’ଠାରୁ ତାଙ୍କୁ ବଡ ଡେବ୍ୟୁ ହୁଏତ ମିଳିନ ଥାଆନ୍ତା । ଏଥିରେ ସେ ୟଶରାଜ ଫିଲ୍ମକୁ ଧନ୍ୟବାଦ ଦେବା ସହ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ଗୋଟିଏ ଐତିହାସିକ ଚରିତ୍ରରେ ଅଭିନୟ କରିପାରିବେ ଏହା ନିର୍ଦ୍ଦେଶକଙ୍କୁ ଠିକ୍ ଲାଗିଲା ତାହା ତାଙ୍କ ପାଇଁ ବଡ ଉପହାର ବୋଲି ମାନୁଷୀ କହିଛନ୍ତି । ତେବେ ଏହି ଚରିତ୍ର ପାଇଁ ସେ ତାଙ୍କର ସମସ୍ତ ପରିଶ୍ରମ ଲଗାଇ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କର ଏହି ଅଭିନୟ ତାଙ୍କ ପରିବାରକୁ ଗୌରାବାନ୍ୱିତ କରିବ ବୋଲି ମାନୁଷୀ ଆଶା ରଖିଛନ୍ତି । ଏହା ବ୍ୟତୀତ ମାନୁଷୀ କହିଛନ୍ତି ଯେ ପୃଥ୍ୱୀରାଜ ଦର୍ଶକଙ୍କୁ ପ୍ରତିଷ୍ଠିତ ପ୍ରେମ, ମହାନ ବୀରତା, ଓ ଅଦମ୍ୟ ସାହସର କାହାଣୀ ସହ ମନୋରଞ୍ଜନ ଆଡକୁ ଆକୃଷ୍ଟ କରିବ । ଦର୍ଶକଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସିବ ବୋଲି ମଧ୍ୟ ସେ ଆଶା କରିଛନ୍ତି ।


Share It

Comments are closed.